Spread the loveମାଲକାନାଗିରୀର ଝିଅ ତଥା ଭଳିବଲ ଖେଳାଳୀ ସିରିସା କୁରାମି । ୧୫ ବର୍ଷର ଏହି ଝିଅ, ବାଳିକା ୧୮ ବର୍ଷରୁ କମ ଜାତୀୟ ଭଲିବଲ ଦଳରେ ସାମିଲ ହେଇ ଚର୍ଚ୍ଚାର... ଭଲିବଲ ଖେଳାଳି ସିରିସା କରାମୀଙ୍କ ପାଇଁ ପୂରା ଦେଶ ଗର୍ବିତ – କ୍ରିକେଟ କିମ୍ବଦନ୍ତୀ ତାରକା ସଚିନ ତେନ୍ଦୁଲକର
Spread the love

ମାଲକାନାଗିରୀର ଝିଅ ତଥା ଭଳିବଲ ଖେଳାଳୀ ସିରିସା କୁରାମି । ୧୫ ବର୍ଷର ଏହି ଝିଅ, ବାଳିକା ୧୮ ବର୍ଷରୁ କମ ଜାତୀୟ ଭଲିବଲ ଦଳରେ ସାମିଲ ହେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ତାଙ୍କୁ ନେଇ ପ୍ରସ୍ତୁତ କରାଯାଇଛି ୟୁନିଶେଫ ପକ୍ଷରୁ ଏକ ସ୍ଵତନ୍ତ୍ର ଭିଡିଓ । ଯାହାକୁ ଦେଖି କ୍ରିକେଟ କିମ୍ବଦନ୍ତୀ ତାରକା ସଚିନ ତେନ୍ଦୁଲକରଙ୍କ ମୁହଁରେ ପ୍ରଂଶସା । ସେ ତାଙ୍କ ଟୁଇଟର ପୋଷ୍ଟ ରେ ଲେଖିଛନ୍ତି ଯେ, ସିରିସାଙ୍କ ସ୍ଵପ୍ନ ମାଙ୍କୁ ସାହାଜ୍ୟ କରିବା, ଯିଏ ତାଙ୍କ ପାଇଁ ସବୁକିଛି କରିଛନ୍ତି । ସେହିପରି କ୍ରିଡା ମାଧ୍ୟମରେ ନିଜ ଗାଁ, ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିବାକୁ ସେ ଚାହାନ୍ତି ।  ଓଡ଼ିଶା ଝିଅ ତଥା ମହିଳା ଭଳିବଲ ଖେଳାଳୀ ସିରିସା କରାମୀଙ୍କ ପାଇଁ ପୂରା ଦେଶ ଗର୍ବିତ ବୋଲି କହିଛନ୍ତି ସଚିନ୍ । ସିରସା ଦେଖୁଥିବା ସ୍ୱପ୍ନ ନିଶ୍ଚିତ ଭାବେ ପୂରଣ ହେବ ବୋଲି ନିଜ ଟ୍ୱିଟର ପେଜରେ ଏହା ଉଲ୍ଲେଖ କରିଛନ୍ତି ସଚିନ୍ ।

ସିରିସା ଙ୍କ ମା’ ଛେଲେମ୍ମା କୁରାମି ଥିଲେ ମାଓବାଦୀ । ବହୁବର୍ଷ ପୂର୍ବେ ହିଂସା ପରିତ୍ୟାଗ କରି ସ୍କୁଲରେ ଏକ ରୋଷେୟା ଭାବେ କାମ କରୁଥିଲେ । ପିଲାବେଳୁ ବାପାଙ୍କୁ ହରାଇଥିବା ସିରିସା ଙ୍କ ବାଲ୍ୟବସ୍ଥା ଖୁବ କଷ୍ଟରେ କଟିଛି । କାଲିମେଳା ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ସିରିସା । ପିଲାବେଳୁ ଖେଳପ୍ରତି ଆଗ୍ରହୀ ଥିବା ଏହି ବାଳିକା ଜଣଙ୍କ କିନ୍ତୁ କେବେ ଭଲିବଲ ଖେଳ ଛାଡିନାହାନ୍ତି ସିରିସା । ତାଙ୍କ ମା’ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି । ୧୬ ବର୍ଷରେ ପାଦ ଦେଇଥିବା ସିରସା କହିଛନ୍ତି, ସେ ଭଲିବଲ ଖେଳି ତାଙ୍କ ମା’ଙ୍କ ଦୁଃଖ ଦୁର କରିବେ ।

ଏହାଛଡା ଭଲିବଲ ଟୁଣ୍ଣାମେଣ୍ଟରେ ସେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ସାରିଛନ୍ତି । ୧୨ ଟି ରାଜ୍ୟ ସହ ସେ ଭଲିବଲ ମ୍ୟାଚ ଖେଳି ସାରିଛନ୍ତି । ଜିଲ୍ଲା ଓ ରାଜ୍ୟସ୍ତରରେ ସିରିସାଙ୍କ ପ୍ରଦର୍ଶନ ଅତି ଉଚ୍ଚକୋଟିର । ବିଭିର୍ଣ୍ଣ ପ୍ରତିଯୋଗିତାରେ ସାମିଲ ହେଇ ସେ ୧୦ରୁ ଅଧିକ ପଦକ ହାସଲ କରିଛନ୍ତି । ଏହି ଅଭିଜ୍ଞତାକୁ ପାଥେୟ କରି ସେ ଜାତୀୟ ଦଳରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏହାସହ ଭଲିବଲରେ ଦେଶ ତଥା ରାଜ୍ୟର ନାଁ ଗର୍ବିତ କରିବି ବୋଲି ସିରିସା କହିଛନ୍ତି ।

ଭଲିବଲ ଖେଳାଳି ସିରିସା କରାମୀଙ୍କ ପାଇଁ ପୂରା ଦେଶ ଗର୍ବିତ - କିମ୍ବଦନ୍ତୀ ତାରକା ସଚିନ ତେନ୍ଦୁଲକର

ପଢନ୍ତୁ, କନ୍ଧମାଳର ଜୋଡମୁଣ୍ଡା ଶିଶୁ ଜାଗା ଅସୁସ୍ଥ

Your email address will not be published. Required fields are marked *