ଆସନ୍ତୁ ଜାଣିବା ସ୍ଵାଇନ୍ ଫ୍ଲୁ ବିଷୟରେ କିଛି କଥା, ଏହି ରୋଗର ଲକ୍ଷଣ ଓ ନିରାକରଣ

ଆସନ୍ତୁ ଜାଣିବା ସ୍ଵାଇନ୍ ଫ୍ଲୁ ବିଷୟରେ କିଛି କଥା, ଏହି ରୋଗର ଲକ୍ଷଣ ଓ ନିରାକରଣ

ସ୍ଵାଇନ୍ ଫ୍ଲୁ  ଏକ ଭୂତାଣୁ ଜନିତ ରୋଗ । ଇନ୍‌ଫ୍ଲୁଏଞ୍ଜାର ସବଟାଇପ-ଏ (ଏଚ୍-୧ଏନ୍-୧)  ଭୂତାଣୁ ଦ୍ଵାରା ଏହା ସଂକ୍ରମିତ ହୋଇ ବ୍ୟାପୀ ଥାଏ ।  ଏହି ରୋଗ ସାଧାରଣତଃ ଏକ ସାଧାରଣ ଥଣ୍ଡା ରୋଗ ପରି ଆରମ୍ଭ ହେଇ ଗୁରୁତର ଅବସ୍ଥା ସୃଷ୍ଟି କରିବା ପରିଲକ୍ଷିତ ହୋଇଛି ।

ଏବେ ସମସ୍ତଙ୍କର ଧାରଣା ଯେ, ଥରେ ସ୍ଵାଇନ୍ ଫ୍ଲୁ ହେଲେ ଆଉ ଭଲ ହେବା ସମ୍ଭବ ନୁହେଁ, ମାତ୍ର ଏହା ଆଦୌ ଠିକ୍ ଓ ବିଜ୍ଞାନସମ୍ମତ ନୁହେଁ।

ସ୍ଵାଇନ୍ ଫ୍ଲୁ  ଲକ୍ଷଣ :

ଜ୍ଵର, ସର୍ଦ୍ଦି, ଥଣ୍ଡା, କାଶ, ନାକରୁ ପାଣି ଗଡିବା, ତଣ୍ଟି ଦରଜ, ମୁଣ୍ଡ ବ୍ୟଥା, ହାଲିଆ ଲାଗିବା, ପତଳା ଝାଡା, ବାନ୍ତି, ଆଖି ନାଲି ପଡିବାକୁ ସ୍ଵାଇନ୍ ଫ୍ଲୁ ଲକ୍ଷଣ ବୋଲି ଧରି ନିଆଯାଇଥାଏ । ଏଭଳି ଲକ୍ଷଣ ପ୍ରକାଶ ପାଇଲେ ଡାକରଙ୍କ ପରାମର୍ଶ ଶୀଘ୍ର କରିବା ଉଚିତ ।

ରୋଗର ଜଟିଳତାକୁ ଦେଖି ରୋଗୀମାନଙ୍କୁ ଏ.ବି.ସି – ତିନୋଟି କାଟେଗୋରିରେ ବିଭକ୍ତ କରାଯାଇଛି । ‘ଏ’ କାଟେଗୋରିଭୁକ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ । ‘ବି’ କାଟେଗୋରିଭୂକ୍ତ ରୋଗୀଙ୍କୁ ଚିକିତ୍ସା ନ କରାଇଲେ ସେମାନଙ୍କ ଅବସ୍ଥା ଗୁରୁତର ହେବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ “ଏସ୍ଏଫ୍ ଔଷଧ ବ୍ୟବହାର ଓ ଡାକ୍ତରଙ୍କ ପରାମର୍ଶ ଜରୁରୀ । ଆବଶ୍ୟକ ପଡିଲେ ରୋଗୀକୁ ହସପିଟାଲରେ ଆଡମିଶନ କରିବାକୁ ପଡିଥାଏ । ‘ସି’ କାଟେଗୋରିଭୁକ୍ତ ରୋଗୀମାନଙ୍କର ଅବସ୍ଥା ଗୁରୁତର ଥାଏ, ତେଣୁ ଏମାନଙ୍କୁ ତୁରନ୍ତ ଆଇସିୟୁ (ଇଣ୍ଟେନ୍‌ସିଭ କେୟାର ୟୁନିଟ୍)ରେ ରଖି ଚିକିତ୍ସା କରାଯାଏ ।

କିପରି ଜାଣିବା :

ଥଣ୍ଡା ଜ୍ଵର ୩୮ ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିଲେ, ୭ଦିନ ପର୍ଯ୍ୟନ୍ତ ସ୍ଵାଇନ୍ ଫ୍ଲୁ ରୋଗୀ ପାଖରେ ରହିଲେ କିମ୍ବା ସଂସ୍ପର୍ଶରେ ଆସିଲେ, ଯେଉଁଠି ସ୍ଵାଇନ୍ ଫ୍ଲୁ ବ୍ୟାପିଛି ସେହି ଅଞ୍ଚଳରେ ବସବାସ କଲେ ଏବଂ ସ୍ଵାଇନ୍ ଫ୍ଲୁ ନମୁନା ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ରହିଲେ । ଏହି ରୋଗ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

ଏହି ରୋଗ ଦେହରେ ଅଛି କି ନାହିଁ ଜାଣିବା ପାଇଁ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେବା ଦରକାର ।

ନିରାକରଣ:

ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା  ସବୁଠାରୁ ବଡ଼ କଥା । ବିଶେଷଭାବରେ ହାତକୁ ପରିଷ୍କାର ରଖନ୍ତୁ । ଶ୍ଵାସ -ପ୍ରଶ୍ଵାସ, କାଶ, ଛିଙ୍କ ପ୍ରତି ସତର୍କ ରହନ୍ତୁ । ଛିଙ୍କ କିମ୍ବା କାଶ ଆସିଲେ ପାଟିରେ ହାତ କିମ୍ବା ରୁମାଲ ଦେଇ କାଶନ୍ତୁ ନ ହେଲେ ଛିଙ୍କନ୍ତୁ । ଟିସୁ ପେପର ବ୍ୟବହାର କରନ୍ତୁ ।

ରୋଗୀଠାରୁ ଅତିକମରେ ତିନିପୁଟ ଦୂରତାରେ ରହନ୍ତୁ । ଜ୍ଵର, କାଶ କିମ୍ବା ଛିଙ୍କ ହେଉଥିଲେ ସର୍ବ ସାଧାରଣ ସ୍ଥାନ ରୁ ଦୂରରେ ରୁହନ୍ତୁ । ମାସ୍କ ବ୍ୟବହାର କରନ୍ତୁ । ସଂକ୍ରମିତ ପଦାର୍ଥକୁ ଠିକ୍ ଭାବରେ ନିର୍ଗମନ କରିବା ଓ ଅନ୍ୟ କାହା ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ।

ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ଓ ପୁଷ୍ଟିକର ଖାଦ୍ୟ ଖାନ୍ତୁ । ଯଥେଷ୍ଟ ବିଶ୍ରାମ ନିଅନ୍ତୁ । ଚିକିଶ୍ଚକଙ୍କ ପରାମର୍ଶ ରେ ଔଷଧ ସେବନ କରନ୍ତୁ ।

ସଂକ୍ରମିତ ଘୁଷୁରି କିମ୍ବା ମଣିଷ ଙ୍କ ଠାରୁ ଦୂରେଇ ରୁହନ୍ତୁ । ବସ୍ତା, ଖାଦ୍ଯ କିମ୍ବା ପାନୀଯ କୁ ଶେୟାର କରନ୍ତୁ ନାହି ।

ସ୍ୱାଇନ୍ ଫ୍ଲୁ