Spread the loveଓଲିଉଡ୍‌ର ଖୁବ ଲୋକପ୍ରିୟ କଳାକାର ସବ୍ୟସାଚୀ ମିଶ୍ର ଗତକାଲି ୩୨ ବର୍ଷରେ ପଦାର୍ପଣ କଲେ । ନିଜ ଜନ୍ମଦିନର ଖୁସିକୁ ସେ ନିଜ ଶୁଭେଚ୍ଛୁଙ୍କ ଗହଣରେ ବାଣ୍ଟିଛନ୍ତି । ଏନେଇ... ଜାଣନ୍ତୁ ଓଲିଉଡ୍‌ର ଖୁବ ଲୋକପ୍ରିୟ କଳାକାର ସବ୍ୟସାଚୀ ମିଶ୍ର କେମିତି ପାଳିଲେ ତାଙ୍କ ଜନ୍ମଦିନ
Spread the love

ଓଲିଉଡ୍‌ର ଖୁବ ଲୋକପ୍ରିୟ କଳାକାର ସବ୍ୟସାଚୀ ମିଶ୍ର ଗତକାଲି ୩୨ ବର୍ଷରେ ପଦାର୍ପଣ କଲେ । ନିଜ ଜନ୍ମଦିନର ଖୁସିକୁ ସେ ନିଜ ଶୁଭେଚ୍ଛୁଙ୍କ ଗହଣରେ ବାଣ୍ଟିଛନ୍ତି । ଏନେଇ ସବ୍ୟସାଚୀ ଫ୍ୟାନ୍‌ କ୍ଲବ୍‌ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ହେଇଥିଲା ଖୁବ ସୁନ୍ଦର ପ୍ରସ୍ତୁତି ।

ଯାଜପୁର, ବାରିପଦା, ଭଦ୍ରକ ଆଦି ବିଭିର୍ଣ୍ଣ ସ୍ଥାନରୁ ପ୍ରଶାସକଙ୍କ ସୁଅ ଛୁଟିଥିଲା । ସବ୍ୟସାଚୀ କେକ କାଟି, ପ୍ରଶଂସକଙ୍କ ହାତରୁ କେକ୍‌ ଖାଇବା ସହ ନିଜେ ତାଙ୍କର ପ୍ରଶଂସକଙ୍କୁ କେକ୍‌ ଖୁଆଇ ଥିଲେ ।

ଏହି ଅବସରରେ ନିଜର ପ୍ରଶଂସକଙ୍କୁ ମିଠା ବଦଳରେ ୬୦ ଟି ନିମ୍ବ ଚାରା ବାଣ୍ଟିଥିଲେ । ସେହି ଚାରାକୁ ରୋପଣ କରିବା ସହ ତା’ର ଯତ୍ନ ନେବାକୁ ସେ ପ୍ରଶଂସକଙ୍କୁ ନିବେଦନ କରିଥିଲେ । ଏହି ଗଛଗୁଡ଼ିକ ପ୍ରେରଣା ପକ୍ଷରୁ ଯୋଗାଇ ଦିଆଯାଇଥିଲା। ପ୍ରେରଣାର ମୁଖ୍ୟ ଡ.ଦିଲ୍ଲୀପ ଶ୍ରୀଚନ୍ଦନ ଏବଂ ଓଡ଼ିଶା ବୀର ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନଙ୍କ ସମେତ ପ୍ରଣୟ ଜେଠୀ ଏବଂ ବହୁ ପ୍ରଶଂସକଙ୍କ ଉପସ୍ଥିତିରେ ଜନ୍ମଦିନ ପାଳିତ ହୋଇଥିଲା।

ସବ୍ୟସାଚୀଙ୍କ ଚାରା ରୋପଣ କାମ ତାଙ୍କର ଏହି ଜନ୍ମଦିନରୁ ଶୁଭାରମ୍ଭ ହେଲା ଓ ପ୍ରତିବର୍ଷ ସେ ଏହାକୁ ବଜାୟ ରଖିବେ ବୋଲି ସକଳ୍ପ କରିଛନ୍ତି ।

ସବ୍ୟସାଚୀଙ୍କୁ ଅନାଇ ବସିଥିବା ଦର୍ଶକଙ୍କ ପାଇଁ ଖୁସି ଖବର । ତାଙ୍କ ଅଭିନୀତ ତେଲୁଗୁ, ତାମିଲ ଏବୋଂ ଓଡିଆ ଭାଷାରେ ନିର୍ମିତ ଏକ ଚଳଚିତ୍ର ଖୁବ ଶୀଘ୍ର ବଜାରକୁ ସରଗରମ କରିବାକୁ ଆସୁଛି । ସିନେମାର ଟାଇଟଲ ଏପରଜ୍ୟନ୍ତ ଘୋଷଣା କରାଯାଇନାହିଁ । କିନ୍ତୁ ସବ୍ୟସାଚୀ ଏଥିରେ ଯେଉଁ ପ୍ରକାର ଚରିତ୍ରରେ ଆସୁଛନ୍ତି ସେ ଆଗରୁ କେବେ କରିନାହାନ୍ତି । ସେ ଜଣେ ଫ୍ୟାଶନ ଡିଜାଇନର ରୂପେ ପରଦାରେ ଦେଖାଦେବେ । ଏହା ତାଙ୍କ ପାଇଁ ନିଶ୍ଚୟ ଏକ ଗୁରୁତ୍ଵପୂର୍ଣ ଚରିତ୍ର ହେବ ।

ସବ୍ୟସାଚୀଙ୍କ ଜନ୍ମଦିନର ଏହି ଭିଡିଓ ଉପରେ ନଜର ପକାନ୍ତୁ ।

Your email address will not be published. Required fields are marked *