Spread the loveଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ସବୁ ବ୍ୟବସାୟୀ ଜିଏସଟି ପଞ୍ଜୀକରଣ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟ ଶାସନ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି । ଡିଜିଟାଲ... ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି – ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସବୁ ବ୍ୟବସାୟୀ ଜିଏସଟି ପଞ୍ଜୀକରଣ କରିବା ଜରୁରୀ
Spread the love

ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ସବୁ ବ୍ୟବସାୟୀ ଜିଏସଟି ପଞ୍ଜୀକରଣ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟ ଶାସନ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଡିଜିଟାଲ ଭିତ୍ତିକ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମ ପ୍ରଗତି ଜରିଆରେ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ମହାରାଷ୍ଟ୍ର ,କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, ତ୍ତରପ୍ରଦେଶ, ଉତ୍ତରାଖଣ୍ଡ,ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ଏହି ରାଜ୍ୟ ଗୁଡ଼ିକରେ ସାମିଲ ଅଛନ୍ତି ।

ନିର୍ମାଣାଧିନ ସଡକ, ଜାତୀୟ ରାଜପଥ, ରେଳ ଓ ପେଟ୍ରୋଲିୟମ ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ଓ ଏହାର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା । ଅନେକ ଗୁଡିଏ ଭିତ୍ତିଭୂମି ପ୍ରକଳ୍ପ ବହୁତ ଦିନ ଧରି ପଡି ରହିଥିବାରୁ ଏସବୁର ବ୍ୟୟ ଅଟକଳ ଅଧିକ ପରିମାଣରେ ବଢ଼ିଯାଉଛି ।

ସହରୀ ଆବାସ ଯୋଜନାରେ ନୂତନ ତଥା ଆଧୁନିକ ଗୃହ ନିର୍ମାଣ କୌଶଳ ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିଲେ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ସରକାରୀ ଇ-ବଜାରସ୍ଥଳୀ ପ୍ଲାଟଫର୍ମ ମାଧ୍ୟମରେ ସରକାରୀ ଜିନିଷପତ୍ରର ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଅଧିକ ଆଲୋଚନା କରିଥିଲୋ । କେନ୍ଦ୍ରୀୟ ନିର୍ମାଣ ସଂସ୍ଥା (ସିପିଡବ୍ଲ୍ୟୁଡି) ସମ୍ପର୍କରେ ଅଧିକରୁ ଅଧିକ ବ୍ୟବସାୟୀଙ୍କୁ ସଚେତନ କରାଇବାକୁ ମୋଦି କହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସବୁ ବ୍ୟବସାୟୀ ଜିଏସଟି ପଞ୍ଜୀକରଣ କରିବା ଜରୁରୀ

No comments so far.

Be first to leave comment below.

Your email address will not be published. Required fields are marked *