Movie News

ବହୁଦିନ ପରେ ଫେରିଲେ ସ୍ନିଗ୍ଧା ମହାନ୍ତି, କିନ୍ତୁ ଏବେ କରିବେ ରାଜନୀତି

ବହୁଦିନ ପରେ ଫେରିଲେ ସ୍ନିଗ୍ଧା ମହାନ୍ତି, କିନ୍ତୁ ଏବେ କରିବେ ରାଜନୀତି

ଓଡ଼ିଆ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଦୁନିଆଁର ଏକ ଲୋକପ୍ରିୟ ଅଭିନେତ୍ରୀ ହେଲେ ସ୍ନିଗ୍ଧା ମହାନ୍ତି । କିନ୍ତୁ କିଛିଦିନ ହେଲାଣି ସ୍ନିଗ୍ଧାଙ୍କୁ ପରଦା ଉପରେ ଦେଖିବାକୁ ମିଳୁନଥିଲା । କିନ୍ତୁ ଏବେ ବେଶ୍‌ କିଛିଦିନ ବ୍ୟବଧାନରେ ପୁଣି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି ସ୍ନିଗ୍ଧା । ଏହା ହେଲା ବର୍ତ୍ତମାନର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର “‘ଯୋଗୀ”।

ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ସ୍ନିଗ୍ଧାଙ୍କୁ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିବ। “ଯୋଗୀ” ଏକ ରାଜନୈତିକ ପୃଷ୍ଠଭୂମିରେ ନିର୍ମିତ ସିନେମା ହୋଇଥିବା ହେତୁ ଏହା ଏକ ଦମ୍‌ଦାର ଭୂମିକା ବୋଲି କୁହାଯାଉଛି।

ସ୍ନିଗ୍ଧା ମହାନ୍ତି ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ “ଲାଲପାନ ବିବି”’ ସିନେମା ଜରିଆରେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ। ବେଶ୍‌ କେତୋଟି ଓଡ଼ିଆ ଛବିରେ ନାୟିକା ଓ ସହନାୟିକା ଭୂମିକା ମଧ୍ୟ ନିଭାଇଥିଲେ ।

ବିଶେଷ କରି ଦର୍ଶକ ସ୍ନିଗ୍ଧାଙ୍କୁ ନାୟିକା ଭାବେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ଅଣ୍ଟି ଛୁରୀ ତଣ୍ଟି କାଟେ’, ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’, ହରିଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ମହୁଆ’ ସମେତ କେତେକ ସିନେମାରେ ଦେଖିଥିଲେ। ତା’ପରେ ସେ ଖଳନାୟିକା ଭୂମିକା ଆଡ଼କୁ ଅଗ୍ରସର ହୋଇଥିଲେ।

ସ୍ନିଗ୍ଧାଙ୍କୁ ବହୁ ଓଡ଼ିଆ ସିନେମାରେ ନେଗେଟିଭ ରୋଲ୍‌ରେ ଦର୍ଶକ ଦେଖିଛନ୍ତି। ଏଥିମଧ୍ୟରେ ସୁନାଭାଉଜ, ସନ୍ତାନ, ଭାଇ ହେଲା ଭଗାରି, ଶଶୁର ଘର ଜିନ୍ଦାବାଦ୍‌ ଆଦି ଉଲ୍ଲେଖନୀୟ। ତାଙ୍କ ଅଭିନୟରେ ବହୁତ ଦମ ଥାଏ । ସେ ନାୟିକା ହଉ କି ଖଳନାୟିକା ସବୁଥିରେ ଖୁବ ଚମତ୍କାର ଓ ଜୀବନ୍ତ ଅଭିନୟ କରିପାରନ୍ତି ଏହି ଅଭିନେତ୍ରୀ ।

ସ୍ନିଗ୍ଧା ମହାନ୍ତି ଏକ ପ୍ରଭାବଶାଳୀ ଚରିତ୍ର ପାଇଛନ୍ତି ‘ଯୋଗୀ’ରେ। ଏହି ନୂଆ ସିନେମାର କାହାଣୀରେ ଅନେକ ଟୁଇଷ୍ଟ୍‌ ରହିଛି, ଯେଉଁଥିରେ ସ୍ନିଗ୍ଧାଙ୍କ ଅଭିନୟ ଖେଳ ଦେଖିବାକୁ ପାଇବେ ଦର୍ଶକ। ଦର୍ଶକ ଏହି ଭୂମିକାରେ ତାଙ୍କୁ କିପରି ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ବହୁଦିନ ପରେ ଫେରିଲେ ସ୍ନିଗ୍ଧା ମହାନ୍ତି, କିନ୍ତୁ ଏବେ କରିବେ ରାଜନୀତି

ପଢନ୍ତୁ, ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

Related posts

ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଙ୍କ ପ୍ରଯୋଜିତ ନୂଆ ଓଡିଆ ଚଳଚିତ୍ର ବ୍ଳାକମେଲ ର ଶୁଭ ମହୁରତ

ENO Beuro

The Music Of Odia Movie Tike Anadi Pura Khiladi Released

ENO Beuro

Fresh Pair Of Ollywood Actor-Director To Work Together

Jitendra

Leave a Comment