• Home
  • News
  • ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟରେ ଟଙ୍କା ଟ୍ରାନ୍ସଫର
News

ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟରେ ଟଙ୍କା ଟ୍ରାନ୍ସଫର

ଭାରତର ସବୁଠାରୁ ବଡ଼ ଓ ଭରସାଯୋଗ୍ୟ ବ୍ୟାଙ୍କ ହେଉଛି ଏସବିଆଇ । ତେବେ ଆଗ ଅପେକ୍ଷା ଏବେ ଏହି ବ୍ୟାଙ୍କରେ ସେଭିଙ୍ଗ୍ ଆକାଉଣ୍ଟ ଖୋଲିବା ଆହୁରି ସହଜ ହୋଇଯାଇଛି । ଏଥିପାଇଁ ଏକ ମୋବାଇଲ ଆପ୍ଲିକେସନ ବା ଆପ କାର୍ଯ୍ୟକାରୀ ହେଉଛି । ଏହି ନୂଆ ଆପ୍ YONO ( ୟୁ ଓନଲି ନିଡ଼୍ ୱାନ୍ ) ନାମରେ ନମିତ ।

ଏହି ଆପ ଜରିଆରେ ମାତ୍ର ଚାରି ମିନିଟରେ ହିଁ ଆକାଉଂଟ ଖୋଲାଯାଇ ପାରିବ । ଏହି YONO ଆପ ଜରିଆରେ ମାତ୍ର ୫ ମିନିଟରେ ଗ୍ରାହକ ଟଙ୍କା ମଧ୍ୟ ଟ୍ରାନ୍ସଫର କରିପାରିବେ । ସୂଚନାଯୋଗ୍ୟ ଏହା ଏକ ଏମିତି ଡିଜିଟାଲ୍ ପ୍ଲାଟଫର୍ମ ଯାହା ଆପଣଙ୍କ ଜୀବନଶୈଳୀ ସହ ଜଡ଼ିତ ପ୍ରଡ଼କ୍ଟ ଠାରୁ ଆରମ୍ଭ କରି ବିଭିନ୍ନ ଆର୍ଥିକ ସେବା ଯେଗାଇଦେବ । ଏହି ଆପ୍ ଉଭୟ ଆଣ୍ଡ୍ରଏଡ଼୍ ଓ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ।

YONO ଜରିଆରେ କ’ଣ କ’ଣ କରିପାରିବେ ?

  • ଡିଜିଟାଲ ଉପାୟରେ ୫ ମିନିଟରେ ଏସବିଆଇ ଆକାଉଂଟ ଖୋଲି ପାରିବେ
  • ଏହି ଆପ୍ ଜରିଆରେ ୪ ଟି କ୍ଲିକରେ ଫଣ୍ଡ ଟ୍ରାନ୍ସଫର ସମ୍ଭବ
  • ବିନା ପେପରୱ୍ୱାର୍କରେ ମିଳବ ବ୍ୟକ୍ତିଗତ ଋଣ ।
  • ଏଫଡ଼ି ବଦଳରେ ଓଭରଡ୍ରାଫ୍ଡ଼ର ସୁବିଧା ଉପଲବ୍ଧ
  • ଗ୍ରାହକଙ୍କୁ ମିଳିବ ଖର୍ଚ୍ଚର ପୁରା ହିସାବ
  • ଆପରେ ଇନଭେଷ୍ଟମେଂଟ ପ୍ରଡ଼କ୍ଟ ଓ ଇନସ୍ୟୁରାନ୍ସର ସୁବିଧା ଉପଲବ୍ଧ ରହିବ

ଏହି ଆପରେ ମିଳିବ ୧୪ ପ୍ରକାର ଭିନ୍ନ ଭିନ୍ନ ସେବା :-

  • ୧୪ଟି ଭିନ୍ନ ଭିନ୍ନ ବିଭାଗ ଯଥା ବହି, କ୍ୟାବ୍ ବୁକ୍ କରିବା, ମନୋରଞ୍ଜନ , ଖାଇବା ଅଡ଼ର କରିବା, ଟ୍ରାଭେଲ ଓ ମେଡ଼ିକାଲ ଆଦି ଏହି ଆପରେ ସେବା ସାମିଲ ରହିବ
  • ଏଥିପାଇଁ ବ୍ୟାଙ୍କ ୬୦ଟି ଇ-କମର୍ସ କମ୍ପାନୀ ପାଇଁ ହାତ ମିଳାଇଛି
  • ଯେଉଁଠି ଆମାଜନ୍ , ଉବର, ମିନ୍ତ୍ରା, ସପର ଷ୍ଟପ୍ , ୟାତ୍ରା ଇତ୍ୟାଦି ଉତ୍ପାଦ କମ୍ପାନୀ ଆଦି ସାମିଲ ରହିଛି
  • ଆଇଓଏସ୍ ଓ ଆଣ୍ଡ୍ରଏଡ଼୍ ଗ୍ରାହକ ଆପ୍ ୟୋନୋକୁ ଡାଉନଲୋଡ଼ କରିପାରିବେ

ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟ୍ରେ ଟଙ୍କା ଟ୍ରାନ୍ସଫର   ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟରେ ଟଙ୍କା ଟ୍ରାନ୍ସଫର

ପଢନ୍ତୁ, ପ୍ରାକୃତିକ ଏବଂ ତାଜା ଖାଦ୍ୟ ନାଁରେ ଠକୁଥିବା ସଂସ୍ଥା ମାନଙ୍କ ପାଇଁ କଟକଣା ଜାରିକଲା ଏଫ୍‌ଏସ୍‌ଏସ୍‌ଏଆଇ

Related posts

ଦିଲ୍ଲୀ ଏମ୍ସ୍ ରେ ଆଡମିଟ ହେଲେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ !

Krishna Kumar Manoj

ଏବେ ମାତ୍ର ୩ ଦିନରେ ମିଳିବ ତତ୍କାଳ ପାସପୋର୍ଟ

Krishna Kumar Manoj

ଭାରତୀୟ ଯୋଗକୁ ମିଳିଲା କ୍ରୀଡ଼ାର ମାନ୍ୟତା, ସମ୍ମାନ ଦେଲା ଇସଲାମିକ ଦେଶ ସାଉଦି ଆରବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More