Spread the loveସ୍ୱାଇନ୍-ଫ୍ଲୁ ଆତଙ୍କ ରେ ଲୋକେ ହନ୍ତ ସନ୍ତ । ସବୁଠି ଏହାର ଚର୍ଚା ଓ ସାରା ରାଜ୍ୟରେ ଭୟର ପରିସ୍ଥିତି । ଗତକାଲି ସୁଦ୍ଧା ଆକ୍ରାନ୍ତ ରୋଗୀ ଙ୍କ ସଂଖ୍ୟା ୪୬... ସ୍ୱାଇନ୍ ଫ୍ଲୁ ରେ ଲୋକେ ହନ୍ତ ସନ୍ତ – ଗତକାଲି ସୁଦ୍ଧା ଆକ୍ରାନ୍ତ ରୋଗୀ ଙ୍କ ସଂଖ୍ୟା ୪୬ କୁ ଛୁଇଁଲା
Spread the love

ସ୍ୱାଇନ୍-ଫ୍ଲୁ ଆତଙ୍କ ରେ ଲୋକେ ହନ୍ତ ସନ୍ତ । ସବୁଠି ଏହାର ଚର୍ଚା ଓ ସାରା ରାଜ୍ୟରେ ଭୟର ପରିସ୍ଥିତି । ଗତକାଲି ସୁଦ୍ଧା ଆକ୍ରାନ୍ତ ରୋଗୀ ଙ୍କ ସଂଖ୍ୟା ୪୬ କୁ ଛୁଇଁଲା  । ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ୨୭ଜଣ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଗୋଟିଏ ଦିନରେ ୧୨ଜଣ ଚିହ୍ନଟ ହୋଇଛନ୍ତି ।

ସୋମବାର ୨୯ଟି ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଏଥିରୁ ୧୨ଟି ନମୁନା ସ୍ୱାଇନ୍ ଫ୍ଲୁ ପଜିଟିଭ୍ ଥିବା ଜଣାପଡ଼ିଛି । ଏଥିରେ ୫ଜଣ ପୁରୁଷ ରହିଥିବା ବେଳେ ୭ଜଣ ମହିଳା ରହିଛନ୍ତି । ଏଥିରୁ ଅଧିକାଂଶ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜଣେ କଟକର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଅଧିକାଂଶ ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାର ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨,ସମ୍ବଲପୁର ଓ ସୁନ୍ଦରଗଡରେ ଜଣେ ଲେଖାଏଁ ରହିଛନ୍ତି ।

ସୂଚନା ଅନୁସାରେ, ଗତ ଜାନୁଆରି ମାସରୁ ଜୁଲାଇ ମାସ ମଧ୍ୟରେ ରାଜ୍ୟରେ ୭ ଜଣ ସ୍ୱାଇନ୍ ଫ୍ଲୁ’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେବେ ଅଗଷ୍ଟ ମାସ ଆରମ୍ଭରୁ ଅଚାନକ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି । ଅଗଷ୍ଟ ୧ ତାରିଖରେ ଏକାବେଳକେ ୫ ଜଣ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିଲା । ଏହା ପରଠାରୁ ପ୍ରତିଦିନ ସ୍ୱାଇନ୍ ଫ୍ଲୁ’ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଏପରିକି ଗତ ୫ ତାରିଖରେ ସ୍ୱାଇନ୍ ଫ୍ଲୁ’ରେ ଅନିଲ କୁମାର ନାମକ ବ୍ୟକ୍ତି ପ୍ରାଣ ହରାଇଥିଲେ ।

ସ୍ୱାଇନ୍ ଫ୍ଲୁ ରେ ଲୋକେ ହନ୍ତ ସନ୍ତ - ଗତକାଲି ସୁଦ୍ଧା ଆକ୍ରାନ୍ତ ରୋଗୀ ଙ୍କ ସଂଖ୍ୟା ୪୬ କୁ ଛୁଇଁଲା

ଓଜନ ହ୍ରାସ କିମ୍ବା ଓଜନ ବୃଦ୍ଧି ପାଇଁ ଜାଣନ୍ତୁ କିଛି ଘରୋଇ ଉପଚାର

Your email address will not be published. Required fields are marked *