News

ଆସନ୍ତାକାଲି ହେବ ଆଧାର ଆଇନ୍‌ ବୈଧତାର ଆଗତ ଆବେଦନର ଶୁଣାଣି

ଆସନ୍ତାକାଲି ସର୍ବୋଚ୍ଚ ନ୍ୟାୟାଳୟ, ଆଧାର ଆଇନ୍‌ର ଆଗତ ଆବେଦନର ଶୁଣାଣି କରିବେ

ଆସନ୍ତାକାଲି (ନଭେମ୍ବର ୩)ରେ ଆଧାର ଆଇନ୍‌ ର ବୈଧତାକୁ ଚାଲେଞ୍ଜ୍‌ କରି ଆଗତ ଏକ ଆବେଦନର ଶୁଣାଣି କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ରାଜି ହୋଇଛି ।

କର୍ଣ୍ଣାଟକର ମାଥ୍ୟୁ ଟୋମାସ୍‌ ଆଧାର କାର୍ଡ ଆଇନ୍‌ର ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଦାବି କରିଥିଲେ ଯେ ଏହା ଗୋପନୀୟତା ଅଧିକାର ଉଲ୍ଲଂଘନ କରୁଛି ଏବଂ ବାୟୋମେଟ୍ରିକ୍‌ ମେକାନିଜିମ୍‌ ସୁଚାରୁ ରୂପେ କାର୍ଯ୍ୟ କରୁନାହିଁ। ଜଷ୍ଟିସ୍‌ ଜେ ଜେଲାମେଶ୍ୱରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ଆଗରେ ମାମଲା ଉଲ୍ଲେଖ କରାଯାଇଥିଲା ଏବଂ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ତାହା ଉପରେ ଜରୁରୀ ଭିତ୍ତିରେ ଶୁଣାଣି ପାଇଁ ନିବେଦନ କରିଥିଲେ।

ସମ୍ବିଧାନ ଅନୁସାରେ ଗୋପନୀୟତା ଅଧିକାର ମୌଳିକ ଅଧିକାର ଅନ୍ତର୍ଭୁକ୍ତ ବୋଲି ନିକଟ ଅତୀତରେ ନଅ ବିଚାରପତି ବିଶିଷ୍ଟ ସୁପ୍ରିମ୍‌ କୋର୍ଟଙ୍କର ଏକ ଖଣ୍ଡପୀଠ ଘୋଷଣା କରିଥିଲେ। ଆଧାର ଗୋପନୀୟତା ଅଧିକାର ଉଲ୍ଲଂଘନ କରୁଥିବା ଦାବି କରି ବହୁ ଆବେଦନକାରୀ ତା’ର ବୈଧ୍ୟତାକୁ ଚାଲେଞ୍ଜ୍‌ କରିଛନ୍ତି।

ଅକ୍ଟୋବର ୩୦ ତାରିଖ ଦିନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ନଭେମ୍ବର ଶେଷ ସପ୍ତାହରେ ଏକ ସାମ୍ବିଧାନିକ ଖଣ୍ଡପୀଠ ଗଠନ କାରାଯାଇ ସେଥିରେ ଆଧାର ସମ୍ପର୍କୀୟ ମାମଲାର ଶୁଣାଣି କରାଯିବ।

ଆସନ୍ତାକାଲି ସର୍ବୋଚ୍ଚ ନ୍ୟାୟାଳୟ, ଆଧାର ଆଇନ୍‌ର ଆଗତ ଆବେଦନର ଶୁଣାଣି କରିବେ

Related posts

ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଶେଷ ହୋଇ ନାହିଁ ବାଲ୍ୟ ବିବାହ ପରଂପରା

ENO Beuro

‘ସବୁଜ ମହାନଦୀ ମିଶନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ସ୍ଵାଇନ୍‌ ଫ୍ଲୁ ଏବେ ବଡ ସମସ୍ୟା, ସଚେତନ ରହିବାକୁ ପ୍ରକ୍ଷାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ବାର୍ତ୍ତା

ENO Beuro

1 comment

Leave a Comment