Spread the loveଜାତୀୟ ପ୍ରତିଯୋଗିତାରେ ନିଜଠାରୁ ଉଚ୍ଚା ରାଙ୍କ ରେ ଥିବା ପିଭି ସିନ୍ଧୁ ଙ୍କୁ ହରାଇ ସାଇନା ନେହ୍ଵାଲ ହେଲେ ଚମ୍ପିୟାନ ଏବୋଂ ପୁରୁଷ ଏକକ ଫାଇନାଲ୍‌ ଲଢ଼େଇରେ ୪ ଟି... ସାଇନା ନେହ୍ଵାଲ ହେଲେ ଚମ୍ପିୟାନ, ପ୍ରଣୟ ପ୍ରଥମ ଥର ଲାଗି ଜାତୀୟ ବିଜେତା
Spread the love

ଜାତୀୟ ପ୍ରତିଯୋଗିତାରେ ନିଜଠାରୁ ଉଚ୍ଚା ରାଙ୍କ ରେ ଥିବା ପିଭି ସିନ୍ଧୁ ଙ୍କୁ ହରାଇ ସାଇନା ନେହ୍ଵାଲ ହେଲେ ଚମ୍ପିୟାନ ଏବୋଂ ପୁରୁଷ ଏକକ ଫାଇନାଲ୍‌ ଲଢ଼େଇରେ ୪ ଟି ସୁପର ସିରିଜ ଜିତିଥିବା କିଦାମ୍ବୀ ଶ୍ରୀକାନ୍ତଙ୍କୁ ହରାଇ, ପ୍ରଣୟ ପ୍ରଥମ ଥର ଲାଗି ଜାତୀୟ ବିଜେତା ହେଲେ ।

ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିବା ପିଭି ସିନ୍ଧୁ ଓ ସାଇନା ନେହ୍ଵାଲଙ୍କ ମଧ୍ୟରେ ମହିଳା ଏକକ ଫାଇନାଲ୍‌ ରେ ବେଶ୍‌ କଡ଼ା ଟକ୍କର ହୋଇଥିଲା। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସିନ୍ଧୁ ଓ ଏକାଦଶ ମାନ୍ୟତା ସାଇନା ଟ୍ରଫି ହାସଲ ପାଇଁ ଜୋର୍ଦାର ପ୍ରୟାସ କରିଚାଲିଥିଲେ । ବୁଧବାର ଫାଇନାଲ୍‌ରେ କଡ଼ା ଟକ୍କର ମଧ୍ୟରେ ଶେଷ ହୋଇଥିବା ମୁକାବିଲାରେ ସାଇନା ବାଜି ମାରିନେଲେ । ସିନ୍ଧୁଙ୍କୁ ୨୧-୧୭ ଓ ୨୭-୨୫ ପଏନ୍ଟରେ ପରାସ୍ତ କରି ସାଇନା ତୃତୀୟ ଥର ପାଇଁ ଜାତୀୟ ବିଜୟିନୀ ହେଲେ।

ଅନ୍ୟପକ୍ଷରେ ପୁରୁଷ ଏକକ ଫାଇନାଲ୍‌ ଲଢ଼େଇ ମଧ୍ୟ ବେଶ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଗୋଟିଏ ସପ୍ତାହ ପୂର୍ବରୁ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲ୍‌ରେ ଉଭୟେ ପ୍ରଣୟ ଓ ଶ୍ରୀକାନ୍ତ ମୁହାଁମୁହିଁ ହୋଇଥିଲେ। କିନ୍ତୁ ସେଥିରେ ଶ୍ରୀକାନ୍ତ ବାଜି ମାରିନେଇଥିଲେ । ହେଲେ ପୁଣି ଥରେ ଦୁହେଁ ଏଠାରେ ଚାଲିଥିବା ୮୨ତମ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଟ୍ରଫି ପାଇଁ ଜୋର ଲଗାଇଥିଲେ । ଏଠାରେ ଦ୍ୱିତୀୟ ମାନ୍ୟତା ପାଇଥିବା ପ୍ରଣୟ କିନ୍ତୁ ଶୀର୍ଷ ମାନ୍ୟତା ଶ୍ରୀକାନ୍ତଙ୍କୁ ହରାଇ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଗଲେ । ପ୍ରଣୟ ବୁଧବାର ପୁରୁଷ ଏକକ ଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ତଥା ଟ୍ରଫି ହାସଲର ଦାବିଦାର ଥିବା ଶ୍ରୀକାନ୍ତଙ୍କୁ ୪୯ ମିନିଟ୍‌ ଲଢ଼େଇ ମଧ୍ୟରେ ୨୧-୧୫, ୧୬-୨୧ ଓ ୨୧-୧୭ରେ ପରାସ୍ତ କରି ପ୍ରଥମ ଥର ଲାଗି ଜାତୀୟ ବିଜେତା ହୋଇଗଲେ। ଉଭୟେ ପ୍ରଣୟ ଓ ଶ୍ରୀକାନ୍ତ ଏହା ପୂର୍ବରୁ ସେମାନଙ୍କ ଆନ୍ତର୍ଜାତିକ ଜୀବନ ମଧ୍ୟରେ ୪ ଥର ଭେଟାଭେଟି ହୋଇଥିଲେ। ସେଥିରେ ୩ ଥର ଶ୍ରୀକାନ୍ତ ବିଜୟୀ ହୋଇଥିଲା ବେଳେ କେବଳ ୨୦୧୧ ଟାଟା ଓପନ୍‌ରେ ହିଁ ପ୍ରଣୟ ବାଜି ମାରିଥିଲେ। ତେବେ ପଞ୍ଚମ ଥର ଉଭୟଙ୍କ ମୁହାଁମୁହିଁରେ ଏହା ପ୍ରଣୟଙ୍କ ଦ୍ୱିତୀୟ ବିଜୟ।

ପଢନ୍ତୁ, ଆଜିଠୁ ଓଡ଼ିଶା ତାମିଲନାଡୁ ସହିତ ଖେଳିବ ଶେଷ ରଣଜୀ ମ୍ୟାଚ୍‌ ଟକ୍କର

No comments so far.

Be first to leave comment below.

Your email address will not be published. Required fields are marked *