Spread the loveଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଆଉ ଗୋଟିଏ ପାଦ ଚଲା ଓଭରବ୍ରିଜ୍‌ (ଫୁଟ୍‌ ଓଭରବ୍ରିଜ୍‌) କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ଦୁଇଟି ଫୁଟ୍‌... ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ନୂଆ ପାଦ ଚଲା ଓଭରବ୍ରିଜ୍‌ – ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି
Spread the love

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଆଉ ଗୋଟିଏ ପାଦ ଚଲା ଓଭରବ୍ରିଜ୍‌ (ଫୁଟ୍‌ ଓଭରବ୍ରିଜ୍‌) କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ଥିବାବେଳେ ଏହାହେବ ତୃତୀୟ ରେଳ ଓଭରବ୍ରିଜ୍‌ ।

ଏଥିପାଇଁ ପ୍ରାୟ ୭କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି ଏବୋଂ ଏହି ପ୍ରକଳ୍ପକୁ ଆସନ୍ତା ସପ୍ତାହକ ମଧ୍ୟରେ ମଞ୍ଜୁରି ମିଳିବ। ୨୦୧୮ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।

ଭୁବନେଶ୍ୱର ରେଳ ଷ୍ଟେସନ ଦେଇ ଦୈନିକ ୨୦୦ରୁ ଅଧିକ ଟ୍ରେନ୍‌ ଚାଲୁଥିବାବେଳେ ପ୍ରାୟ ୮୦ହଜାର ଲୋକ ଯାତାୟାତ କରୁଛନ୍ତି। ଏତେ ସଂଖ୍ୟକ ଯାତ୍ରୀଙ୍କ ପାଇଁ ଏହି ଦୁଇଟି ପାଦ ଚଲା ଓଭରବ୍ରିଜ୍‌ ଯଥେଷ୍ଟ ହେଉ ନଥିବାରୁ ଅନେକ ସମୟରେ ଅସମ୍ଭାଳ ଭିଡ଼ ଜମୁଛି ।  ତେଣୁ ଭିଡ ଜନିତ ଦୁର୍ଘଟଣାକୁ ରୋକିବା ପାଇଁ ଆଉଏକ ବ୍ରିଜ ପାଇଁ ନିସ୍ପତି ନିଆଯାଇଛି ।

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଖୋର୍ଦ୍ଧା ପାର୍ଶ୍ୱରେ ଗୋଟିଏ ଫୁଟ୍‌ ଓଭରବ୍ରିଜ୍‌ ଥିବାବେଳେ ଆଉ ଗୋଟିଏ କଟକ ପାର୍ଶ୍ୱରେ ଅଛି । ତେଣୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ହେବାକୁ ଥିବା ନୂଆ ପାଦ ଚଲା ଓଭରବ୍ରିଜ୍‌ ପ୍ଲାଟଫର୍ମ ୧ରୁ ୬ ପର୍ଯ୍ୟନ୍ତ ଲମ୍ବିବ। ଟ୍ରେନ୍‌ ରହଣି ଏବଂ ଯାତ୍ରୀଙ୍କ ଯାତାୟାତକୁ ଦେଖି ତୃତୀୟ ପାଦ ଚଲା ଓଭରବ୍ରିଜ୍‌ ପାଇଁ ସ୍ଥାନ ଚିହ୍ନଟ କରାଯିବ । ପୂର୍ବ ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ଠାରୁ ଏହା ଅଧିକ ଚଉଡ଼ା ହେବ।

ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଠାରେ ଆଉ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ମଞ୍ଜୁର କରିଛନ୍ତି।

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ନୂଆ ପାଦ ଚଲା ଓଭରବ୍ରିଜ୍‌ - ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି

ଓଠ ଫାଟୁଥିଲେ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

Your email address will not be published. Required fields are marked *