Spread the loveହୀରାକୁଦ ଜଳଭଣ୍ଡାରରେ ଅତିଥୀ ପକ୍ଷୀଙ୍କ ଆଗମନ ।  ଅତ୍ୟଧିକ ଥଣ୍ଡା ଯୋଗୁଁ ଦକ୍ଷିଣ ଆମେରିକା, ବ୍ରାଜିଲ ଓ ଋଷିଆ ଭଳି ଦେଶରୁ ଉଡିଆସିଛନ୍ତି ଏମାନେ । ହୀରାକୁଦ ନୀଳ ଜଳରାଶିର... ହୀରାକୁଦ ଜଳଭଣ୍ଡାରରେ ଅତିଥୀ ପକ୍ଷୀଙ୍କ ଆଗମନ, ମୁଖରିତ ହେଉଛି ହୀରାକୁଦର ଶାନ୍ତ ପରିବେଶ
Spread the love

ହୀରାକୁଦ ଜଳଭଣ୍ଡାରରେ ଅତିଥୀ ପକ୍ଷୀଙ୍କ ଆଗମନ ।  ଅତ୍ୟଧିକ ଥଣ୍ଡା ଯୋଗୁଁ ଦକ୍ଷିଣ ଆମେରିକା, ବ୍ରାଜିଲ ଓ ଋଷିଆ ଭଳି ଦେଶରୁ ଉଡିଆସିଛନ୍ତି ଏମାନେ । ହୀରାକୁଦ ନୀଳ ଜଳରାଶିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣତ କରିଛି ରଙ୍ଗବେରଙ୍ଗ ପକ୍ଷୀଙ୍କ ସମ୍ଭାର ।

ଅତିଥୀ ପକ୍ଷୀଙ୍କ ଆଗମନକୁ ଦେଖି ହୀରାକୁଦ ନଦୀବନ୍ଧକୁ ବାର୍ଡ ସେଂଚୁରୀ ଘୋଷଣା କରିବାକୁ ଦାବୀ ହୋଇଛି । ପ୍ରାୟ ୧୫ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ହ୍ୱୀସ୍ଲିଂ ଡ଼କ, ଲେଜର ହ୍ୱୀସ୍ଲିଂ ଡ଼କ, ପୋଚାର୍ଡ଼, ସୋଭେଲ, ଗିବ୍ସ ଏବଂ କୁଟ୍ ପ୍ରଜାତୀର ପକ୍ଷୀଙ୍କ କାକଳିରେ ମୁଖରିତ ହେଉଛି ହୀରାକୁଦର ଶାନ୍ତ ପରିବେଶ ।

ପକ୍ଷୀଙ୍କୁ ସୁରକ୍ଷା ଯୋଗେଇ ନଦେଲେ ଆଗାମୀ ଦିନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ରହିଛି । ତେଣୁ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ପକ୍ଷୀମାନଙ୍କର ଆଗମନକୁ ଦେଖି ଜଳଭଣ୍ଡାର ଅଂଚଳର ୮ ରୁ ୧୦ ଟି ଗାଁରେ ବିଭିନ୍ନ କମିଟି କରାଯାଇ, ସୁରକ୍ଷା ଦିଆଯାଉଥିବା କହିଛନ୍ତି ୱାଇଲ୍ଡ ଲାଇଫ ଏସିଏଫ ।

ହୀରାକୁଦ ଜଳଭଣ୍ଡାରରେ ଅତିଥୀ ପକ୍ଷୀଙ୍କ ଆଗମନ, ମୁଖରିତ ହେଉଛି ହୀରାକୁଦର ଶାନ୍ତ ପରିବେଶ

ପଢନ୍ତୁ, ଭାରତୀୟ ଯବାନଙ୍କ ଗିନିସ୍‌ ରେକର୍ଡ, ଗୋଟିଏ ବାଇକ୍‌ରେ ୫୮ଜଣଙ୍କ ଅଦ୍ଭୁତ ଷ୍ଟଣ୍ଟ

No comments so far.

Be first to leave comment below.

Your email address will not be published. Required fields are marked *