Movie News

ବର୍ତ୍ତମାନ ଓଡିଆ ସିନେମାର ଚର୍ଚ୍ଚାରେ ଅଛି ସାର୍ଥକ ବ୍ୟାନରର ନୂଆ ଛବି ଏବୋଂ ନୂଆ ଯୋଡି ସବ୍ୟସାଚୀ-ଏଲିନା

ଓଡିଆ ସିନେମାର ଚର୍ଚ୍ଚାରେ ଅଛି ସାର୍ଥକ ବ୍ୟାନରର ନୂଆ ଛବି ଏବୋଂ ନୂଆ ଯୋଡି ସବ୍ୟସାଚୀ-ଏଲିନା

ବର୍ତ୍ତମାନ ଓଡିଆ ସିନେମାର ଚର୍ଚ୍ଚାରେ ରହିବ ସୀତାରାମ ଅଗରୱାଲଙ୍କ ପ୍ରଯୋଜିତ ଆଗାମୀ ସିନେମା ଏବୋଂ ଏହାର ନୂଆ ଯୋଡି ସବ୍ୟସାଚୀ-ଏଲିନା । ନିର୍ଦେଶକ ରମେଶ ରାଉତ ଏହି ଟାଇଟଲ ବିହୀନ ଓଡିଆ ସିନେମାର ନିର୍ଦେଶନା ଦେବେ ।

ଏହି ସିନେମା ଜରିଆରେ ନିର୍ଦ୍ଦେଶକ ରମେଶ ରାଉତ ପ୍ରଥମ ଥର ପାଇଁ ସବ୍ୟସାଚୀ-ଏଲିନା ଯୋଡ଼ିଙ୍କୁ ପରଦାକୁ ଆଣୁଛନ୍ତି। ଆଗରୁ ଏଲିନା ‘କାବୁଲା ବାରବୁଲା-ସର୍ଚ୍ଚିଂଫର୍‌ ଲୈଲା’ ମାଧ୍ୟମରେ ରମେଶ ରାଉତଙ୍କ ନିର୍ଦ୍ଦେଶନାରେ କାମ କରିସାରିଛନ୍ତି ।

୨୦୦୦ ମସିହାରୁ ଚଳଚିତ୍ର ଜଗତରେ ସକ୍ରିୟ ଥିବା ଶ୍ରୀ ରାଉତ ଇତିମଧ୍ୟରେ ତିନିଟି ଓଡ଼ିଆ ଛବି ଓ ଗୋଟିଏ ହିନ୍ଦୀ ସିନେମାର ନିର୍ଦ୍ଦେଶନା ଦେଇ ସାରିଲେଣି। ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ଗୁଡ଼ିକ ହେଲା- ଚାନ୍ଦ ନା ତୁମେ ତାରା, ଗଡ଼୍‍ ଫାଦର୍‌ ଏବଂ କାବୁଲା ବାରବୁଲା-ସର୍ଚ୍ଚିଂଫର୍‌ ଲୈଲା। ଏହା ତାଙ୍କର ଚତୁର୍ଥ ନମ୍ବର ଓଡିଆ ସିନେମା ।

ଇତିମଧ୍ୟରେ ଏହି ସିନେମାର ମହୁରତ୍‌ ହୋଇସାରିଛି। ଆଗାମୀ ନଭେମ୍ବର ୨୦ ତାରିଖରୁ ଏହାର ସୁଟିଂ ଆରମ୍ଭ ହେବ।

ହାସ୍ୟ ଅଭିନେତା ପପୁ ପମ ପମ ଯେହେତୁ ଏଥିରେ ଅଛନ୍ତି, କାହାଣୀରେ ମଜାତ ନିଶ୍ଚୟ ରହିବ । ସବ୍ୟସାଚୀ ଓ ପପୁଙ୍କ ଯୋଡି ଆଗରୁ ପିଲାଟା ବିଗିଡିଗଲାରେ କମାଲ ଦେଖାଇସାରିଛି । ତେଣୁ ଏ ସିନେମା ପାଇଁ ମଧ୍ୟ ସମ୍ଭାବନା ଅଧିକ ରହିଛି । ବାକି କଣ ମସଲା ସବୁ ଅଛି ତାହା ଆଗକୁ ଗଲେ ଜଣାପଡିବ ।

ଓଡିଆ ସିନେମାର ଚର୍ଚ୍ଚାରେ ଅଛି ସାର୍ଥକ ବ୍ୟାନରର ନୂଆ ଛବି ଏବୋଂ ନୂଆ ଯୋଡି ସବ୍ୟସାଚୀ-ଏଲିନା

Related posts

୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି

ENO Beuro

ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’

Ratnamani Moharana

ପୁଣିଥରେ ଆସୁଛି ଏହି ଯୋଡି, ଦ୍ୱିତୀୟ ଥର ପାଇଁ ପରଦାରେ ଦେଖିବେ ଦର୍ଶକ

ENO Beuro

Leave a Comment