Spread the loveଦିଲ୍ଲୀ ପରେ ମୁମ୍ବାଇ ଆଉ ଏବେ ଓଡ଼ିଶାରେ ମଧ୍ୟ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। । ସୁପ୍ରିମକୋର୍ଟ,... ଦୀପାବଳିରେ ବାଣ ଉପରେ କଟକଣା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
Spread the love

ଦିଲ୍ଲୀ ପରେ ମୁମ୍ବାଇ ଆଉ ଏବେ ଓଡ଼ିଶାରେ ମଧ୍ୟ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। । ସୁପ୍ରିମକୋର୍ଟ, ପ୍ରଦୁଷଣ କାରଣରୁ ଦିଲ୍ଲୀ ଓ ଏନସିଆରରେ ବ୍ୟାନ୍ ଲଗାଇଥିବା ବେଳେ ମୁମ୍ବାଇ ହାଇକୋର୍ଟ, ମହାରାଷ୍ଟ୍ରରେ ବାଣବିକ୍ରି ଉପରେ କଟକଣା ଲଗାଇଛନ୍ତି । ଆଉ ଆଜି ଓଡ଼ିଶା ହାଇକୋର୍ଟରେ ବାଣ ବନ୍ଦ ପାଇଁ ଦାଖଲ ହୋଇଛି ଜନସ୍ୱାର୍ଥ ମାମଲା ।

ପରିବେଶ ପ୍ରଦୁଷଣର କାରଣ ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି  ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ । ଯେଉଁଥିରେ ମୁଖ୍ୟ ଶାସନ ସଚିବ,ଆଇନ ସଚିବ, ଗୃହ ସଚିବ ଏବଂ ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ପ୍ରଦୁଷଣ ମୁକ୍ତ ଦୀପାବଳି ଲକ୍ଷ୍ୟରେ ସୋମବାର ଦିଲ୍ଲୀ ଏବଂ ଏନ୍ସିଆରରେ ବାଣ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ଆଉ ଏହାର ଠିକ୍ ଗୋଟିଏ ଦିନ ପରେ ମୁମ୍ବାଇ ହାଇକୋର୍ଟ ଶୁଣାଇଛନ୍ତି ଏକ ଅନୁରୁପ ରାୟ । ସାରା ମହାରାଷ୍ଟ୍ରର ଜନବସତି ଅଂଚଳରେ ବାଣ ବିକ୍ରି ଉପରେ ରୋକ୍ ଲାଗାଇଛନ୍ତି । ଏମିତିକି ପୂର୍ବରୁ ବାଣବିକ୍ରି ପାଇଁ ଦିଆଯାଇଥିବା ଲାଇସେନ୍ସକୁ ରଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦୀପାବଳିରେ ବାଣ ଉପରେ କଟକଣା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ପଢନ୍ତୁ, ଦେଶବ୍ୟାପୀ ପେଟ୍ରୋଲ ପମ୍ପ ଧର୍ମଘଟ ବାତିଲ, ଧର୍ମଘଟ ଡାକରାରୁ ଓହରିଲେ ଡିଲର

No comments so far.

Be first to leave comment below.

Your email address will not be published. Required fields are marked *