Spread the loveଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକ୍ଷେତ୍ରରେ ବିଶେଷ ପରିଚୟ ସୃଷ୍ଟି କରିଥିବା ରୁଚି ଫ୍ରୋଜିଟ୍‌ ର ଚତୁର୍ଥ ଆଉଟ୍‌ଲେଟ୍‌ ମଧୁପାଟଣା ଶିଳ୍ପାଞ୍ଚଳଠାରେ ଉଦ୍‌ଘାଟିତ ହୋଇଛି। ଅଭିନେତ୍ରୀ ଅର୍ଚ୍ଚିତା ଏହି ଅଭିନବ କେଫ୍‌କର୍ଣ୍ଣରକୁ ଉଦ୍‌ଘାଟନ... ରୁଚି ଫ୍ରୋଜିଟ୍‌ ର ଚତୁର୍ଥ ଆଉଟ୍‌ଲେଟ୍‌ ମଧୁପାଟଣା ଶିଳ୍ପାଞ୍ଚଳଠାରେ ଉଦ୍‌ଘାଟିତ ହୋଇଛି
Spread the love

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକ୍ଷେତ୍ରରେ ବିଶେଷ ପରିଚୟ ସୃଷ୍ଟି କରିଥିବା ରୁଚି ଫ୍ରୋଜିଟ୍‌ ର ଚତୁର୍ଥ ଆଉଟ୍‌ଲେଟ୍‌ ମଧୁପାଟଣା ଶିଳ୍ପାଞ୍ଚଳଠାରେ ଉଦ୍‌ଘାଟିତ ହୋଇଛି।

ଅଭିନେତ୍ରୀ ଅର୍ଚ୍ଚିତା ଏହି ଅଭିନବ କେଫ୍‌କର୍ଣ୍ଣରକୁ ଉଦ୍‌ଘାଟନ କରିବା ସହିତ ଏହାର ଉଚ୍ଚକୋଟୀର ଖାଦ୍ୟମେନୁ ଓ ପରିବେଷଣର ପ୍ରଶଂସା କରିଥିଲେ।

ସଂପୂର୍ଣ୍ଣ ଘରୋଇ ପରିବେଶ ଭିତରେ ରୁଚି ଫ୍ରୋଜିଟ୍‌ ବ୍ରାଣ୍ଡର ବିଭିନ୍ନ ଓଡ଼ିଆ ଏବଂ ବିଦେଶୀ ଖାଦ୍ୟ, ସ୍ୱାସ୍ଥ୍ୟପ୍ରଦ ପାନୀୟ ସୁଲଭ ମୂଲ୍ୟରେ ଏଠାରେ ପରିବେଷଣ କରାଯାଉଛି।

ସୁଇଜରଲ୍ୟାଣ୍ଡ ଏବଂ ଇଟାଲୀରେ ଖାଦ୍ୟ ପ୍ରିକ୍ରିୟାକରଣ ଶିଳ୍ପକ୍ଷେତ୍ରରେ ବିଶେଷ ତାଲିମ୍‌ପ୍ରାପ୍ତ ‘ରୁଚି’ର ନିର୍ଦ୍ଦେଶିକା ରଶ୍ମୀ ସାହୁ କହିଥିଲେ ଯେ, କଟକ ପୂର୍ବାଞ୍ଚଳରେ ଖୋଲିଥିବା ଏହି ଅଭିନବ ଫୁଡ୍‌ ଆଉଟ୍‌ଲେଟ୍‌ରେ ନିଜର ବନ୍ଧୁ, ପରିବାର ଓ ପ୍ରିୟଜନଙ୍କ ସହିତ ବିଭିନ୍ନ ଉନ୍ନତମାନର ଖାଦ୍ୟ ଏବଂ ପାନୀୟର ମଜା ଜଣେ ନେଇପାରିବେ।

ଉତ୍ସବରେ ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ, ନିର୍ଦ୍ଦେଶିକା ସଂଗୀତା ସାହୁ, ନିର୍ଦ୍ଦେଶ ଅରବିନ୍ଦ ସାହୁ, ରୁଚି ପ୍ରତିଭା ଫାଉଣ୍ଡେସନର ସଭାପତି ଶ୍ରଦ୍ଧାନନ୍ଦ ଜେନା ଓ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

 ରୁଚି ଫ୍ରୋଜିଟ୍‌ର ଚତୁର୍ଥ ଆଉଟ୍‌ଲେଟ୍‌ ମଧୁପାଟଣା ଶିଳ୍ପାଞ୍ଚଳଠାରେ ଉଦ୍‌ଘାଟିତ ହୋଇଛି

Your email address will not be published. Required fields are marked *