• Home
  • News
  • ଆଜି ଓଡିଶା ପହଞ୍ଚିବେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା
News

ଆଜି ଓଡିଶା ପହଞ୍ଚିବେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା

ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସନ୍ଧ୍ୟାରେ ପହଞ୍ଚିବେ । ଗସ୍ତର ଅନ୍ତିମ ଦିନରେ ଶନିବାର କିଟ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି।

ଭୁବନେଶ୍ୱରରେ ରହଣି ସମୟରେ ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ସମୁଦାୟ ୨୭ ପ୍ଲାଟୁନରୁ ଅଧିକ ଫୋର୍ସ, ଶହେ ଜଣ ଅଫିସର ଓ ୨ ଜଣ ଡିସିପି ନିୟୋଜିତ ହେବେ। ଆଜି ରାଜଭବନ, ବିମାନବନ୍ଦର, କିଟର  କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି ପୁଲିସ। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଓ ଡିସିପି ସତ୍ୟବ୍ରତ ଭୋଇଙ୍କ ସମେତ ଟ୍ରାଫିକ ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଉପ-ରାଷ୍ଟ୍ରପତି ହେବା ପରେ ଭେଙ୍କୟା ନାଇଡୁଙ୍କ ଏହା ହେଉଛି ପ୍ରଥମ ଓଡ଼ିଶା ଗସ୍ତ । ଉପରାଷ୍ଟ୍ରପତି ହେବା ପୂର୍ବରୁ ଗତ ଜୁନ ୧୨ ତାରିଖରେ ଭୁବନେଶ୍ୱର ସବ୍‌କା ସାଥ୍‌ ସବ୍‌କା ବିକାଶ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଭେଙ୍କେୟା ନାଇଡୁ ଓଡ଼ିଶା ଆସିଥିଲେ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ରେ ଭାରତର ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ମୁପ୍ପାଭରପୁ ଭେଙ୍କୟା ନାଇଡୁ ନିର୍ବାଚିତ ହୋଇଥିଲେ। ୫୧୬ଖଣ୍ଡ ଭୋଟ ପାଇ ସେ ଦେଶର ୧୩ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୯୪୯ ଜୁଲାଇ ୧ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଜନ୍ମ । ଛାତ୍ର ଜୀବନରୁ ସେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହ ଯୋଡି ହୋଇଥିଲେ । ଆନ୍ଧ୍ରପ୍ରେଦେଶର ନେଲ୍ଲୋର ଜିଲ୍ଲାରେ ଜନ୍ମିତ ଭେଙ୍କୟା ନାଇଡୁ ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋଦିଙ୍କ ସରକାରରେ ଭେଙ୍କୟା ନାଇଡୁ ଗ୍ରାମୀଣ ବିକାଶ, ସୂଚନା ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମଧ୍ୟ ଦାୟିତ୍ୱ ନେଇଥିଲେ ।

ଉପରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଭେଙ୍କିୟା ନାଇଡୁ  ଆଜି ଓଡିଶା ପହଞ୍ଚିବେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା

ପଢନ୍ତୁ, ଆଜି ମୁକ୍ତିଲାଭ କରୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା

Related posts

୨୦୧୮-୧୯ ବଜେଟ : କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଦିଆଗଲା ଅଧିକ ଗୁରୁତ୍ୱ !

Krishna Kumar Manoj

Koraput’s SLN Medical College & Hospital Inaugurated Today By Odisha CM Naveen Patnaik

Krishna Kumar Manoj

ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହେଲେ ଜଷ୍ଟିସ ରଞ୍ଜନ ଗୋଗୋଇ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More