SPORTS

ପ୍ରଶାସନ ର କଡା ନିର୍ଦ୍ଦେଶ, ପଡ଼ିଆ ଭିତରକୁ ନେଇହବନି ପାଣି ବୋତଲ କି ପାଣି ପାଉଚ୍‌

ପ୍ରଶାସନ ର କଡା ନିର୍ଦ୍ଦେଶ, ପଡ଼ିଆ ଭିତରକୁ ନେଇହବନି ପାଣି ବୋତଲ କି ପାଣି ପାଉଚ୍‌

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶ୍ୱକପ୍‌ ହକି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ।  ବିଶ୍ୱକପ୍‌ ହକି ବେଳେ ସୁରକ୍ଷା ବନ୍ଦୋବସ୍ତ ନେଇ ଆଜି  କମିସନରେଟ୍‌ ପୁଲିସର ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି । ଏଥିରେ ବିଶେଷକରି ବିଶ୍ୱକପ୍‌ ସମୟରେ ଖେଳାଳି, କଳିଙ୍ଗ ଷ୍ଟାଡିୟମ ଓ ହୋଟେଲରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା ।

ମିଳିଥିବା ସୂଚନା ମୁତାବକ, ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ ।

ଆୟୋଜକ ଭାରତ ସମେତ ୮ଟି ଦେଶର ଖେଳାଳି ଏଥିରେ ଅଂଶଗ୍ରହଣ କରିବେ । ପ୍ରତିଯୋଗିତାରେ ମୋଟ ୨୨ଟି ମ୍ୟାଚ୍‌ ଖେଳାଯିବ । ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପରଠାରୁ ହୋଟେଲଠୁ ନେଇ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ସବୁଠି ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ ।

ସେହିପରି କସମଗ୍ର କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖାପାଖ ଅଞ୍ଚଳକୁ ସିସି କ୍ୟାମେରା ଲେନ୍ସରେ ଅର୍ନ୍ତଭୁକ୍ତ କରିବା ସହ  ଭୁବନେଶ୍ୱର ପୁଲିସ କଣ୍ଟ୍ରୋଲ ରୁମ୍‌ ସହିତ ସଂଯୋଗ କରାଯିବ। ଏହାଛଡ଼ା  ଷ୍ଟାଡିୟମ ନିକଟରେଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ ଖୋଲିବ । ଜଣେ ଏଡିସିପି ର‍୍ୟାଙ୍କର ଅଧିକାରୀ ଏହି କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ରହିବେ । ସେହିପରି ପଡ଼ିଆ ଭିତରକୁ ପାଣି ବୋତଲ, ପାଣି ପାଉଚ୍‌ ଆଦି ଛଡ଼ାଯିବ ନାହିଁ । ପାର୍କିଂ ସ୍ଥଳରେ ଉଜ୍ଜ୍ୱଳ ଲାଇଟ୍‌ ବ୍ୟବସ୍ଥା କରିବା ସହିତ କାର୍‌ ଓ ବାଇକ୍‌ ପାର୍କିଂ ଅଲଗା ଅଲଗା କରିବାକୁ କୁହାଯାଇଛି । ଯେମତି ପ୍ରବେଶପଥରେ ଭିଡ଼ ନ ରହିବ ସେଥିପାଇଁ କଳିଙ୍ଗ ଷ୍ଟାଡିୟମର ପ୍ରବେଶ ପଥରେ ବ୍ୟାରିକେଡ୍‌ କରାଯିବ। ଖେଳ ଚାଲିଥିବା ସମୟରେ ଅଗ୍ନିଶମ  କର୍ମଚାରୀମାନେ ମଧ୍ୟ ମୁତୟନ ହେବେ ।

ଏହି ବୈଠକରେ ବୈଠକରେ ହକି ଇଣ୍ଡିଆ  କର୍ତ୍ତୃପକ୍ଷ, କମିସନରେଟ୍‌ ପୁଲିସ, ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ,  ଡିସିପି ସତ୍ୟବ୍ରତ ଭୋଇ, ହକି ଇଣ୍ଡିଆ କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌ର ଅଧିକାରୀ ଓ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ପ୍ରଶାସନର କଡା ନିର୍ଦ୍ଦେଶ, ପଡ଼ିଆ ଭିତରକୁ ନେଇହବନି ପାଣି ବୋତଲ କି ପାଣି ପାଉଚ୍‌

ପଢନ୍ତୁ, ଅଚଳ ନୋଟ୍ ବିରୋଧରେ ଦାୟର ହେବନି ଫୌଜଦାରୀ ମାମଲା – ସୁପ୍ରିମକୋର୍ଟ

Related posts

ଧୋନି କାହିଁକି ହେଲମେଟରେ ତ୍ରିରଙ୍ଗା ଲଗାଇବା ବନ୍ଦ କରିଦେଲେ? ଜାଣନ୍ତୁ କାରଣ କଣ

ENO Beuro

ଆଇପିଏଲ୍‌ ପ୍ରଥମ ମ୍ୟାଚର ପ୍ରାପ୍ୟ ପୁଲୱାମା ସହିଦଙ୍କ ପରିବାରକୁ ଦେବ ଚେନ୍ନାଇ

Ratnamani Moharana

କ୍ରିକେଟର ମୋହମ୍ମଦ ସାମିଙ୍କ ଜୀବନରେ ଝଡ଼ ,ପତ୍ନୀ ହସୀନ ଲଗାଇଲେ ସଙ୍ଗୀନ ଅଭିଯୋଗ

ENO Beuro

1 comment

Leave a Comment