Bollywood

ଦିଲ୍ଲୀରେ ଆୟୋଜିତ ରିସେପ୍ସନରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ବିରୁଷ୍କା

virat anuska

ଦିଲ୍ଲୀରେ ହେବ ଆଜି ବିରୁଷ୍କାଙ୍କ ଭବ୍ୟ ରିସେପସନ

ଆଜିକାଲି ଚର୍ଚ୍ଚାରେ ଥିବା ତରକା ଦମ୍ପତି ବିରୁଷ୍କା ଇଟାଲୀରେ ବିବାହ ଏବଂ ୟୁରୋପରେ ହନିମୁନ ପରେ ଦିଲ୍ଲୀ ଫେରିଛନ୍ତି । ପୂର୍ବ ପ୍ରସ୍ତୁତି ଅନୁସାରେ ଦିଲ୍ଲୀରେ ଆଜି ଆୟୋଜନ ହେଉଛି ରିସେପ୍ସନ ପାର୍ଟି ।  ଡିପ୍ଲୋମାଟିକ ଏନକ୍ଲେଭର ଦରବାର ହଲରେ ରାତି ୮ଟା ୩୦ରୁ ଆରମ୍ଭ ହେବ ରିସୋପ୍ସନ ପାର୍ଟି । ରିସେପ୍ସନରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ବିରୁଷ୍କା । ଅନ୍ୟ ସାଙ୍ଗସାଥୀ ଓ ସଂପର୍କୀୟଙ୍କୁ ମଧ୍ୟ ନବ ଦମ୍ପତି ନିଜେ ବୁଲିବୁଲି ରିସେପ୍ସନକୁ ନିମନ୍ତ୍ରଣ କରିଛନ୍ତି ।

ୟୁରୋପରୁ ଫେରିବା ପରେ ଦିଲ୍ଲୀରେ ପହଞ୍ଚି ନୂଆ ଦମ୍ପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ।ଏନେଇ ପିଏମଓ ଟ୍ୱିଟ୍ କରି ସୂଚନା ଦେଇଛି । ଉଭୟ ନବ ବିବାହିତ ଦମ୍ପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ଏବଂ ଏହିଭଳି ଏକ ନିମନ୍ତ୍ରଣ ପତ୍ର ଦେଇ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ରିସେପ୍ସନ ପାର୍ଟିରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ । ଗତ ୧୧ ତାରିଖରେ ଇଟାଲୀ ମିଲାନର ଟସ୍କନି ସହରରେ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ କରିଥିଲେ । ଏବଂ ବିହାହ ପରେ ଏହାକୁ ନିଜ ଟ୍ୱିଟର ପୋଷ୍ଟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ବିରାଟ କୋହଲି । ଲୋଅର ପରେଲ ନିକଟରେ ୱାର୍ଲି ଠାରେ ହିଁ ବିରାଟ ଓ ଅନୁଷ୍କାଙ୍କ ନୂଆ ଘର ଅଛି , ଯେଉଁଠିକି ସେମାନେ ଶୀଘ୍ର ସିଫ୍ଟ କରିବେ ବୋଲି ସୂଚନାରୁ ଜଣାପଡିଛି ।

ଏହାଛଡା ମୁମ୍ବାଇରେ ମଧ୍ୟ ଆଗାମୀ ଡିସେମ୍ବର ୨୬ ତାରିଖରେ ଆଉଏକ ରିସୋପ୍ସନ ପାର୍ଟି ରଖିଛନ୍ତି ବିରାଟ ଓ ଅନୁଷ୍କା । ମୁମ୍ବାଇର ସେଣ୍ଟ ରିଜସ ପଞ୍ଚତରକା ହୋଟେଲରେ ଅନୁଷ୍କା ଏହି ରିସେପସନ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଦେବେ ।

virat anuska

ପଢନ୍ତୁ ଏବଂ ଜାଣନ୍ତୁ , ବିଗତ ଦିନର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

Related posts

Diljit Dosanjh To Play A Biopic On Indian Hockey Captain, Sandeep Singh

ENO Beuro

Anil Kapoor Has Started Shooting For The Upcoming Film Fanney Khan

ENO Beuro

Diana Penty To Play A Military Officer In Her Upcoming Movie

ENO Beuro

Leave a Comment