Spread the loveଆଗାମୀ ନିର୍ବାଚନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ।  ଏପଟେ ରାଜ୍ୟ ସରକାରଙ୍କ ଜଳ ଯୋଗାଣ ପ୍ରକ୍ରିୟା ର ଶୁଭାରମ୍ଭ ବେଳେ... ଆଗାମୀ ନିର୍ବାଚନ ପାଇଁ ଜୋର୍ଦାର ପ୍ରସ୍ତୁତି, ରାଜ୍ୟ ସରକାରଙ୍କ ଜଳ ଯୋଗାଣ ସହ କେନ୍ଦ୍ର ସରକାରଙ୍କ ଜାଳେଣୀ ଯୋଜନା
Spread the love

ଆଗାମୀ ନିର୍ବାଚନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ।  ଏପଟେ ରାଜ୍ୟ ସରକାରଙ୍କ ଜଳ ଯୋଗାଣ ପ୍ରକ୍ରିୟା ର ଶୁଭାରମ୍ଭ ବେଳେ ସେପଟେ କେନ୍ଦ୍ର ସରକାରଙ୍କ ରନ୍ଧନ ଜାଳେଣୀ ଯୋଜନା ମଧ୍ୟ ଏକା ସମୟରେ କାର୍ଯ୍ୟକାରୀ ହେଇଛି ।

ସହରାଞ୍ଚଳ ଲୋକଙ୍କୁ ସୁବିଧାରେ ଜାଳେଣୀ ଯୋଗାଇଦେବା ନିମିତ୍ତ ଆଜି ରାଜଧାନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ଉର୍ଜାଗଙ୍ଗା ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ନାଲକୋ ନଗରର ୨୫୫ ଘରକୁ ପ୍ରାଥମିକ ପର୍ଯ୍ୟାୟରେ ପାଇପ ଯୋଗେ ଗ୍ୟାସ ସଂଯୋଗ ପ୍ରକଳ୍ପ ଆରମ୍ଭ କରାଯାଇଛି ।

ଧାର୍ଯ୍ୟ ଲକ୍ଷ୍ୟର ୬ ମାସ ପୂର୍ବରୁ ଏହି ପ୍ରକଳ୍ପ ଲୋକାର୍ପିତ ହୋଇଛି। ଅନ୍ୟପକ୍ଷରେ କଟକରେ ଏଭଳି ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

ରାଜ୍ୟରେ ୧୩ଟି ଜିଲ୍ଲାରେ ୭୬୯ କିମି ଗ୍ୟାସ୍ ଲାଇନ୍ ବିଛାଇବାକୁ ଯୋଜନା ଅଛି । ଏଥିପାଇଁ ୫ ହଜାର ୨ ଶହ କୋଟି ପୁଂଜି ନିବେଶ କରାଯିବ । ମୋଟ ୨ ଲକ୍ଷ ୫୦ ହଜାର ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଉର୍ଜାଗଙ୍ଗା ଯୋଜନା ମାଧ୍ୟମରେ ପାଇପ୍ ଯୋଗେ ଗ୍ୟାସ ଯୋଗାଇ ଦିଆଯିବ ।

ସେହିପରି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରେ ସେ ୧୦୧ଟି ସହରାଞ୍ଚଳ ଲାଗି ୭୮୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୫୫୫ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ୭୪ଟି ସହରାଞ୍ଚଳ ଲାଗି ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପ ଏବଂ ୬ଟି ଜଳ ପରୀକ୍ଷଣ ଲାବୋରୋଟୋରିକୁ ଉଦ୍‌ଘାଟନ କରିଛନ୍ତି।

କଟକରେ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପୂର୍ବରୁ ଭୁବନେଶ୍ୱର ପଳାଶୁଣୀରେ ୬୬ କୋଟି ଟଙ୍କାର ବ୍ୟୟ ଅଟଳଳରେ ନିର୍ମାଣ କରାଯାଇଥିବା ୱାଟର ଟେଷ୍ଟିଂ ଷ୍ଟେଟ୍ ଲାବରୋଟାରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାର ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ୱାଟର ଟେଷ୍ଟିଂ ଷ୍ଟେଟ ଲାବରୋଟାରୀରେ ପାଣି ନମୂନା ପରୀକ୍ଷା କରାଯିବ ।

ଆଗାମୀ ନିର୍ବାଚନ ପାଇଁ ଜୋର୍ଦାର ପ୍ରସ୍ତୁତି, ରାଜ୍ୟ ସରକାରଙ୍କ ଜଳ ଯୋଗାଣ ସହ କେନ୍ଦ୍ର ସରକାରଙ୍କ ଜାଳେଣୀ ଯୋଜନା

Your email address will not be published. Required fields are marked *