News

ଦୁର୍ଘଟଣା ବଢୁଛି – ନା କର୍ତୃପକ୍ଷ ନା ଲୋକମାନେ, ଏଥିପାଇଁ କାହାର ନଜର ନାହିଂ

ଦୁର୍ଘଟଣା ବଢୁଛି - ନା କର୍ତୃପକ୍ଷ ନା ଲୋକମାନେ, ଏଥିପାଇଁ କାହାର ନଜର ନାହିଂ

ଦୁର୍ଘଟଣା ବଢୁଛି – ନା କର୍ତୃପକ୍ଷ ନା ଲୋକମାନେ, ଏଥିପାଇଁ କାହାର ନଜର ନାହିଂ । ଗାଡିମଟର ଆଦିର ବହୁଳ ବ୍ୟବହାର ଯୋଗୁଁ ରାସ୍ତାଘାଟ ଜାମ ହଉଛି । ତେଣୁ ଅନେକ ଦୁର୍ଘଟଣା ଘଟୁଛି ଓ ଏହା ଦିନକୁ ଦିନ ବଢି ଚାଲିଛି । ଏଥିପାଇଁ କେବଳ ଗାଡିମଟର ଚାଳକ ଦାୟୀ ନୁହନ୍ତି । କମିସନରେଟ୍‌ର ଟ୍ରାଫିକ୍‌ ପୁଲିସଙ୍କ ଦାଇତ୍ଵହିନତା ମଧ୍ୟ କେତେକ କ୍ଷେତ୍ରରେ ଦୁର୍ଘଟଣାର କାରଣ ହଉଛି । ଏବେ ଦୁର୍ଘଟଣାର ଅନ୍ୟ ଏକ କାରଣ ହେଉଛି ଜାତୀୟ ରାଜପଥରେ ଗଳାବାଟ। ସର୍ଟକଟ୍‌ରେ ରାସ୍ତା ପାର୍‌ ହେବା ପାଇଁ ଏହି ଉପାୟ ସବୁ କଢାଯାଇଛି । ଗୋଟିଏ କିମ୍ବା ଦୁଇଟି ନୁହେଁ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ୧୫ରୁ ଅଧିକ ସ୍ଥାନରେ ଏଭଳି ଗଳାବାଟ ସୃଷ୍ଟି କରାଯାଇଛି। ଏଥିପାଇଁ ବିଭିନ୍ନ ସମୟରେ ଛୋଟବଡ଼ ଅନେକ ଦୁର୍ଘଟଣା ଘଟୁଛି।

ଲୋକ ଗୋଟିଏ ପାର୍ଶ୍ୱରୁ ଆର ପାର୍ଶ୍ୱକୁ ସହଜରେ ଯିବା ଆସିବା କରିବା ପାଇଁ ଜାତୀୟ ରାଜପଥ ପକ୍ଷରୁ କେତେକ ସ୍ଥାନରେ ଆବଶ୍ୟକତା ମନେ କରି କଟା ଯାଇଛି। କେବଳ ୨ ଚକିଆ ଯାନ ଯିବା ଆସିବା କରିବା ପାଇଁ ଏହି ଗଳାବାଟ ସୃଷ୍ଟି କରିଛନ୍ତି ସ୍ଥାନୀୟ କେତେକ ଲୋକ। ସେମାନଙ୍କ ଯିବା ଆସିବା ପାଇଁ ସେମାନେ ରାତି ଅଧିଆ ଏହି ଜାତୀୟ ରାଜପଥର ଡିଭାଇଡର୍‌କୁ କାଟି ଏଭଳି ଗଳାବାଟ କରିଛନ୍ତି।

ବିଭିନ୍ନ ସମୟରେ ଏହି ଗଳାବାଟରେ ଯାଉଥିବା ବାଇକ୍‌ ଓ ସାଇକେଲ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି । ବିଶେଷକରି ବିଳମ୍ବିତ ରାତିରେ ଏହି ଗଳାବାଟ ଭାରୀଯାନ ଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଭାରୀଯାନ ଚାଳକଙ୍କ ଆଗକୁ ହଠାତ ଅନେକ ସମୟରେ ବାଇକ୍‌ ଓ ସାଇକେଲ ଆସି ଯାଉଛି। ଫଳରେ ସେମାନେ ଭାରସାମ୍ୟ ହରାଉଛନ୍ତି ଓ ଦୁର୍ଘଟଣା ଘଟୁଛି ।

ଏହି ସବୁ ଗଳାବାଟକୁ ପୁଲିସ ଓ ଜାତୀୟ ରାଜପଥ ପକ୍ଷରୁ ବାରମ୍ବାର ବନ୍ଦ କରାଯାଉଥିଲେ ମଧ୍ୟ କିଛିଦିନ ପରେ ପୁଣି ଖୋଲିଯାଉଛି । ତେଣୁ ଏଥିପାଇଁ କେବଳ ଜାତୀୟ ରାଜପଥ କର୍ତୃପକ୍ଷ, କମିସନରେଟ୍‌ର ଟ୍ରାଫିକ୍‌ ପୁଲିସ ମାନେ ଦାୟୀ ନୁହନ୍ତି । ଲୋକମାନେ ମଧ୍ୟ ଏଥିପାଇଁ ସଚେତନ ହେବା ଦରକାର । ନହେଲେ ଦିନକୁ ଦିନ ଦୁର୍ଘଟଣା ବଢିବ ଓ ବହୁ ଲୋକ ମୃତ୍ୟୁ ମୁଖରେ ପଡିବେ ।

ଦୁର୍ଘଟଣା ବଢୁଛି - ନା କର୍ତୃପକ୍ଷ ନା ଲୋକମାନେ, ଏଥିପାଇଁ କାହାର ନଜର ନାହିଂ

ପଢନ୍ତୁ, ବିଜେପୁର ନିର୍ବାଚନକୁ ନେଇ ବିରାଟ ଝଟକା, ବିଜେପିରୁ ବିଦାୟ ନେଲେ ନାରାୟଣ ସାହୁ

Related posts

ବଦଳିଲା ପ୍ୟାନ ଓ ଆଧାର କାର୍ଡର ୧୦ଟି ନିୟମ

Ratnamani Moharana

ଆହୁରି ବଢିବ ତାତି,୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଟପିଲାଣି

ENO Beuro

ଆଜି ବ୍ୟାଙ୍କ ଧର୍ମଘଟ,୫ ଦିନ ବ୍ୟାଙ୍କ ବନ୍ଦ

ENO Beuro

Leave a Comment