Spread the love୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଡ୍ରିମ୍‌ଗାର୍ଲ’ ରେ ପ୍ରଥମେ ସିନେ ନାୟିକା ଭାବେ ବଡ଼ ପରଦାକୁ  ଆସିଥିଲେ ଓଲିଉଡର ହସକୁରୀ ଓ ଚୁଲୁବୁଲି ନାୟିକା ପ୍ରିୟା ଚୌଧୁରୀ । ନିଜ... ସାର୍ଥକ ଟିଭିରେ ପ୍ରସାରିତ “ଓଡ଼ିଶାର ବେଷ୍ଟ-ଡ୍ରାମେବାଜ୍‌” ରେ ଜଜ୍‌ଭାବେ ନଜର ଆସୁଛନ୍ତି ପ୍ରିୟା ଚୌଧୁରୀ
Spread the love

୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଡ୍ରିମ୍‌ଗାର୍ଲ’ ରେ ପ୍ରଥମେ ସିନେ ନାୟିକା ଭାବେ ବଡ଼ ପରଦାକୁ  ଆସିଥିଲେ ଓଲିଉଡର ହସକୁରୀ ଓ ଚୁଲୁବୁଲି ନାୟିକା ପ୍ରିୟା ଚୌଧୁରୀ । ନିଜ ଅଭିନୟ ରେ ସିନେ ପ୍ରେମୀ ଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ସେ । ଏହା ପୂର୍ବରୁ ସେ ଛୋଟ ପରଦାରେ ସକ୍ରିୟ ଥିଲେ ଏବୋଂ ଏକ ଭଲ ଆଙ୍କର ହିସାବରେ ତାଙ୍କର ନା’ ଥିଲା ।

ଏହାପରେ ପ୍ରିୟାଙ୍କୁ  ଅଭିମନ୍ୟୁ, ବାଇଶ ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍‌ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ଓଡ଼ିଆ  ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ ।

୨୦୧୩ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ  ଏହି ନାୟିକା ଏବୋଂ  ବିବାହ ପରେ  ପ୍ରିୟା କୌଣସି ବି ଓଡ଼ିଆ ସିନେମାରେ ଅଭିନୟ କରିନାହାନ୍ତି । କିନ୍ତୁ ବିବାହ ପରେ ତାଙ୍କ ଅଭିନୀତ ଏକ ଓଡ଼ିଆ ଛବି ‘ ତୋ’ ବାଟ ଚାରହିଁଛି ରାତି ସାରା ’ ୨୦୧୪ ଜାନୁଆରିରେ ମୁକ୍ତିଲାଭ  କରିଥିଲା । ଏହା ମଧ୍ୟ ତାଙ୍କର ଶେଷ ସିନେମା ଯାହା ସେ ବିବାହ ଆଗରୁ ସୂଟିଙ୍ଗ ସାରିଥିଲେ ।

ପ୍ରିୟା  ଚୌଧୁରୀ  ଅବଶ୍ୟ ବିବାହ ପରେ  ସମୟ ସମୟରେ  ଛୋଟ ପରଦାରେ  ନଜର ଆସିଛନ୍ତି । ସଂପ୍ରତି  ସାର୍ଥକ ଟିଭିରେ ପ୍ରସାରିତ ‘ ଓଡ଼ିଶାର ବେଷ୍ଟ-ଡ୍ରାମେବାଜ୍‌’ରେ ଜଜ୍‌ଭାବେ  ଦେଖିବାକୁ ମିଳୁଛନ୍ତି ପ୍ରିୟା । ତାଙ୍କ ଅଭିନୀତ ଏକ ଓଡିଆ ଏଲବମ ଗୀତ “ଯେବେ ଯେବେ ସେ ମନେପଡେ” ମଧ୍ୟ ଆସିଛି, ସେଥିରେ ସେ ଓଡିଆ ନାୟକ ବୁଲୁ ଙ୍କ ସହ ଅଭିନୟ କରିଛନ୍ତି ।

ସାର୍ଥକ ଟିଭିରେ ପ୍ରସାରିତ "ଓଡ଼ିଶାର ବେଷ୍ଟ-ଡ୍ରାମେବାଜ୍‌" ରେ ଜଜ୍‌ଭାବେ ନଜର ଆସୁଛନ୍ତି ପ୍ରିୟା ଚୌଧୁରୀ

Your email address will not be published. Required fields are marked *