Spread the loveଆଜି ଧନତେରାସ ପାଇଁ ଚଳଚଂଚଳ ସହର ବଜାର । ଏଥିରୁ ସିନେମା ଜଗତ ବା ବାଦ ପଡିବ କିପରି? ଧନତେରାସରେ ସିନେ ପ୍ରେମିଙ୍କୁ ଉପହାର ଦେବା ନିମିତ୍ତ ୟୁଏଲବି ଦ୍ଵାରା... ଧନତେରାସରେ ସିନେ ପ୍ରେମିଙ୍କୁ ଉପହାର, ୟୁଏଲବି ଦ୍ଵାରା ପ୍ରସ୍ତୁତ କ୍ଷୁଦ୍ର ସିନେମା ସମ୍ବଲପୁରୀ ୱେଭରସ
Spread the love

ଆଜି ଧନତେରାସ ପାଇଁ ଚଳଚଂଚଳ ସହର ବଜାର । ଏଥିରୁ ସିନେମା ଜଗତ ବା ବାଦ ପଡିବ କିପରି? ଧନତେରାସରେ ସିନେ ପ୍ରେମିଙ୍କୁ ଉପହାର ଦେବା ନିମିତ୍ତ ୟୁଏଲବି ଦ୍ଵାରା ପ୍ରସ୍ତୁତ ଏକ କ୍ଷୁଦ୍ର ସିନେମା ସମ୍ବଲପୁରୀ ୱେଭରସ ଆଜି ଇନ୍ୟୁଜଓଡିଆ ୟୁଟ୍ୟୁବରେ ମୁକ୍ତିଲାଭ କରିବାକୁ ଯାଉଛି ।

ସମ୍ବଲପୁରୀ କପଡା, ଏହାର ତିଆରିର ସ୍ଵତନ୍ତ୍ରତା, ବିଶେଷତା ଓ ସୁନ୍ଦରତାକୁ ନେଇ ସବୁବେଳେ ପ୍ରସିଦ୍ଧ ଲାଭ କରିଛି । କିନ୍ତୁ ଏହି ସୁନ୍ଦର କାର୍ଯ୍ୟର ପଛରେ କିଏ ଅଛି, କିଏ ଏହି ରଙ୍ଗ ବେରଙ୍ଗ ସୂତାକୁ ଏକାଠି ବାନ୍ଧି ତାକୁ ଏକ ନୂଆ ରୂପ ଦେଉଛି ଆହୁରି ଅନେକ କିଛି ପ୍ରଶ୍ନର ଉତ୍ତରରେ ଏହି କ୍ଷୁଦ୍ର ସିନେମାଟି ତିଆରି ହେଇଛି । ଏହି ବୁଣା କାରିଗରମାନଙ୍କର ଅକ୍ଲାନ୍ତ ପରିଶ୍ରମ, ଏକାଗ୍ରତା ଓ ନିଷ୍ଠାର କାହାଣୀ ସହିତ ଭରିରହିଛି ତାଙ୍କ ଦୁଃଖ, ଦୁର୍ଦଶା ଓ ଦାରିଦ୍ର୍ୟର କାହାଣୀ ।

ଏହି ସିନେମାଟି ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ଵାସ ।

Your email address will not be published. Required fields are marked *