Entertainment

ଆପଣ ଜାଣନ୍ତି କି? ଝିଟିପିଟି ଶରୀରର କେଉଁ ଅଙ୍ଗରେ ପଡ଼ିଲେ ଶୁଭ ହୋଇଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଝିଟିପିଟିକୁ ଅଧିକାଂଶ ମହିଳାମାନେ ଡରିଥାନ୍ତି। ଝିଟିପିଟି ଯଦି ଶରୀରର କୌଣସି ଅଙ୍ଗରେ ପଡେ ତେବେ ତାକୁ ନେଇ ଆଶଙ୍କା ପ୍ରକାଶ କରାଯାଇଥାଏ। କେବେ କେବେ କବାଟ ଫାଟ, ଛାତରୁ ହଠାତ୍‌ ଝିଟିପିଟି ମୁଣ୍ଡ, କାନ୍ଧ, ପିଠି ଏବଂ ପାଦ ଉପରକୁ ଖସି ପଡ଼ିଥାଏ। ଏହାକୁ ପଲ୍ଲୀପତନ କହନ୍ତି। ଏଥିରୁ ବ୍ୟକ୍ତିଙ୍କର ଓ ତାଙ୍କ ସମ୍ପର୍କୀୟଙ୍କର ଭଲମନ୍ଦର ଆଭାସ ମିଳେ ବୋଲି ତିରୁମଲ ତିରୁପତି ଦେବସ୍ଥାନ ପଞ୍ଚାନଗମ କହନ୍ତି।

ତେବେ ଆସନ୍ତୁ ଜାଣିବା ମହିଳାଙ୍କ କ୍ଷେତ୍ରରେ କ‘ଣ ଘଟିଥାଏ-

ଡାହାଣ ଗାଲରେ ଝିଟିପିଟି ପଡ଼େ ତେବେ ପୁତ୍ରଲାଭର ଯୋଗ ରହିଛି। ଯଦି ବାମ ଆଖି ଉପରେ ଝିଟିପିଟି ପଡ଼ିଲେ, ଆପଣଙ୍କୁ ପ୍ରେମ ମିଳିବ। କିନ୍ତୁ ଡାହାଣ ଆଖିଉପରେ ପଡ଼େ ତେବେ ମାନସିକ ଚାପରେ ରହିବେ।

ଉପର ଓଠରେ ଯଦି ଝିଟିପିଟି ପଡ଼େ ତେବେ ଜାଣନ୍ତୁ ,କାହା ସହ କଳହ ହେବ। ଅପରପକ୍ଷରେ ତଳ ଓଠରେ ପଡ଼ିଲେ ନୂତନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମଳିଥାଏ। ମହିଳାଙ୍କର ଆଣ୍ଠୁରେ ଝିଟିପିଟି ପଡ଼ିଲେ ଢ଼େର ଭଲପାଇବା ମିଳିଥାଏ।

ମହିଳାଙ୍କ ଡାହାଣ ପଟରେ ପଲ୍ଲୀପତନ ହେଲେ ଦୁର୍ଭାଗ୍ୟ, ବାମ ପାର୍ଶ୍ୱରେ ପଡ଼ିଲେ ସୌଭାଗ୍ୟ ବୋଲି କୁହାଯାଏ।
କିନ୍ତୁ କୌଣସି ମହିଳାଙ୍କର ଡାହାଣ କାନରେ ଝିଟିପିଟି ପଡ଼େ, ତେବେ ତାଙ୍କୁ ଆଭୂଷଣ ପ୍ରାପ୍ତ ହେବ। ମହିଳାଙ୍କର ବାମ ପାର୍ଶ୍ୱ ଗାଲ ଉପରେ ଝିଟିପିଟି ପଡ଼ିଲେ ଯଥା ଶୀଘ୍ର ଆପଣଙ୍କ ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବାର ସମ୍ଭାବନା ଥାଏ।

ବାମ ହାତରେ ଝିଟିପିଟି ପଡ଼ିଲେ ନୂତନ ବସ୍ତ୍ର ପ୍ରାପ୍ତ ହୁଏ।ବାମ କାନ୍ଧ ଉପରେ ଝିଟିପିଟି ପଡ଼ିଲେ ବହୁତ ଶୀଘ୍ର ଆପଣଙ୍କ ଶତ୍ରୁର ବିନାଶ ହେବାର ସମ୍ଭାବନା ରହିଥାଏ। ଝିଟିପିଟି ମୁଣ୍ଡ ଉପରେ ପଡ଼ିଲେ ମୃତ୍ୟୁ ଯୋଗ ବୋଲି କୁହାଯାଏ।

ମହିଳାମାନଙ୍କ କ୍ଷେତ୍ରରେ ଏହା ପୁରୁଷଙ୍କର ବିପରୀତ ଘଟିଥାଏ ବୋଲି ବିବେଚନା କରାଯାଏ।

ଆପଣ ଜାଣନ୍ତି କି? ଝିଟିପିଟି ଶରୀରର କେଉଁ ଅଙ୍ଗରେ ପଡ଼ିଲେ ଶୁଭ ହୋଇଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ lizards

ପଢନ୍ତୁ;

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସାମଗ୍ରୀ,ଦୂର ହେବ ବାସ୍ତୁଦୋଷ

Related posts

ପୁଣି ବାପା ହେବେ ଶାହିଦ କପୁର

Krishna Kumar Manoj

୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ବାବୁସାନ ଶ୍ରେଷ୍ଠ ଅଭିନେତା ଏବଂ ଏଲିନା ଶ୍ରେଷ୍ଠ ଅଭିନେତ୍ରୀ

Krishna Kumar Manoj

ପୁରୁଣା ପ୍ରେମୀଯୁଗଳ ଅକ୍ଷୟ କୁମାର ଓ ଶିଳ୍ପା ସାମ୍ନା ସାମ୍ନି ହେଲେ ଆୱାର୍ଡ ଶୋରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More