Spread the loveସୌରଜଗତରେ ପୃଥିବୀ ପରି ଆଉ ଏକ ଗ୍ରହର ସନ୍ଧାନ ମିଳିଛି । ବୈଜ୍ଞାନିକ ଓ ଗଣିତ  ଜ୍ୟୋତିଷବିଦଙ୍କ ମତରେ ଏଠାରେ ମଣିଷ ଜୀବନ ସମ୍ଭବ ହୋଇପାରେ। ପୃଥିବୀର ସମଆକାରର ଏହି... ସୌରଜଗତରେ ପୃଥିବୀ ପରି ଆଉ ଏକ ଗ୍ରହ, ଯେଉଁଠି ମନୁଷ୍ୟ ଜୀବନ ସମ୍ଭବ
Spread the love

ସୌରଜଗତରେ ପୃଥିବୀ ପରି ଆଉ ଏକ ଗ୍ରହର ସନ୍ଧାନ ମିଳିଛି । ବୈଜ୍ଞାନିକ ଓ ଗଣିତ  ଜ୍ୟୋତିଷବିଦଙ୍କ ମତରେ ଏଠାରେ ମଣିଷ ଜୀବନ ସମ୍ଭବ ହୋଇପାରେ। ପୃଥିବୀର ସମଆକାରର ଏହି ଗ୍ରହର ନାମ ‘ରସ ୧୨୮’ ରଖାଯାଇଛି । ଏହି ଗ୍ରହ ପୃଥିବୀ ତୂଳନାରେ ଅଧିକ ଓଜନଦାର । ଗ୍ରହଟି ଦେଖିବାକୁ ହାଲୁକା ଲାଲ ରଙ୍ଗର ଏବଂ ପୃଥିବୀରୁ ୧୧,୦୦୦  ଆଲୋକ ବର୍ଷଦୂରରେ ରହିଛି।

ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ସୌରଜଗତର ଏହି ହାଲୁକା ଲାଲ ଗ୍ରହରେ ମନୁଷ୍ୟ ଜୀବନ ସମ୍ଭବ ହୋଇପାରେ । ଏହି ଗ୍ରହ ପ୍ରୋକ୍ସିମା ସେଞ୍ଚୁରୀ  ପରେ ପୃଥିବୀର ଦ୍ଵିତୀୟ ନିକଟତମ ଗ୍ରହ, ଯେଉଁଠି ମଣିଷ ଜୀବନ ସମ୍ଭାବନା ରହିଛି । ଏହି ଗ୍ରହର ଓଜନ ପୃଥିବୀର ପ୍ରାୟ ଦେଢ଼ ଗୁଣ ଓଜନ ସହିତ ସମାନ । ବୈଜ୍ଞାନିକମାନେ ଏହି ଗ୍ରହରେ ଏଲିୟନ ଥିବାର ସମ୍ଭାବନାକୁ ଏଡ଼ାଇ ଦେଇଥିଲେ।

ବୈଜ୍ଞାନିକ କହିଛନ୍ତି, ପ୍ରୋକ୍ସିମା ସେଞ୍ଚୁରୀରୁ  ପ୍ରାୟ ୧୮୦୦ ସେକେଣ୍ଡ ପର୍ୟ୍ୟନ୍ତ ତୀବ୍ର ଚମକ ଦେଖାଯାଇଥିଲା । ପ୍ରୋକ୍ସିମା ସେଞ୍ଚୁରୀରୁ ଯେମିତି ଚମକ ବାହାରୁଛି, ଯଦି ଏତିକି ପରିମାଣର ତୀବ୍ର ଚମକ କେବେ ସୂର୍ୟ୍ୟରୁ ବାହାରି ପୃଥିବୀ ପୃଷ୍ଠରେ ପଡ଼େ ତେବେ ପାଓ୍ଵାର ଗ୍ରିଡ୍ସ, ସଞ୍ଚାର, ବିଜୁଳି ପ୍ରଭାବିତ ହେବ। ଏହାର ପ୍ରଭାବ ମହାକାଶ ଯାତ୍ରୀଙ୍କ ଉପରେ ମଧ୍ୟ ପଡ଼ିପାରେ ।

ସୌରଜଗତରେ ପୃଥିବୀ ପରି ଆଉ ଏକ ଗ୍ରହ, ଯେଉଁଠି ମନୁଷ୍ୟ ଜୀବନ ସମ୍ଭବ

ପଢନ୍ତୁ, ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା କେନ୍ଦ୍ର, ମିଳିବ ମନୋରଂଜନ ସହ ସାମାଜିକ କାର୍ଯ୍ୟକ୍ରମର ସୁବିଧା

Your email address will not be published. Required fields are marked *