• Home
  • Bollywood
  • ସଞ୍ଜୟଲୀଲା ଭଂସାଲୀଙ୍କ ପଦ୍ମାବତୀ ଚଳଚ୍ଚିତ୍ର ଉପରେ ରୋକ ଲଗାଇଲେ ମଧ୍ୟପ୍ରଦେଶ ସରକାର
Bollywood

ସଞ୍ଜୟଲୀଲା ଭଂସାଲୀଙ୍କ ପଦ୍ମାବତୀ ଚଳଚ୍ଚିତ୍ର ଉପରେ ରୋକ ଲଗାଇଲେ ମଧ୍ୟପ୍ରଦେଶ ସରକାର

ଚଳଚ୍ଚିତ୍ର ନିର୍ମାତା ସଞ୍ଜୟଲୀଲା ଭଂସାଲୀଙ୍କ ପଦ୍ମାବତୀ ଚଳଚ୍ଚିତ୍ରକୁ ନେଇ ଗତ କିଛିଦିନ ଧରି ବହୁ ବାଦ ବିବାଦ ଲାଗି ରହିଛି । ଏହାସହ ଚଳଚିତ୍ର ନିର୍ମାତା, କଳାକାର ସମସ୍ତଙ୍କୁ ମାରିଦେବା ଧମକ ଓ ସିନେମାକୁ ବନ୍ଦ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାସହିତ ଏକ ବଡ ଘଟଣା ସମସ୍ତଙ୍କୁ ଚକିତ କରି ରଖିଛି । ସୋମବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ରାଜ୍ୟରେ ଚଳଚ୍ଚିତ୍ରଟି ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି। ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ପୂର୍ବରୁ ରାଜପୁତ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚୌହ୍ଵାରନଙ୍କୁ ନିବେଦନ କରାଯାଇଥିଲା। ଚଳଚ୍ଚିତ୍ରଟିକୁ ନିର୍ଦ୍ଧାରିତ ତାରିଖରେ ତାଙ୍କ ରାଜ୍ୟରେ ମୁକ୍ତିଲାଭ କରିବାକୁ ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚୌହ୍ଵାନ ଗଣମାଧ୍ୟମରେ କହିଥିଲେ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏ ନିସ୍ପତି ପଦ୍ମାବତୀ ନିର୍ମାତାଙ୍କୁ ଝଟକା ଦେଇଛି । ଚଳଚ୍ଚିତ୍ରଟି ପରଦା ଉପରକୁ ଆସିନି ତଥାପି ତା ଉପରେ ଏତେ ମନ୍ତବ୍ୟ । ଦେଖିସାରିବା ପରେ ନିଷ୍ପତି ନେବାରଥିଲା ବୋଲି ଚର୍ଚ୍ଚା ଧରିଛି ।

‘ପଦ୍ମାବତୀ’ ଚଳଚ୍ଚିତ୍ରର ରିଲିଜ୍‌ ତାରିଖ ଘୁଞ୍ଚିବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଡିସେମ୍ବର ୧ ତାରିଖରେ ଏହି ଚଳଚ୍ଚତ୍ରଟି ମୁକ୍ତଲାଭ କରିବାର ଥିଲା।

ସଞ୍ଜୟଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ ଚଳଚ୍ଚିତ୍ର ଉପରେ ରୋକ ଲଗାଇଲେ ମଧ୍ୟପ୍ରଦେଶ ସରକାର    ସଞ୍ଜୟଲୀଲା ଭଂସାଲୀଙ୍କ ପଦ୍ମାବତୀ ଚଳଚ୍ଚିତ୍ର ଉପରେ ରୋକ ଲଗାଇଲେ ମଧ୍ୟପ୍ରଦେଶ ସରକାର

ପଢନ୍ତୁ, ମୃତ୍ୟୁର ଖେଳ ବ୍ଲୁହ୍ୱେଲ କୁ ବନ୍ଦ କରିବା ଅସମ୍ଭବ – କେନ୍ଦ୍ରସରକାର

Related posts

ଏସିଆର ଶକ୍ତିଶାଳୀ ବିଜନେସ ୱମେନ ଓ ପ୍ରେରଣା ସ୍ରୋତ: ନୀତା ଅମ୍ବାନୀ

Krishna Kumar Manoj

Nawazuddin Siddiqui Shared His Memoir With Actor Manoj Mishra In “An Ordinary Life”

Krishna Kumar Manoj

Shah Rukh Khan Gifted A Guitar To The Music Composer Pritam

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More