Spread the loveଟମୋଟୋ ଅତି ଆବଶ୍ୟକୀୟ ପାରିବା । ଅନେକ ଖାଦ୍ୟକୁ ସୁସ୍ଵାଦୁ କରିବାରେ ଏହାର ଭୂମିକା ଗୁରୁତ୍ବପୂର୍ଣ ।  ଏପରି କି ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇବା ପାଇଁ ମଧ୍ୟ... ଯାଣନ୍ତୁ ଟମାଟୋ ର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ସହ ଉତମ ସ୍ୱାସ୍ଥ୍ୟ ପାଇଁ ଟମାଟୋ ବେଶ୍ ସହାୟକ
Spread the love

ଟମୋଟୋ ଅତି ଆବଶ୍ୟକୀୟ ପାରିବା । ଅନେକ ଖାଦ୍ୟକୁ ସୁସ୍ଵାଦୁ କରିବାରେ ଏହାର ଭୂମିକା ଗୁରୁତ୍ବପୂର୍ଣ ।  ଏପରି କି ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଟମାଟୋରେ ଭିଟାମିନ-ସି, ଲାଇକୋପିନ୍, ଭିଟାମିନ ସହ ପୋଟାସିୟମର ମାତ୍ରା ଖୁବ୍ ଅଧିକ ଥାଏ ଯେଉଁଥିପାଇଁ ଏହା ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ହୀତକାରକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟମାଟୋ ଅନେକ ରୋଗ ଭଲ କରିବାରେ ମଧ୍ୟ ବେଶ୍ ସହାୟକ ।  ତେବେ ଆସନ୍ତୁ ଜାଣିବା ଟମାଟୋର କିଛି ଉପକାରିତା ବିଷୟରେ:

ଟମାଟୋ ର ଉପକାରୀତା:

୧-ସକାଳୁ ସକାଳୁ ଖାଲିପେଟରେ ଟମୋଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରକ । ଏହା ଶରୀରକୁ ଅନେକ ରୋଗରୁ ମୁକ୍ତ ରଖିଥାଏ ।

୨-ଯଦି କୌଣସି ଶିଶୁର ଚର୍ମ ଶୁଖିଲା ରହୁଥାଏ କିମ୍ବା ଶୁଷ୍କ ରୋଗ ଥାଏ । ତେବେ ତା’କୁ ପ୍ରତ୍ୟହ ଗୋଟିଏ ଗ୍ଲାସ ଟମୋଟୋର ସୁପ୍ ଦେଲେ ତା’ ଶରୀରରେ ଉନ୍ନତି ପରିଲକ୍ଷିତ ହେବା ସହ ତା’କୁ ଆରାମ ମିଳିଥାଏ ।

୩- ବିଶେଷକରି ଶିଶୁମାନଙ୍କର ଉଭୟ ଶାରିରୀକ ଏବଂ ମାନଶୀକ ସ୍ଥରରେ ବିକାଶରେ ଟମୋଟୋ ମଧ୍ୟ ବେଶ୍ ସହାୟକ ।

୪- ସେହିପରି ଶରୀରର ମୋଟାପଣ କମାଇବାରେ ମଧ୍ୟ ଟମୋଟୋର ଭୂମିକା ଗୁୁରୁତ୍ୱପୂର୍ଣ୍ଣ । ପ୍ରତିଦିନ ଗୋଟିଏ ଗ୍ଲାସ ଟମାଟୋ ଜୁସ ପିଇଲେ ମୋଟାପଣ କମିବା ସହ ଶରୀରର ଓଜନ ମଧ୍ୟ ଧିରେ ଧିରେ ହ୍ରାସ ପାଇଥାଏ ।

୫- ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ପ୍ରତ୍ୟହ ଜଣେ ଯଦି ଟମାଟୋ ଖାଆନ୍ତି ତେବେ ତାଙ୍କୁ ଖୁବ୍ ଆରାମ ମିଳିଥାଏ ।

୬- ଗର୍ଭାବସ୍ତାରେ ଟମାଟୋ ଖାଇଲେ ଗର୍ଭବତୀ ନାରୀଙ୍କୁ ବହୁତ ସୁଫଳ ମିଳିଥାଏ । କାରଣ ଏଥବରେ ପ୍ରଚୁର ମାତ୍ରାର ଭିଟାମିନ ରହୁଥିବା ଯୋଗୁଁ ଏହା ନବଜନ୍ମିତ ଶିଶୁ ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ ।

୭- ସେହିପରି ଯଦି କାହାର ପେଟରେ କ୍ରୁମି ହେଉଥିବ ତେବେ ସେ ପ୍ରତିଦିନ ସକାଳୁ ଖାଲିପେଟରେ ଟମାଟୋ ସହ ଗୋଲମରିଚ ମିଶାଇ ଖାଇଲେ ତା’କୁ ଖୁବଶୀଘ୍ର ଆରାମ ମିଳିଥାଏ ।

୮- କଞ୍ଚା ଟମାଟୋକୁ କଳାଲୁଣ ସହ ମିଶାଇ ଖାଇଲେ ମୁହଁର ତେଜ ବୃଦ୍ଧି ହୋଇଥାଏ ।

୯- ଟମାଟୋକୁ ମୁହଁରେ ଘଶିଲେ ମୁହଁରେ ଲାଲ ଅଂଶ ଆସିଥାଏ ଏବଂ ତେଜବୃଦ୍ଧି ହୋଇଥାଏ ।

୧୦- ଟମାଟୋର ସବୁଠାରୁ ଅଧିକ ଭଲ ଗୁଣ ହେଉଛି ଏହା ଶରୀରେ ଡାଏବେଟିସର ମାତ୍ରାକୁ କମ୍ କରିଥାଏ । ଏହାସହ ମଣିଷର ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ଶରୀରର ଅଧିକାଂଶ ରୋଗ ମଧ୍ୟ ଭଲ ହୋଇଥାଏ ।

ଯାଣନ୍ତୁ ଟମାଟୋ ର ଉପକାରୀତା

ଯାଣନ୍ତୁ କିଛି କଥା ଡେଙ୍ଗୁ ରୋଗ ବିଷୟରେ

Your email address will not be published. Required fields are marked *