Spread the loveଦଶହରା ପୂଜା ଉପଲକ୍ଷେ ତରଙ୍ଗ ସିନେ ପ୍ରଡକସନ ର ନୂଆ ଉପହାର “ହିରୋ ନଂ-1” । ଆଗାମୀ ପୁଜା ବଜାରରେ ପୁଣି ଧମାକା ହେବାକୁ ଯାଉଛି । ଆଜି ଭୁବନେଶ୍ୱରସ୍ଥିତ କିଟ୍ ଜଗନ୍ନାଥ... ଦଶହରା ପୂଜା ଉପଲକ୍ଷେ ତରଙ୍ଗ ସିନେ ପ୍ରଡକସନ ର ନୂଆ ଉପହାର “ହିରୋ ନଂ-1”
Spread the love

ଦଶହରା ପୂଜା ଉପଲକ୍ଷେ ତରଙ୍ଗ ସିନେ ପ୍ରଡକସନ ର ନୂଆ ଉପହାର “ହିରୋ ନଂ-1” । ଆଗାମୀ ପୁଜା ବଜାରରେ ପୁଣି ଧମାକା ହେବାକୁ ଯାଉଛି । ଆଜି ଭୁବନେଶ୍ୱରସ୍ଥିତ କିଟ୍ ଜଗନ୍ନାଥ ମନ୍ଦିରରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଟେଲିଭିଜନ ଲିମିଟେଡର ଚିଫ୍ ଫାଇନାନ୍ସିଆଲ୍ ଅଫିସର୍ ମନୋରଞ୍ଜନ ଷଡଙ୍ଗୀ କ୍ଳାପ୍ ଦେଇ ସୁଟିଂର ଶୁଭାରମ୍ଭ କରିଥିଲେ।

ଆଜି ଏହି ଫିଲ୍ମର ମହୁରତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ନାୟକ ବାବୁସାନ, ନାୟିକା ଭୂମିକା, ବରିଷ୍ଠ ଅଭିନେତା ମିହିର ଦାସ, ଶକ୍ତି ବରାଳ, ପିଣ୍ଟୁ ନନ୍ଦ, ନିର୍ଦ୍ଦେଶକ ତାପସ ସରଘରିଆ, ସଂଗୀତ ନିର୍ଦେଶକ  ଅଭିଜିତ ମଜୁମଦାର, କୋରିଓଗ୍ରାଫର ଗିରୀଶ ମହାନ୍ତି, ଦେବୀଦତ୍ତ ମହାନ୍ତି, ଶ୍ୟାମାପ୍ରସାଦ ମିଶ୍ର, ଭାରତୀକୃଷ୍ଣ, ଦେବାଶିଷ ପାତ୍ର, ପାର୍ଥ ନନ୍ଦୀ ଓ ଦଲୀପ ସିଂହ ମଙ୍ଗତ ଏବଂ ଓଡିଶା ଟେଲିଭିଜନ ଲିମିଟେଡର ଅନ୍ୟ ବରିଷ୍ଠ ଅଧିକାରୀମାନେ ।

ଫିଲ୍ମଟିରେ ମୁଖ୍ୟ ଭୂମିକାରେ ରହିବେ ବାବୁସାନ, ଭୂମିକା ଓ ମିହିର ଦାସ। ଏହାର କାହାଣୀ ଓ ନିର୍ଦ୍ଦେଶନା ରେ ଅଛନ୍ତି ତାପସ ସରଘରିଆ । ସ୍କ୍ରିନ୍ ପ୍ଳେ ପ୍ରସ୍ତୁତ କରିବେ ଶକ୍ତି ବରାଳ ଓ ଦେବୀଦତ୍ତ ମହାନ୍ତି । ସଂଗୀତ ନିର୍ଦେଶନା ଦେଉଛନ୍ତି ଅଭିଜିତ ମଜୁମଦାର ଓ ଗୀତ ଲେଖିଛନ୍ତି ନିର୍ମଳ ନାୟକ।

ମୁଖ୍ୟ ନାୟିକା ହିସାବରେ, ଭୂମିକା ଙ୍କ ର ଏହା ଦ୍ଵିତୀୟ ଓଡିଆ ସିନେମା । ତୁ ମୋ ଲାଭ ଷ୍ଟୋରି ରେ ପୂର୍ବରୁ ତାଙ୍କ ଅଭିନୟ ର ଯାଦୁ ଦର୍ଶକେ ପାଇ ସାରିଛନ୍ତି ।

ବାବୁସାନ ଙ୍କ ଶେଷ ଅଭିନୀତ ସିନେମା ହେଲା ସିସ୍ଟର ଶ୍ରୀଦେବୀ । ସେ ନବାଗତା ଶିବାନୀ ଙ୍କ ସହ ଅଭିନୟ କରିଥିଲେ । ସୁନା ପିଲା ଟିକେ ସ୍କ୍ରୁ ଢିଲା ତାଙ୍କର ଶୀତଲ ଙ୍କ ବିପକ୍ଷରେ ଆଗାମୀ ସିନେମା । ଏହି ସିନେମା ଟି ମଧ୍ୟ ଖୁବ ଶୀଘ୍ର ପରଦା ଉପରକୁ ଆସୁଛି ।

ଦଶହରା ପୂଜା ଉପଲକ୍ଷେ ତରଙ୍ଗ ସିନେ ପ୍ରଡକସନ ର ନୂଆ ଉପହାର ହିରୋ ନଂ-1

Your email address will not be published. Required fields are marked *