LIFESTYLE

କଦଳୀ ପତ୍ରରେ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି

କଦଳୀ ପତ୍ରରେ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି

କଦଳୀ ଗଛ ଗୋଟେ ଏପରି ଗଛ ଯାହାର ପ୍ରାୟ ସବୁ ଅଂଶ ଆମର ଅନେକ କାମରେ ଲାଗେ । କଦଳୀ ଆମେ ଖାଦ୍ୟ ଭାବେ ଗ୍ରହଣ କରୁ । କଦଳୀ ଭଣ୍ଡା ଓ ମଞ୍ଜା କୁ ମଧ୍ୟ ଆମେ ତରକାରୀ ରାନ୍ଧି ଖାଉ । କଦଳୀ ପଟୁଆରେ ବୋଇତା ବନ୍ଦାଣ ପାଇଁ ଡଙ୍ଗା ତିଆରି କରୁ , ଆଉ ମଧ୍ୟ ଏହି ଶୁଖିଲା ପଟୁଆକୁ ପୋଡି ଏହି ପାଉଁଶକୁ ମୁଣ୍ଡରେ ଲଗେଇଲେ ରୁପି ସମସ୍ୟା ଦୂର ହୁଏ । ସେହିପରି କଦଳୀ ପତ୍ରକୁ ଆମେ ଥାଳି ବିକଳ୍ପରେ ଖାଦ୍ୟ ଖାଇବା ପାଇଁ ବ୍ୟବହାର କରୁ । କଦଳୀ ପତ୍ରରେ ଖାଇବା ଦ୍ଵାରା ଆମ ମନ ତୃପ୍ତ ହୁଏ । ମାତ୍ର କଦଳୀ ପତ୍ରରେ ଗରମ ଖାଦ୍ୟ ପରଷିବା ଦ୍ୱାରା ପତ୍ରରେ ଥିବା ପୋଷକ ତତ୍ୱ ଖାଦ୍ୟରେ ମିଶିଯାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ । ତେବେ ଆସନ୍ତ ଜାଣିବା କଦଳୀ ପତ୍ରରେ ଖାଇଲେ କ’ଣ କ’ଣ ଲାଭ ମିଳେ . . . . .

-ଜାଣନ୍ତୁ କିପରି-

  • ଫାଇବାର, କାଚ, କଂସା, ପତଳ ଓ ଷ୍ଟିଲ ଆଦି ପ୍ଲେଟ୍‌ରେ ଖାଦ୍ୟ ଖାଇବା ଅପେକ୍ଷା କଦଳୀ ପତ୍ରରେ ଖାଇଲେ ଅଧିକ ଆନନ୍ଦ ମିଳିଥାଏ । କେବଳ ଯେ କଦଳୀ ପତ୍ରରେ ଖାଇବା ଦ୍ୱାରା ଶାନ୍ତି ମିଳିଥାଏ ତାହା ନୁହେଁ, ଏହା ଦ୍ୱାରା ଶରୀର କେତେକ ରୋଗ ମଧ୍ୟ ଭଲ ହୋଇଥାଏ ।
  • କଦଳୀ ପତ୍ରରେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ହେତୁ ଆଜିକାଲି ବଡ଼ବଡ଼ ହୋଟେଲମାନଙ୍କରେ ଗ୍ରାହକଙ୍କୁ ଖାଦ୍ୟ କଦଳୀ ପତ୍ରରେ ଖାଦ୍ୟ ପରଶା ଯାଉଛି ।
  • ଯଦି ଆପଣ ପ୍ରତ୍ୟହ କଦଳୀ ପତ୍ରରେ ଖାଦ୍ୟ ଖାଉଛନ୍ତି, ତେବେ ଆପଣଙ୍କୁ କର୍କଟ ରୋଗ ହେବାର ଆଶଙ୍କା କମ୍‌ । ଯେଉଁମାନେ ଏହି ରୋଗରେ ପୀଡ଼ିତ ଅଛନ୍ତି ସେମାନେ କଦଳୀ ପତ୍ରରେ ଖାଇବା ଲାଭପ୍ରଦ ହୋଇଥାଏ ।
  • କଦଳୀ ପତ୍ରରେ ଖାଇବା ଦ୍ୱାରା ଶରୀରରେ ପୋଷାଣତତ୍ତ୍ୱ ବୃଦ୍ଧି ପାଇଥାଏ ।
  • କଦଳୀ ପତ୍ରରେ ଖାଦ୍ୟ ରଖିବା ଦ୍ୱାରା ଖାଦ୍ୟରେ ଥିବା ନକରାତ୍ମକ ଶକ୍ତି ହ୍ରାସ ପାଇଥାଏ । ଏହା ଏକ ଆଣ୍ଟି-ବ୍ୟାକଟେରିଆ ଭାବେ କାମ କରିଥାଏ ।
  • ଏତଦ୍‌ ବ୍ୟତୀତ ଗୋଟିଏ ଖାଦ୍ୟକୁ ପ୍ଲେଟରେ ଖାଇବା ଓ ସେହି ଖାଦ୍ୟକୁ କଦଳୀ ପତ୍ର ଖାଇବା ଭିତରେ ପାର୍ଥକ୍ୟ ବାରି ହୋଇଯାଏ । କାରଣ କଦଳୀ ପତ୍ରରେ ଖାଇବା ଦ୍ୱାରା  ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ ।
  • ପ୍ଲେଟରେ ଖାଇବା ଦ୍ୱାରା ଏଥିରେ ଥିବା ରାସାୟନିକ ପଦାର୍ଥ ରହିଥାଏ, ଯାହାକି ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । କଦଳୀ ପତ୍ର ସ୍ୱଚ୍ଛ ହୋଇଥିବାରୁ ରାସାୟନିକ ପଦାର୍ଥର ଭୟ ରହି ନଥାଏ ।

କଦଳୀ ପତ୍ରରେ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି

ପଢନ୍ତୁ, ପଶୁପକ୍ଷୀ ଙ୍କୁ ପାଳିଲେ କିମ୍ବା ଖାଇବାକୁ ଦେଲେ ମିଳିଥାଏ ନକାରାତ୍ମକ ଶକ୍ତିରୁ ମୁକ୍ତି , କିପରି ଆସନ୍ତୁ ଜାଣିବା

Related posts

ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତରେ ନୂଆ ଚମକ ଆଣିବାକୁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ENO Beuro

କାନରେ ହେଡଫୋନ୍‌ ଲଗାଇ ଶୋଇବା ପଡିଲା ମହଙ୍ଗା,ଚାଲିଗଲା ଜୀବନ!

ENO Beuro

ରୋଗ ନିୟନ୍ତ୍ରଣ କରେ ବରକୋଳି ,ଜାଣିବା ଏହାର ଉପକାରିତା

ENO Beuro

Leave a Comment