Spread the loveଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ଅକ୍ଷୟ ମହାନ୍ତି ବା ଅତି ପ୍ରିୟର ଖୋକା ଭାଇ ଙ୍କ ଆଜି ଜନ୍ମ ଜୟନ୍ତି ।  ଏହି ଲୋକପ୍ରିୟ ବ୍ୟକ୍ତିତ୍ଵକୁ ମନେପକାଉଛି... ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ଖୋକା ଭାଇ ଙ୍କ ଆଜି ଜନ୍ମ ଜୟନ୍ତି
Spread the love

ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ଅକ୍ଷୟ ମହାନ୍ତି ବା ଅତି ପ୍ରିୟର ଖୋକା ଭାଇ ଙ୍କ ଆଜି ଜନ୍ମ ଜୟନ୍ତି ।  ଏହି ଲୋକପ୍ରିୟ ବ୍ୟକ୍ତିତ୍ଵକୁ ମନେପକାଉଛି ସାରା ଓଡିଶା । ଓଡିଆ ସଙ୍ଗୀତ ଦୁନିଆକୁ ନୂଆ ରୂପରେ ନୂଆ ରଙ୍ଗରେ ସଜାଇଥିଲେ ସେ । ସଙ୍ଗୀତ ସଂଯୋଜନା ହେଉ କି, ଗୀତ ରଚନା ଅବା କଣ୍ଠଦାନ ସବୁଥିରେ ଥିଲେ ସେ ପ୍ରବୀଣ ।

ସ୍ରୋତାଙ୍କ ରୁଚିକୁ ବୁଝି ଅନେକ ମନଛୁଁଆ ଗୀତ ଭେଟି ଦେଇଛନ୍ତି ସ୍ୱର୍ଗତ ଖୋକା ଭାଇ । ୮ ହଜାର ଗୀତର ରୂପକାର ଭାବେ ବିରଳ କୀର୍ତିମାନର ଅଧିକାରୀ ସେ। କେନ୍ଦ୍ରାପଡ଼ା ବାଙ୍କିମୁଣ୍ଡେଇ ଭଳି ଅଖ୍ୟାତ ପଲ୍ଲୀରେ ୧୯୩୭ ଅକ୍ଟୋବର ୧୨ରେ ଜନ୍ମନେଇ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିବା ସଂଗୀତ ଜଗତର ଏହି ଅଦ୍ୱିତୀୟ ସମ୍ରାଟ ସେ । କଟକର ଗଳିକନ୍ଦିରେ ବଢିଥିବା ଏହି ମହାନ ପୁରୁଷ, ତାଙ୍କ ସ୍ମୃତିରେ ରଖିଛନ୍ତି ଅନେକ ଛାପ।

ଜୀବନ କାଳ ଭିତରେ ସେ ତ ଅନେକ ଗୀତ ରଚନା କରିଛନ୍ତି। ମାତ୍ର ତାଙ୍କର ଏମିତି କିଛି ଗୀତ ଅଛି, ଯାହାର ପଛରେ ରହିଛି ଅନେକ ଅନାଲୋଚିତ କାହାଣୀ।  ତାଙ୍କ ଗୀତର ଫଗୁଣ ହେଉ କି ସଂଗୀତର କୃଷ୍ଣଚୂଡା ରଙ୍ଗ କିମ୍ବା ପୁଣ୍ୟର ନଦୀତୀରେ, ଏଭଳି  ଅନେକ ଗୀତ ସମସ୍ତଙ୍କ ହୃଦୟରେ ଆଜିବି ଉଙ୍କିମାରେ । ଯା’ରେ ଯା’ ଭାସି ଯା ଏବୋଂ ଆଲୋ ହୁଣ୍ଡି ପଇସାକେ ପାନ କେତେ ଭଳି ଅନେକ ଗୀତାର ମୂର୍ଚ୍ଛନା, ତାଳ ଆଜିବି ଅମର । ସବୁ ଗୀତରେ ତାଙ୍କର ଭିର୍ଣ୍ଣ ସ୍ଵାଦ, ରସ । ସେଥିପାଇଁ ଅକ୍ଷୟଙ୍କୁ ନେଇ ଅମର ହୋଇଯାଇଛି ଓଡିଆ ସିନେମାର ଅନେକ ଗୀତ ପୃଷ୍ଠା ।

ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ଖୋକା ଭାଇ ଙ୍କ ଆଜି ଜନ୍ମ ଜୟନ୍ତି

ପଢନ୍ତୁ, ଭାରତୀୟ କ୍ରିକେଟ ଦଳର ବରିଷ୍ଠ ପେସ ତାରକା ଆଶିଷ ନେହେରା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ

Your email address will not be published. Required fields are marked *