Spread the loveଭାରତରେ ଦାରିଦ୍ର୍ୟ ସମସ୍ୟା କମେଇବାକୁ ହେଲେ ସାର୍ବଜନୀନ ମୌଳିକ ଆୟ ବା ୟୁବିଆଇ ସ୍କିମ ଫଳପ୍ରଦ ହେଇପାରିବ । ଆନ୍ତର୍ଜାତୀୟ ମୁଦ୍ରା ଫାଣ୍ଡି (ଆଇଏନଏଫ) ପକ୍ଷରୁ ଏଭଳି ମତ ପ୍ରକାଶ... ମତ ରଖିଲା ଆଇଏନଏଫ, ଦାରିଦ୍ର୍ୟ ଦୂର ପାଇଁ ୟୁବିଆଇ ସ୍କିମ ଫଳପ୍ରଦ
Spread the love

ଭାରତରେ ଦାରିଦ୍ର୍ୟ ସମସ୍ୟା କମେଇବାକୁ ହେଲେ ସାର୍ବଜନୀନ ମୌଳିକ ଆୟ ବା ୟୁବିଆଇ ସ୍କିମ ଫଳପ୍ରଦ ହେଇପାରିବ । ଆନ୍ତର୍ଜାତୀୟ ମୁଦ୍ରା ଫାଣ୍ଡି (ଆଇଏନଏଫ) ପକ୍ଷରୁ ଏଭଳି ମତ ପ୍ରକାଶ ପାଇଛି ।

ଆଇଏନଏଫ ଦର୍ଶାଇଛି ଯେ ଯେତେବେଳେ କୌଣସି ରାଷ୍ଟ୍ରରେ ସାଧାରଣ ବ୍ୟୟ ପର୍ଯ୍ୟାପ୍ତ ହୁଏନାହିଁ ବା ଏହାର ସୁଷମ ବଣ୍ଟନ ହେଇପାରେ ନାହିଁ, ସେତେବେଳେ ଉକ୍ତ ଦେଶର ନାଗରିକମାନେ ସମାନ ଫାଇଦା ପାଆନ୍ତି ନାହିଂ । କିଛି ନିର୍ଦିଷ୍ଟ ବର୍ଗର ଲୋକ ଏହାର ଫାଇଦା ପାଆନ୍ତି । ଏଭଳି ପରିସ୍ଥିତିରେ ୟୁବିଆଇ ଭଳି ସ୍କିମ ଯଥାର୍ଥ ହୋଇପାରିବ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିର୍ଣ୍ଣ ସବସିଡି ପରିବର୍ତେ ଯଦି ୟୁବିଆଇ ବିକଳ୍ପକୁ ଚୟନ କରାଯାନ୍ତା ତା ହେଲେ ଗରିବ କମାଇବା କ୍ଷେତ୍ରରେ ଏହା ଫଳପ୍ରଦ ହେଇପାରନ୍ତା ।

ଉଲ୍ଲେଖଥାଉ କି ଦାରିଦ୍ର୍ୟ ହାର କମାଇବା ପରିପ୍ରେକ୍ଷୀରେ ବର୍ତମାନ ଅଧିକାଂଶ ରାଷ୍ଟ୍ର ୟୁବିଆଇ ସ୍କିମ ନେଇ ବିଚାର କରୁଛନ୍ତି । ଭାରତ ସରକାର ଯଦିଓ ଏ ନେଇ ବିଧିବଦ୍ଧ ଭାବେ ବିଚାର କରିନାହାନ୍ତି, ତଥାପି ଦେଶର ଏ ପ୍ରସଙ୍ଗ ଉପରେ ଆଲୋଚନା ଏବେ ଜୋର ଧରିଛି ।

ୟୁବିଆଇ ସ୍କିମରେ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ପରିମାଣର ନଗଦ ସ୍ଥାନାନ୍ତରଣ କରାଯାଇଥାଏ । ଫଳରେ ନିଜର ଆୟ ନଥିଲେ ହେଁ, ଏହାକୁ ବ୍ୟବହାର କରି ଲୋକମାନେ ଇଜ ଗୁଜୁରାଣ ମେଣ୍ଟାଇପାରିବେ ।

ଆଇଏନଏଫ ର ବିତ୍ତୀୟ ବ୍ୟାପାର ବିଭାଗ ନିର୍ଦେଶକ ଭିତୋର ଗାସ୍ପର କହିଛନ୍ତି ଯେ, ୨୦୧୧ ରେ ଭାରତରେ ପ୍ରଚଳିତ ହେଇଥିବା କେତେକ ସ୍କିମକୁ ଆମେ ଯାଞ୍ଚ କରିଛୁ । କିନ୍ତୁ ଏହା ଦାରିଦ୍ର୍ୟ ହ୍ରାସରେ ସେତେ ସହାୟକ ହେଇପାରିଣାହୀନ । ତେଣୁ ପ୍ରକୃତରେ ୟୁବିଆଇ ହିନହିଁ ଗରିବ ଲୋକଙ୍କ ପାଇଁ ଲାଭଜନକ ହେଇପାରିବ । ତା’ ଛଡା ଏଥିପାଇଁ ମଧ୍ୟ ସମପରିମାଣର ବଜେଟ ବ୍ୟୟବରାଦ ହେଇପାରିବ । ଯେଉଁ ଦେଶରେ ଏକାଧିକ ସ୍କିମ ଦ୍ଵାରା ଲାଭ ମିଳିପାରୁନାହିଂ, ସେଠାରେ ୟୁବିଆଇ ସ୍କିମ ହିଁ ଲାଗୁ କରିବା ଠିକ ହେବ । ଏହା ଏକ ଆକର୍ଷଣୀୟ ବିକଳ୍ପ ବୋଲି ଗାସ୍ପର ମତବ୍ୟକ୍ତ କରିଛନ୍ତି ।

ମତ ରଖିଲା ଆଇଏନଏଫ, ଦାରିଦ୍ର୍ୟ ଦୂର ପାଇଁ ୟୁବିଆଇ ସ୍କିମ ଫଳପ୍ରଦ

ପଢନ୍ତୁ, ରେଳ ଯାତ୍ରୀଙ୍କ ସୁରକ୍ଷା ନିମିତ୍ତ ନିୟମ, ଅବମାନନା କଲେ ୩ ବର୍ଷରୁ ଉର୍ଦ୍ଧ ଜେଲ ଦଣ୍ଡ । 

No comments so far.

Be first to leave comment below.

Your email address will not be published. Required fields are marked *