LIFESTYLE

ବଦଳୁଥିବା ଋତୁ ସହିତ ନିଜକୁ ମଧ୍ୟ ବଦଳାନ୍ତୁ, ଏହି ଦିଗଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ

ବଦଳୁଥିବା ଋତୁ ସହିତ ନିଜକୁ ମଧ୍ୟ ବଦଳାନ୍ତୁ, ଏହି ଦିଗଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ

ଶୀତ ଋତୁ ଆସିଛି । ଏହି ସମୟରେ ନିଜ ପ୍ରତି ଅଧିକ ଯତ୍ନବନ ହେବା ଦରକାର । ଏହି ଋତୁରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାମାନ ଦେଖାଦିଏ । କିଏ କାଶେ ତ କିଏ ଛିଙ୍କେ ଆଉ କିଏ ଗଳା ଦରଜର ଶିକାର ହୁଏ । ଏହି ସମୟରେ ଅନେକ ଲୋକ ଟଂସିଲଜନିତ ପୀଡା ମଧ୍ୟ ଭୋଗନ୍ତି । ଅନେକ ଲୋକ ଆଣ୍ଠୁଗଣ୍ଠି ଦରଜରେ କଷ୍ଟ ପାଆନ୍ତି । ଏସବୁ ତ ଛୋଟ ଛୋଟ ସମସ୍ୟା ଯାହାର ଉପଚାର ଘରେ ଅତି ସହଜରେ କରାଯାଇପାରେ । ମାତ୍ର ଏହି ସମୟରେ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦିଏ । ଯେମିତି ଶ୍ଵାସ , ଉଚ୍ଚ ରକ୍ତଚାପ , ଇନଫ୍ଲୁଏଞ୍ଜା ଓ ହୃଦୟସମ୍ବନ୍ଧୀୟ ରୋଗ । ତେବେ ଏହି ସବୁ ସମସ୍ୟାରୁ ରକ୍ଷା ପାଇଁ କେମିତି ସାବଧାନ ରହିବେ ଆସନ୍ତୁ ଜାଣିବା :-

  • ଶ୍ଵାସର ରୋଗ ହୋଇଥିଲେ ବାହାରକୁ ବେଶୀ ବାହାରନ୍ତୁ ନାହିଁ । ଜରୁରୀ ପଡିଲେ କାନ, ନାକ , ଗଳା ଓ ମୁଣ୍ଡ ଢାଙ୍କି ବାହାରକୁ ଯାଆନ୍ତୁ ।
  • ଆଣ୍ଠୁଗଣ୍ଠିଜନିତ ଯନ୍ତ୍ରଣା ହେଉଥିଲେ ଉଚିତ ବ୍ୟାୟମ କରନ୍ତୁ ଓ ଯଥାସାଧ୍ୟ ନିଜକୁ ଗରମ ରଖନ୍ତୁ ।
  • ଶୀତଦିନେ ତ୍ଵଚା ଶୁଷ୍କ ହୋଇଯାଉଥିଲେ ଗାଧୋଇ ସାରି ତୁରନ୍ତ ନଡିଆ ତେଲ କିମ୍ବା କୌଣସି ଭଲ ବ୍ରାଣ୍ଡର ବଡି ଲୋଶନ ବ୍ୟବହାର କରନ୍ତୁ ।
  • ଉଚ୍ଚାରକ୍ତଚାପର ଶିକାର ହୋଇଥିଲେ ନିୟମିତ ବ୍ୟାୟମ କରନ୍ତୁ , ପୁଷ୍ଟିକର ଖାଦ୍ୟ ଗ୍ରହଣ କରନ୍ତୁ ଓ ଖାଦ୍ୟରେ ଲୁଣ କମ ଖାଆନ୍ତୁ ।
  • ଶୀତଦିନେ କିଛି ଲୋକ ଅବସାଦର ଶିକାର ହୋଇଥାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ କିଛି ସମୟ କଅଁଳ ଖରାରେ ବସନ୍ତୁ ଓ ଆବଶ୍ୟକୀୟ ପରିମାଣରେ ଶୁଅନ୍ତୁ ।
  • ଶୀତଦିନେ ବେଳେ ବେଳେ ଶରୀରର ତାପମାତ୍ରା ଯଥେଷ୍ଟ କମିଯାଏ । ଫଳରେ ବେଳେ ବେଳେ ମୃତ୍ୟୁ ମଧ୍ୟ ହୋଇଥାଏ । ଏଣୁ ସତର୍କ ରୁହନ୍ତୁ । ସକାଳ ଥଣ୍ଡା ପବନରେ ଅଧିକ ବାହାରେ ବୁଲାନ୍ତୁ ନାହିଁ ଓ ଗରମ ଗରମ ଖାଦ୍ୟ ଖାଆନ୍ତୁ ।

 

ପଢନ୍ତୁ, ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ନିମନ୍ତେ ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ନିର୍ମାଣ ହେବ ସମାନ୍ତରାଳ ରାସ୍ତା

Related posts

ତରଭୁଜ ଖାଇ ଚୋପା ଫୋପାଡି ଦେଉଛନ୍ତି କି? ଜାଣନ୍ତୁ ଏହି ଚୋପାର ଉପକାରିତା ସମ୍ପର୍କରେ

ENO Beuro

ଲାଲ ମକା କେବେ ଖାଇଛନ୍ତି କି? ଏହା ମୁଖ କର୍କଟ ଓ ସ୍ତନ କର୍କଟ ରୋକିବାରେ ସାହାଯ୍ୟ କରିଥାଏ! ଜାଣିରଖନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ସର୍ଦ୍ଦି ବା ଜ୍ୱରରୁ ରକ୍ଷା ଦେଇଥାଏ “ଡାଲଚିନି” , ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ସଂପର୍କରେ

ENO Beuro

2 comments

Leave a Comment