Spread the loveଆଜି ପବିତ୍ର ବଡଓଷା । କାର୍ତ୍ତିକ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶିରେ ଏହି ଓଷା ପାଳନ କରାଯାଏ । ଏ ବ୍ରତ ପ୍ରଭୁ ଧବଳେଶ୍ଵରଙ୍କ ଉଦ୍ଦେଶ୍ୟରେ ପାଳନ ହୁଏ । ଶ୍ରଦ୍ଧାର... ଆଜି ପବିତ୍ର ବଡଓଷା , ଧବଳେଶ୍ଵର ସମେତ ଅନେକ ଶୈବ ପୀଠରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା
Spread the love

ଆଜି ପବିତ୍ର ବଡଓଷା । କାର୍ତ୍ତିକ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶିରେ ଏହି ଓଷା ପାଳନ କରାଯାଏ । ଏ ବ୍ରତ ପ୍ରଭୁ ଧବଳେଶ୍ଵରଙ୍କ ଉଦ୍ଦେଶ୍ୟରେ ପାଳନ ହୁଏ । ଶ୍ରଦ୍ଧାର ସହିତ ଏହି ବ୍ରତ ପାଳନ କଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି । ଉକ୍ତ ଓଷାରେ ଏକ ସ୍ଵତନ୍ତ୍ର ଭୋଗ ପ୍ରଭୁ ଧବଳେଶ୍ଵରଙ୍କୁ ଲାଗି କରାଯାଏ । ଯାହାର ନାମ ‘ ଗଜମଣ୍ଡା ‘ ବା ‘ଗଜପିଠା’ । ଏହି ପିଠା ଧଳା ରଙ୍ଗର । ପ୍ରଭୁ ଧବଳେଶ୍ଵରଙ୍କୁ ଧଳା ରଙ୍ଗ ପ୍ରିୟ ହୋଇଥିବାରୁ ଏହି ଦିନ ଏହି ପିଠା ଭୋଗ ରୂପେ ଲାଗି କରାଯାଏ ।

ବ୍ରତାଧାରୀମାନେ ପୂର୍ବଦିନ ବା ବଡଓଷାର ପୂର୍ବଦିନ ଏକବାର ପାଳନ କରନ୍ତି । ଏହାର ଅର୍ଥ ଏହି ଦିନ ବ୍ରତାଧାରୀମାନେ ଦିନରେ ମାତ୍ର ଥରଟିଏ ଭୋଜନ କରନ୍ତି ଓ ଏହି ଖାଦ୍ୟ ସାତ୍ଵିକ ହୋଇଥିବା ଅନିର୍ବାର୍ଜ୍ୟ । ପରଦିନ ବା ବଡଓଷା ଦିନ ସକାଳୁ ସ୍ନାନ ସାରି ମନ୍ଦିର ଦର୍ଶନ କରନ୍ତି । ଶ୍ରଦ୍ଧାର ସହିତ ପୁରା ଦିନ ନିର୍ଜଳା ବ୍ରତ ପାଳନ କରନ୍ତି । ସନ୍ଧ୍ୟାରେ ‘ଗଜମଣ୍ଡା’ ପ୍ରସ୍ତୁତ କରନ୍ତି । ଏହି ପିଠାକୁ ପ୍ରଭୁ ଧବଳେଶ୍ଵରଙ୍କ ପାଖରେ ଭୋଗ ଲାଗନ୍ତି ଓ ନିଜ ମନସ୍କାମନାକୁ ଜାଣନ୍ତି । ଏହାପରେ ଉକ୍ତ ଭୋଗକୁ ସେବନ କରନ୍ତି । ଏହି ବିଧିରେ ବ୍ରତ ପାଳନ କଲେ ପ୍ରଭୁ ଧବଳେଶ୍ଵର ସମସ୍ତ ପାପ ନାସ କରି ମନୋକାମନା ପୂରଣ କରନ୍ତି ।

ବଡଓଷା ଦିନ କଟକସ୍ଥିତ ଧବଳେଶ୍ଵର ପୀଠରେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସନ୍ତି । କେବଳ ଧବଳେଶ୍ଵର ନୁହେଁ ପ୍ରାୟ ସମସ୍ତ ଶୈବପୀଠରେ ଏହି ଦିନ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗି ରହେ ।

ଆଜି ପବିତ୍ର ବଡଓଷା , ଧବଳେଶ୍ଵର ସମେତ ଅନେକ ଶୈବ ପୀଠରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା

ପଢନ୍ତୁ, ୨ ନଭେମ୍ବର, ଗୁରୁବାର – ରାଶିଫଳ

No comments so far.

Be first to leave comment below.

Your email address will not be published. Required fields are marked *