Movie News

“ତୋ ପ୍ରେମରେ ପଡ଼ିଲା ପରେ” ର ଅଡିଓ ରିଲିଜ ସରିଛି ଓ ଖୁବ ଶିଘ୍ର ପରଦା ଉପରକୁ ଆସିବାକୁ ତତ୍ପର ହଉଛି

ତୋ ପ୍ରେମରେ ପଡ଼ିଲା ପରେ ର ଅଡିଓ ରିଲିଜ ସରିଛି ଓ ଖୁବ ଶିଘ୍ର ପରଦା ଉପରକୁ ଆସିବାକୁ ତତ୍ପର ହଉଛି

ଦେବକୀ ଫଲ୍ମସ୍‌ ନିବେଦିତ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ପ୍ରଯୋଜନା ଓ ସରୋଜ କାନ୍ତଙ୍କ ନିର୍ଦେଶନାରେ ନିର୍ମିତ ନୂଆ ଓଡ଼ିଆ ଫିଲ୍ମ “ତୋ ପ୍ରେମରେ ପଡ଼ିଲା ପରେ” ଦଶହରା ପୂର୍ବରୁ ମୁକ୍ତିଲାଭ କରିବ । ଏହାର ଅଡିଓ ରିଲିଜ୍‌ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।

ନବାଗତ ନାୟକ ଦେବରାଜ ଓ ନାୟିକା ଚିନ୍ମୟୀଙ୍କ ପ୍ରେମ କାହାଣୀ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହେବ।  ନାୟକ ଦେବରାଜ ଏଥିରେ ଚାରୋଟି ଅଲଗା ଅଲଗା ରୂପରେ ଦର୍ଶକ ଙ୍କ ସମୁଖକୁ ଆସିବେ ।

ଏଥିରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଦାମୋଦର ରାଉତ, ସମ୍ମାନିତ ଅତିଥି ଭାବେ ସଂସାଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୁଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବରିଷ୍ଠ ସଂଗୀତ ନିର୍ଦେଶକ ଜେ ଆଦାନିଙ୍କୁ ସମ୍ମାନିତ କରାଯାଇଥିଲା।

ସୂଚନା ଅନୁଯାୟୀ ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ଦେଇଛନ୍ତି ଡ. ରଜନୀ ରଞ୍ଜନ। ବୈଦନାଥ ଦାସଙ୍କ ସଙ୍ଗୀତ ନିର୍ଦେଶନାରେ ଏଥିରେ ହ୍ୟୁମାନ ସାଗର, ତପୁ ମିଶ୍ର, ଅସୀମା ପଣ୍ଡା, ସଞ୍ଜୁ ଓ ସତ୍ୟ କଣ୍ଠଦାନ କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼ର କଳାକାର ଓ ଉଭୟ ରାଜ୍ୟର ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଗୀତ ରଚନା କରିଛନ୍ତି ଡ. ପ୍ରସନ୍ନ ପାଟ୍ଟଶାଣୀ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଆଶୁତୋଷ ଓ ଜୟନ୍ତ।

କାହାଣୀ ଟି ପାରିବାରିକ କିମ୍ବା ପ୍ରେମ ଭିତିକ ଆପଣମାନେ ଦେଖିଲେ ଜାଣିପାରିବେ । ଏଥିରେ ନୂଆ ନାୟକ ନାୟିକା ଙ୍କ ଅଭିନୟ ଦର୍ଶକଙ୍କୁ ଭଲ ଲାଗିବା ବୋଲି ସମ୍ପୂର୍ଣ ଚେଷ୍ଟା କରାଯାଇଛି ।

ତୋ ପ୍ରେମରେ ପଡ଼ିଲା ପରେ ର ଅଡିଓ ରିଲିଜ ସରିଛି ଓ ଖୁବ ଶିଘ୍ର ପରଦା ଉପରକୁ ଆସିବାକୁ ତତ୍ପର ହଉଛି

ତୋ ପ୍ରେମରେ ପଡ଼ିଲା ପରେ ର ଅଡିଓ ରିଲିଜ ସରିଛି ଓ ଖୁବ ଶିଘ୍ର ପରଦା ଉପରକୁ ଆସିବାକୁ ତତ୍ପର ହଉଛି

Related posts

ସ୍ୱର୍ଗତ ଅକ୍ଷୟ ମହାନ୍ତି ଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ବଲିଉଡ ଚଳଚ୍ଚିତ୍ର “ହେ ଫଗୁଣ ତୁମେ”

ENO Beuro

ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ ଙ୍କ ନୂଆ ଓଡ଼ିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ”

ENO Beuro

ଅକ୍ଷୟ ପରିଜା ବ୍ୟାନରରେ ନିର୍ମିତ ଓଡିଆ ଫିଲ୍ମ “ଚିରକୁଟ” ଦ ଷ୍ଟୋରି ଅଫ ଏ ଦେଶୀ ଲଭର ର ଅଡିଓ ରିଲିଜ

Ratnamani Moharana

2 comments

Leave a Comment