Spread the loveଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ସବ୍ୟସାଚୀ ମିଶ୍ର ଓ ଏଲିନା ସାମନ୍ତରାୟ ଏକାଠି, ଲୋକପ୍ରିୟ ସାର୍ଥକ ମ୍ୟୁଜିକ ବ୍ୟାନରର ଆଗାମୀ ସିନେମାରେ ଅଭିନୟ କରିବେ । ଏହା... ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ, ଶେଷରେ ସବ୍ୟସାଚୀ ମିଶ୍ର ଓ ଏଲିନା ସାମନ୍ତରାୟ ପରଦାରେ ଏକାଠି
Spread the love

ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ସବ୍ୟସାଚୀ ମିଶ୍ର ଓ ଏଲିନା ସାମନ୍ତରାୟ ଏକାଠି, ଲୋକପ୍ରିୟ ସାର୍ଥକ ମ୍ୟୁଜିକ ବ୍ୟାନରର ଆଗାମୀ ସିନେମାରେ ଅଭିନୟ କରିବେ । ଏହା ସାର୍ଥକର ୨୩ ତମ ସିନେମା । ଏହି ସିନେମାରେ ସବ୍ୟସାଚୀ, ଏଲିନା ଏବୋଂ ପପୁ ପମ ପମ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ।

ସିନେମାର ଟାଇଟଲ ଏପର୍ଜ୍ୟନ୍ତ ଘୋଷଣା କରାଯାଇନାହିଂ । ସୀତାରାମ ଅଗରୱାଲ ଏହି ସିନେମାର ପ୍ରଯୋଜକ ଓ ରମେଶ ରାଉତ ଏହାର ନିର୍ଦେଶନା ଦାଇତ୍ଵରେ ଅଛନ୍ତି ।  ବୈଦ୍ୟନାଥ ଦାଶ ଏହି ସିନେମାର ସଙ୍ଗୀତ ନିର୍ଦେଶକ । ନିର୍ମଳ ନାୟକ କାହାଣୀର ସଂଳାପ ଲେଖିବା ସହ ସଂଗୀତ ମଧ୍ୟ ଲେଖିଛନ୍ତି ।

ଦର୍ଶକମାନେ ପ୍ରଥମ ଥର ପାଇଁ ଏଲିନା ଓ ସବ୍ୟସାଚୀଙ୍କ ଯୋଡିକୁ ପରଦା ଉପରେ ଦେଖିବେ । ପପୁ ପମ ପମ ଏହି ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସୁଛନ୍ତି ।

ରମେଶ ରାଉତ ଆଗରୁ ଏଲିନାଙ୍କ କାବୁଲା ବାରବୁଲା କୁ ନିର୍ଦେଶନା ଦେଇଥିଲେ ଏବୋଂ ଏହା ଚଳିତ ବର୍ଷ ଦଶହରା ରେ ମୁକ୍ତିଲାଭ କରିଥିଲେ । ପାଗଳ କରିଛି ପାଉଁଜି ତୋର ଏବୋଂ ମୁଁ ଏକା ତୁମର ହେଉଛି ସବ୍ୟସାଚୀଙ୍କ ସାର୍ଥକ ବ୍ୟାନରରେ ମୁକ୍ତିଲାଭ କରିଥିବା ସିନେମା । ସାର୍ଥକ ର ସପନର ପଥେ ପଥେ ନିକଟରେ ମୁକ୍ତିଲାଭ କରିଥିବା ବେଳେ ଏହାର ଅନ୍ୟ ଏକ ନିର୍ମାଣଧୀନ ସିନେମା ଲେଲା ଓ ଲେଲା ନୂଆ ବର୍ଷରେ ପରଦା ଉପରକୁ ଆସିବ ବୋଲି ଅଣ୍ଟା ଭିଡୁଛି ।

ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ, ଶେଷରେ ସବ୍ୟସାଚୀ ମିଶ୍ର ଓ ଏଲିନା ସାମନ୍ତରାୟ ପରଦାରେ ଏକାଠି

ପଢନ୍ତୁ, ବର୍ଷାରେ ଫିକା ପଡିଯାଇଥିବା ଦୀପାବଳି ପର୍ବ କୁ ରଙ୍ଗ ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏଲିନା ଦାସ

Your email address will not be published. Required fields are marked *