• Home
  • News
  • ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର
News

ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

ସାରା ବିଶ୍ଵରେ ବର୍ତ୍ତମାନ ଟ୍ରାଫିକ ସମସ୍ୟା ସବୁଠାରୁ ମୁଖ୍ୟ ସମସ୍ୟାର ରୂପ ନେଇଛି । ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି , ଯାହା ଫଳରେ ଅନେକ ଧନ ଜୀବନ ନଷ୍ଟ ହେଉଛି । ଅନେକ ପ୍ରକାର ପଦକ୍ଷେପ ନେବା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ସୁଫଳ ମିଳିନାହିଁ । ନିକଟରେ ଆମେରିକାରେ ଏ ସମସ୍ୟା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ଯାନ ଯାନ ମଧ୍ୟରେ ଯୋଗାଯୋଗ ହୋଇପାରିବ । ତେବେ ଇତିମଧ୍ୟରେ ୟୁପି ସରକାର ଏ ସମସ୍ୟାରୁ ନିସ୍ତାର ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଚାଳକବିହୀନ କାର ଚଳାଚଳ କରିବା ପାଇଁ ଯୋଜନା କରୁଛନ୍ତି। ସଡକ ଦୁର୍ଘଟଣାଜନିତ ସମସ୍ୟାରୁ ରକ୍ଷା ଓ ଉତ୍ତରପ୍ରଦେଶକୁ ଆଉ ଅଧିକ ଆଧୁନିକ କରିବା ପାଇଁ ସରକାରଙ୍କର ଏପରି ଚେଷ୍ଟା ।

ସେଠାକାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାମ୍ନାରେ ସିଙ୍ଗାପୁରର ଏକ କମ୍ପାନୀ ଏହି ଚାଳକବିହୀନ କାରର ଏକ ପ୍ରେଜେନଟେସନ ଉପସ୍ଥାବନ କରିଥିଲା ଯାହା ତାଙ୍କ ମନକୁ ମଧ୍ୟ ବେଶ ପାଇଛି । ତାଙ୍କ କହିବା କଥା ମେଟ୍ରୋ ବ୍ୟତୀତ ଏପରି ବିକଳ୍ପ ବିଷୟରେ ଚିନ୍ତା କରବା ଉଚିତ୍ । ତେବେ ୟୁପି ରାସ୍ତାରେ ଚାଳକ ବିହୀନ କାର ଦୌଡ଼ିବା ପୂର୍ବରୁ ସହରର କେଉଁ କେହଁ ଦିଗ ପ୍ରତି ଧ୍ୟାନ ରଖାଯିବ ଓ କ’ଣ କ’ଣ ବିକଶିତ ହେବ ସେ ନେଇ ଅଧ୍ୟୟନ କରାଯିବ ।

ଏହି ସୁବିଧା ଆରମ୍ଭ ହୋଇଗଲେ ୟୁପି ସହରରେ ଲୋକେ ଚାଳକ ବିହୀନ ଗାଡ଼ିରେ ମଜା ଉଠାଇପାରିବେ ଓ ଗ୍ରାହକ କେବଳ ଏକ ବଟନ ଦବାଇଲେ ପାଖରେ ପହଞ୍ଚିଯିବ ଚାଳକବିହୀନ କାର୍ । ଏହା ବିଶ୍ୱର ସବୁଠାରୁ ଆଧୁନିକ ଗମନାଗମନ ବ୍ୟବସ୍ଥା ।

ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର  ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

ପଢନ୍ତୁ, ଆଜିଠୁ ଗୌହାଟୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ ; ହ୍ରାସ ହୋଇପାରେ ବହୁ ସାମଗ୍ରୀର ଶୁଳ୍କ ହାର

Related posts

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗ୍ରସ୍ତ : ଦୁଇ ଦେଶ ମଧ୍ୟରେ ୯ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର

Krishna Kumar Manoj

ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ ! ହାତୀକୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଆରମ୍ଭ

Krishna Kumar Manoj

ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ନାମାଙ୍କନ ଆମନ୍ତ୍ରିତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More