ACTRESSESS

ରାଜ୍ୟ ଫିଲ୍ମ ପୁରସ୍କାର ଘୋଷଣାକୁ ନେଇ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କ ପ୍ରଶ୍ନ, ଲୋଡିଲେ ସହାୟତା

ରାଜ୍ୟ ଫିଲ୍ମ ପୁରସ୍କାର ଘୋଷଣାକୁ ନେଇ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କ ପ୍ରଶ୍ନ, ଲୋଡିଲେ ସହାୟତା

ଗତକାଲି ୨୮ ତମ ରାଜ୍ୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ଚଳିତ ଥର ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ “ଦେଲେ ଧରା କଥା ସରେ” ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଘୋଷିତ ହେଇଛନ୍ତି । କିନ୍ତୁ ଏହି ସମ୍ମାନକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଏଠାରେ ସୂଚିତ କରାଯାଉଛି ଯେ, ଓଡ଼ିଆ ଚଳଚ୍ଚିତ୍ର ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ଲାଭ କରିସାରିଛନ୍ତି ରାଜ୍ୟ ସରକାରଙ୍କ ପ୍ରଦତ୍ତ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର। କିନ୍ତୁ ଗତକାଲି ପୁରସ୍କାର ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲେ ମହାଶ୍ୱେତା ।  ପୁରସ୍କାର ଘୋଷଣା ପରେ ମହାଶ୍ୱେତା ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବୋଂ କହିଥିଲେ ଯେ,  ‘ଚିନି’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ଆଶା କରୁଥିଲେ ସେ କିନ୍ତୁ ‘ଦେଲେ ଧରା କଥା ସରେ’ ପାଇଁ ଏହା ମିଳିଥିବା ଯୋଗୁଁ ସେ ସନ୍ତୁଷ୍ଟ ନାହାନ୍ତି ।

“ଏଇଟା ମୋର ବ୍ୟକ୍ତିଗତ ମତ ନୁହେଁ । ଯେଉଁମାନେ ସିନେମା ଦେଖିଛନ୍ତି, ଏହା ସେମାନଙ୍କର ଖୋଲା ମନ୍ତବ୍ୟ । ଏହା ଏକ ଜବରଦସ୍ତ ଚରିତ୍ର, ଏମିତି ଚରିତ୍ରର ସୁଯୋଗ ବହୁତ କମ ମିଳେ ଯାହା ମତେ ଚିନିରେ ମିଳିଛି । ତେଣୁ ମୋତେ ଲାଗୁଛି ଜୁରିର ଜଜ୍‌ମେଣ୍ଟରେ କେଉଁଠି ନା କେଉଁଠି ଅସୁବିଧା ରହିଛି” ମହାଶ୍ୱେତା ରାୟ ।

ରାଜ୍ୟ ଫିଲ୍ମ ପୁରସ୍କାର ଚୟନରେ ଅନୀୟମିତତା ହେଉଥିବା ନେଇ ମହାଶ୍ୱେତା ସଂକେତ ଦେଇଛନ୍ତି । ଏବଂ ଏନେଇ ସଚେତନ ପ୍ରଶଂସକ ମାନେ ଏକାଠି ହୋଇ ସ୍ୱର ଉଠାଇବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାସହ ସେ ସୋସିଆଲ ମିଡିଆରେ ସହଯୋଗ ଲୋଡିଛନ୍ତି ।

ପଢନ୍ତୁ, ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା କଲେ ବାଚସ୍ପତି

Related posts

ଦର୍ଶକମାନଙ୍କ ଅପେକ୍ଷାର ଅନ୍ତ କେବେ କରିବେ ଏହି ନାୟିକା ଜଣକ ?

ENO Beuro

“Prakruti Mishra” A Bubbly Girl Of Odia Film Industry

Jitendra

Filmography Of Maheswata Ray

Jitendra

Leave a Comment