Spread the loveଆଜି ପବିତ୍ର ଗୁରୁ ଦିବସ । ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ । ଶିକ୍ଷା ପ୍ରତି ତାଙ୍କର ଥିଲା ବେଶ ଅବଦାନ ।... ଆଜି ପବିତ୍ର ଗୁରୁ ଦିବସ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ
Spread the love

ଆଜି ପବିତ୍ର ଗୁରୁ ଦିବସ । ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ । ଶିକ୍ଷା ପ୍ରତି ତାଙ୍କର ଥିଲା ବେଶ ଅବଦାନ । ଡକ୍ଟର ରାଧାକୃଷ୍ଣଙ୍କର ଏହି ଶିକ୍ଷା ପ୍ରତି ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।

ରାଧାକୃଷ୍ଣ ଥିଲେ ଏକଧାରରେ ଶିକ୍ଷକ, ଶିକ୍ଷାବିତ୍‌, ଦାର୍ଶନିକ ଓ କୂଟନୀତିଜ୍ଞ । ୧୮୮୮ ସେପ୍‌ଟେମ୍ବର୍‌ ୫ ତାରିଖରେ ତମିଲ୍‌ନାଡ଼ୁର ତିରୁଟ୍ଟନୀରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା । ବିଦ୍ୟାଶିକ୍ଷା ଆରମ୍ଭ ହୋଇଥିଲା ଖ୍ରିଷ୍ଟିଆନ୍‌ ମିସ୍‌ନାରି ସ୍କୁଲ୍‌ରେ ।

ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ତାଙ୍କୁ ମାଡ୍ରାସ ପ୍ରେସିଡେନ୍‌ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା। ଏହା ପରଠାରୁ ସେ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ।

୧୯୧୮ରେ ସେ ମୈସୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର୍‌ ଭାବେ ନିଯୁକ୍ତ ହୋଇଥିଲେ । ତାହା ପରେ କଲକାତା ବିଶ୍ୱବିଦ୍ୟାଳୟ, ଲଣ୍ଡନ୍‌ର ହାର୍ଭାଡ୍‌ର୍ ବିଶ୍ୱବିଦ୍ୟାଳୟ, ମାଞ୍ଚେଷ୍ଟର୍‌ ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍‌ସଫୋଡ୍‌ର୍ ବିଶ୍ୱବିଦ୍ୟାଳୟ ।  ଶିକ୍ଷକ-ଜୀବନରେ ସେ ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶାସ୍ତ୍ର ଆଦିରେ ଶିକ୍ଷାଦାନ କରିଥିଲେ ।

‘ଶ୍ରୀମଦ୍‌ଭଗବଦ୍‌ଗୀତା’କୁ ଇଂରେଜୀରେ ଅନୁବାଦ କରିଥିଲେ। ବେଦ ଓ ଉପନିଷଦ୍‌ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ରାଧାକୃଷ୍ଣ ଥିଲେ ସତ୍ୟାନୁରାଗୀ ଓ ସଦାଚାରୀ । ୧୯୪୯ରେ ସୋଭିଏତ୍‌ ରସିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ। ୧୯୫୪ରେ ତାଙ୍କୁ ସମ୍ମାନଜନକ ଭାରତ ରତ୍ନ ରେ ସମ୍ମାନିତ କରାଯାଇଥିଲା ।

ଆଜି ପବିତ୍ର ଗୁରୁ ଦିବସ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ

ପଢନ୍ତୁ ତରଙ୍ଗ ଟିଭି ର ନୂଆ ରିଆଲିଟି ଶୋ ଜିନାର ଜୀବନସାଥୀ ।

Your email address will not be published. Required fields are marked *