• Home
  • ASTRO
  • VASTU
  • ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ
VASTU

ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ

ପରୀକ୍ଷା ଠାରୁ ଆରମ୍ଭ କରି ଇଣ୍ଟରଭିୟୁ , ଯେକୌଣସି କାମରେ ବାହାରକୁ ବାହାରିଲା ବେଳେ କିଛି ଖାଇକି ଯିବାକୁ ଆମ ଗୁରୁଜନମାନେ କୁହନ୍ତି । ଖାଲି ପେଟରେ ରହିଲେ ମୁଣ୍ଡ କାମ କରିବା ନାହିଁ ଓ ଦେହ ମଧ୍ୟ ଖରାପ ହୁଏ । କୁହାଯାଏ ବାହାରକୁ ଗଲା ବେଳେ ଖାଇକି ଗଲେ ସକାରାତ୍ମକ ଶକ୍ତିର ଅଭାବ ରହେ ନାହିଁ। ସେଥିପାଇଁ କୁହାଯାଏ କୌଣସି କାର୍ଯ୍ୟରେ ବାହାରକୁ ଗଲା ବେଳେ କିଛି ଖାଇକି ଗଲେ ଶୁଭଫଳ ମିଳେ । ଖାଲି ପେଟରେ ଗଲେ କାମ ସଂପନ୍ନ ହୁଏ ନାହିଁ। ତେବେ କଥା କେବଳ ଏତିକି ନୁହେଁ। କେଉଁ କାର୍ଯ୍ୟ ପାଇଁ ବାହାରକୁ ଗଲା ବେଳେ କେଉଁ ଖାଦ୍ୟ ଖାଇବେ ତା’ର ମଧ୍ୟ ବିଶେଷତ୍ୱ ରହିଛି। ଆସନ୍ତୁ ଜାଣିବା :-

  1. ବାହାଘର ବିଷୟରେ କଥା ହେବାକୁ ଯାଉଥିଲେ ପାନପତ୍ର ଓ ଗୁଜୁରାତି ଖାଇ ଘରୁ ବାହାରନ୍ତୁ। ଏହା ଭାରି ଶୁଭ ବୋଲି କୁହାଯାଏ।
  2. କୌଣସି ଇଣ୍ଟରଭ୍ୟୁ ଦେବାକୁ ଯିବାର ଥିଲେ ମିଶିରି ଖାଇ ଘରୁ ବାହାରନ୍ତୁ। ଶୁଭଫଳ ପ୍ରାପ୍ତି ହୁଏ ।
  3. ଘର, ଜମି ଆଦି କିଣିବାକୁ ଯାଉଥିଲେ ଗୁଡ଼ ଖାଇ ଘରୁ ବାହାରନ୍ତୁ। ଏହା ସମସ୍ତ ପ୍ରତିବନ୍ଧକ ଦୂର ହୁଏ ।
  4. ଦୂର ସ୍ଥାନକୁ ବୁଲି ଯିବାର ଥିଲେ ଦହି ଖାଇ ଘରୁ ବାହାରନ୍ତୁ। ଏହା ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ।
  5. ଯଦି କୌଣସି କାର୍ଯ୍ୟ ଅଟକି ଯାଇଛି ଓ ତାହାକୁ ସଂପନ୍ନ କରିବାକୁ ବାହାରିଛନ୍ତି, ତା’ହେଲେ ମିଶିରି ଓ ପାନମହୁରି ଖାଇ ଯାଆନ୍ତୁ।
  6. ପରୀକ୍ଷା ଦେବାକୁ ଗଲା ବେଳେ ଦହି ଓ ଚିନି ଖାଇ ଯାଆନ୍ତୁ। ଏହା ସକାରାତ୍ମକ ଶକ୍ତି ଜାଗ୍ରତ କରିବା ସହିତ ଶୁଭଫଳ ଦିଏ ।

ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ'ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ  ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ

ପଢନ୍ତୁ, କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା

Related posts

ମିଳିବ ନିଜ ମନ ପସନ୍ଦର ଜୀବନସାଥି! ଆପଣାନ୍ତୁ ଏହି ସହଜ ଉପାୟ

Krishna Kumar Manoj

ଆସନ୍ତୁ ଜାଣିବା ମନ୍ଦିରରେ ଘଣ୍ଟି ବଜାଇବାର ମହତ୍ଵ ସମ୍ପର୍କରେ!

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଶନିବାରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More