ଖଡ଼ଗପୁର ରେଳ ଷ୍ଟେସନରୁ ଯାତାୟତ କରୁଥିବା କିଛି ରେଳ ଚଳାଚଳ ବାତିଲ୍ ହେବା ସହିତ କିଛି ଟ୍ରେନ୍ର ଗତିପଥ ପରିବର୍ତ୍ତନ ହୋଇଛି। ଦକ୍ଷିଣ-ପୂର୍ବ ରେଳପଥ ଅଧୀନରେ ଥିବା ଖଡ଼ଗପୁର ରେଳ ଷ୍ଟେସନରେ ସୁରକ୍ଷା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ କାରଣରୁ ଏହି ସୂଚନା ଦିଆଯାଇଛି ।
୧୫ ଓ ୧୬ ତାରିଖରେ ନୂଆଦିଲ୍ଲୀ-ପୁରୀ ନନ୍ଦନକାନନ, ରାଜଧାନୀ ଏକ୍ସପ୍ରେସ ସମେତ ବିଭିନ୍ନ ଟ୍ରେନ୍ ନିର୍ଦ୍ଧାରିତ ଗନ୍ତବ୍ୟ ପଥରେ ନ ଯାଇ ପରିବର୍ତ୍ତିତ ପଥରେ ଯାତ୍ରା କରିବେ। ସେହିପରି ପୁରୁଷୋତ୍ତମ ଏକ୍ସପ୍ରେସ୍ ନଭେମ୍ବର ୬ରୁ ୧୮ତାରିଖ ପର୍ଯ୍ୟନ୍ତ ଏହାର ନିର୍ଦ୍ଧାରିତ ଗନ୍ତବ୍ୟ ପଥରେ ନଯାଇ ପରିବର୍ତ୍ତିତ ପଥରେ ଯାତ୍ରା କରିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି।
ବିଶାଖାପାଟଣାରୁ ଛାଡ଼ୁଥିବା ବିଶାଖାପାଟଣା-ଦୀଘା, ଚେନ୍ନାଇ ସେଣ୍ଟ୍ରାଲ୍ରୁ ଛାଡ଼ୁଥିବା ଚେନ୍ନାଇ ସେଣ୍ଟ୍ରାଲ-ସାନ୍ତ୍ରାଗାଛି, ଜଗଦଲପୁରରୁ ଛାଡ଼ୁଥିବା ଜଗଦଲପୁର-ହାଓ୍ଵଡ଼ା ସମଲେଶ୍ୱରୀ, ପୁରୀରୁ ଛାଡ଼ୁଥିବା ପୁରୀ-ହାଓ୍ଵଡ଼ା ଏକ୍ସପ୍ରେସ୍ ନଭେମ୍ବର ୧୬ ତାରିଖ ଦିନ ବାତିଲ୍ ହେବା ନେଇ ସୂଚନା ମିଳିଛି।
ସେହିପରି ହାଓ୍ଵଡ଼ା-ପୁରୀ ଶତାବ୍ଦୀ ଓ ପୁରୀ-ହାଓ୍ଵଡ଼ା ଶତାବ୍ଦୀ, ଦୀଘା-ବିଶାଖାପାଟଣା, ହାଓ୍ଵଡ଼ା-ପୁରୀ, ସିଆଲ୍ଦା-ପୁରୀ, ହାଓ୍ଵଡ଼ା-ଜଗଦଲପୁର ସମଲେଶ୍ୱରୀ, ସାନ୍ତ୍ରାଗାଚ୍ଛି-ଚେନ୍ନାଇ ସେଣ୍ଟ୍ରାଲ, ସମ୍ବଲପୁର-ହାଓ୍ଵଡ଼ା, ପୁରୀରୁ ପୁରୀ-ହାଓ୍ଵଡ଼ା, ଜଗଦଲପୁର-ହାଓ୍ଵଡ଼ା ସମଲେଶ୍ୱରୀ, ଭଞ୍ଜପୁର(ବାରିପଦା)-ପୁରୀ ସ୍ପେଶାଲ୍, ପୁରୀ-ସାନ୍ତ୍ରାଗାଚ୍ଛି, ସିକନ୍ଦରାବାଦ-ଗୌହାଟି, ଖଡ଼ଗପୁର-ଖୋର୍ଧାରୋଡ଼୍ ପାସେଞ୍ଜର୍, ହାଓ୍ଵଡ଼ା-ପୁରୀ ସାନ୍ତ୍ରାଗାଚ୍ଛି, ଖଡ଼ଗପୁର-ଯାଜପୁର କେନ୍ଦୁ୍ଝର ରୋଡ଼୍-ଖଡ଼ଗପୁର ପାସେଞ୍ଜର୍ ନଭେମ୍ବର ୧୭ ତାରିଖ ଦିନ ବାତିଲ୍ କରାଯାଇଛି।
ହାଓ୍ଵଡ଼ା-ପୁରୀ, ହାଓ୍ଵଡ଼ା-ପୁରୀ ଶତାବ୍ଦୀ, ହାଓ୍ଵଡ଼ା-ସମ୍ବଲପୁର, ହାଓ୍ଵଡ଼ା-ଜଗଦଲପୁର ସମଲେଶ୍ୱରୀ, ପୁରୀ-ହାଓ୍ଵଡ଼ା ଶତାବ୍ଦୀ, ପୁରୀ-ସିଆଲ୍ଦା, ପୁରୀ-ଦୀଘା, ଚେନ୍ନାଇ ସେଣ୍ଟ୍ରାଲ୍-ହାଓ୍ଵଡ଼ା କରମଣ୍ଡଳ, ସିକନ୍ଦରାବାଦ-ହାଓ୍ଵଡ଼ା ଫାଲକନାମା, ସାନ୍ତ୍ରାଗାଚ୍ଛି-ପୁରୀ ସ୍ପେଶାଲ୍, ପୁରୀ-ଭଞ୍ଜପୁର (ବାରିପଦା) ସ୍ପେସାଲ୍, ଖଡ଼ଗପୁର-ଖୋର୍ଧାରୋଡ଼୍ ପାସେଞ୍ଜର୍, ହାଓ୍ଵଡ଼ା-ପୁରୀ ସାନ୍ତ୍ରାଗାଚ୍ଛି, ଖଡ଼ଗପୁର-ଯାଜପୁର କେନ୍ଦୁ୍ଝର ରୋଡ଼୍-ଖଡ଼ଗପୁର ପାସେଞ୍ଜର୍ ନଭେମ୍ବର ୧୮ ତାରିଖ ଦିନ ଛାଡ଼ୁଥିବା ନିର୍ଧାରିତ ଷ୍ଟେସନରୁ ବାତିଲ୍ କରାଯାଇଛି। ସେହିପରି ପୁରୀ-ହାଓ୍ଵଡ଼ା ଧଉଳି ଏକ୍ସପ୍ରେସ୍, ଜନଶତାବ୍ଦୀ, ଇଷ୍ଟକୋଷ୍ଟ, ପୁରୀ-ଜଗନ୍ନାଥ ଭଳି ୧୬ଟି ଏକ୍ସପ୍ରେସ୍ ୧୯ ତାରିଖ ଦିନ ବାତିଲ କରାଯାଇଥିବା ବେଳେ ୨୦ତାରିଖ ଦିନ ଚାରିଟି ଓ ୨୧ ତାରିଖ ଦିନ ଗୋଟିଏ ଟ୍ରେନ୍ ବାତିଲ୍ ହୋଇଥିବା ସୂଚନା ମିଳିଛି।
ପଢନ୍ତୁ, ର୍ୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲା, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ