Spread the loveଆଜି ବିଶ୍ୱ ହସ୍ତୀ ଦିବସ।  ସାରା ବିଶ୍ୱରେ ହାତୀ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହେଉଛି ହସ୍ତୀ ଦିବସ ।... ହାତୀ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହେଉଛି ବିଶ୍ୱ ହସ୍ତୀ ଦିବସ
Spread the love

ଆଜି ବିଶ୍ୱ ହସ୍ତୀ ଦିବସ।  ସାରା ବିଶ୍ୱରେ ହାତୀ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହେଉଛି ହସ୍ତୀ ଦିବସ ।  ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା ।

ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଥିବା । ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନଙ୍କର ବାସସ୍ଥାନରେ ସଙ୍କୁଚିତ ହେଉଛି । ଅସାମାଜିକ ଲୋକେ ମଧ୍ୟ ହାତୀ ଶିକାର କରୁଛନ୍ତି । ଫଳରେ ଦିନକୁ ଦିନ ଏହି ପ୍ରାଣୀର ସଂଖ୍ୟା ଲୋପ ପାଇବାକୁ ବସିଛି । ଏଣୁ ଜନସଚେତନାକୁ ଦ୍ରୁତତର କରିବା ପାଇଁ ବିଶ୍ୱହସ୍ତୀ ଦିବସର ପରିକଳ୍ପନା କରାଯାଇଛି ।

ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ନନ୍ଦନକାନନରେ ଥିବା ହାତୀ ଜୁଲି, କମଳା, ଗୌରୀ, ଚନ୍ଦନ, ହୀରା, ବାସନ୍ତି, ପ୍ରେମାକୁ ପିପିଲିର ସୁନ୍ଦର ଚାନ୍ଦୁଆରେହାତୀଙ୍କୁ ସୁନ୍ଦର ଭାବେ ସଜା ଯାଇଛି । ଆଜି ହାତୀମାନଙ୍କୁ ସୁସଜ୍ଜିତ କରାଯିବା ସହ ସେଓ, କମଳା, ନଡ଼ିଆ, ତରଭୁଜ, କଦଳୀ ଓ ମକା ଆଦି ଖାଇବାକୁ ଦିଆଯାଇଛି ।

ନନ୍ଦନକାନନର ନିର୍ଦ୍ଦେଶକ କୋମଳ ଲୋଚନ ପୁରୋହିତ କହିଛନ୍ତି, “ଆମର ଏଠି ୭ଟି ହାତୀ ଅଛନ୍ତି। ସେମାନଙ୍କୁ ଆଜି ଗାଧୋଇ ପାଧୋଇ ସୁସଜ୍ଜିତ କରାଯାଇଛି। ସେମାନଙ୍କୁ ଖାଇବାକୁ ଦିଆଯାଇଛି। ଏହି ଅବସରରେ ଲୋକେ ହାତୀ ବିଷୟରେ କିଛି ଜାଣନ୍ତି ଓ ହାତୀକୁ ନିଜେ ଖାଇବାକୁ ଦିଅନ୍ତି। ଅନ୍ୟ ଦିନ ଗୁଡ଼ିକରେ ସାଧାରଣ ଲୋକେ ନନ୍ଦନକାନନରେ ଥିବା ହାତୀମାନଙ୍କୁ ଖାଇବାକୁ ଦେଇପାରନ୍ତି ନାହିଁ। କାରଣ ଏଥିପାଇଁ କଟକଣା ରହିଛି। ତେବେ ଆଜିର ଦିନରେ ସେମାନେ ହାତୀକୁ ଖୁଆବାକୁ ସୁଯୋଗ ପାଆନ୍ତି । ଏହା ସହ ହାତୀମାନଙ୍କୁ ନନ୍ଦନକାନନ ତରଫରୁ  ଉପହାର  ମଧ୍ୟ ଦିଆଯାଇଛି। ସ୍କୁଲ ପିଲାଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।”

ଆଜି ପ୍ରାଣୀ ଉଦ୍ୟାନରେ ଏକ ସଭାର ଆୟୋଜନ କରାଯାଇଛି । ଏହି ଉତ୍ସବରେ ବିଭିନ୍ନ ସ୍କୁଲର ପିଲାମାନେ ଯୋଗ ଦେଇଛନ୍ତି । ତେବେ ଜଙ୍ଗଲ କ୍ଷେୟ ଯୋଗୁଁ ଜନବସତି ମୁହାଁ ହୋଇଛନ୍ତି ହାତୀପଲ । ଅନେକ ସମୟରେ ହାତୀପଲ ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି ।

ଏମିତିକି ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସିଛି । କେତେକ ସ୍ଥାନରୁ ହାତୀ ମୃତ୍ୟୁର ଖବର ବି ଆସିଛି । ହାତୀଙ୍କ ଭିତରେ ଲଢେଇ ହେଉ ବା ବିଦ୍ୟୁତ ସଂସ୍ପର୍ଶରେ ଆସି ବହୁ ହାତୀଙ୍କ ମୃତ୍ୟୁ ହୋଇଛି । ତେବେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବାର୍ତା ଦିଆଯିବା ଉଦେଶ୍ୟରେ ଏହି ଦିବସକୁ ପାଳନ କରାଯାଉଛି । ହେଲେ ଜଗନ ହାତୀକୁ ପର୍ଯ୍ୟଟକମାନେ ଗତବର୍ଷ ପରି ଏବର୍ଷ ମଧ୍ୟ ଦେଖିବାରୁ ବଂଚିତ ହୋଇଛନ୍ତି । କାରଣ ଗତ ୨୦୧୬ମେ ୩୦ ତାରିଖରେ ଜଗନର ମୃତ୍ୟୁ ଘଟିଛି ।

ହାତୀ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହେଉଛି ବିଶ୍ୱ ହସ୍ତୀ ଦିବସ

ଜାଣନ୍ତୁ ଯୋଗ ର ଉପକାରିତା ବିଷୟରେ

Your email address will not be published. Required fields are marked *