News

ଭାରତୀୟ ଯବାନଙ୍କ ଗିନିସ୍‌ ରେକର୍ଡ, ଗୋଟିଏ ବାଇକ୍‌ରେ ୫୮ଜଣଙ୍କ ଅଦ୍ଭୁତ ଷ୍ଟଣ୍ଟ

ଗୋଟିଏ ବାଇକ୍‌ରେ ୫୮ଜଣ ଭାରତୀୟ ଯବାନଙ୍କ ଅଦ୍ଭୁତ ଷ୍ଟଣ୍ଟ, କଲେ ଗିନିସ୍‌ ରେକର୍ଡ

ବେଙ୍ଗାଲୁରୁରେ ଇଣ୍ଡିଆନ ଏୟାରଫୋର୍ସ ବେସ୍‌ରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଭାରତୀୟ ସେନାର ଯବାନ ବିଶ୍ଵ ରେକର୍ଡ କରିଛନ୍ତି । ୫୮ଜଣ ଭାରତୀୟ ଯବାନ ଗୋଟିଏ ବାଇକ୍‌ରେ ଜବରଦସ୍ତ ଷ୍ଟଣ୍ଟ ପ୍ରଦର୍ଶନ କରି ଗିନିସ୍‌ ରେକର୍ଡ ସୃଷ୍ଟି କରିଛନ୍ତି।

ତ୍ରିରଙ୍ଗା ରଙ୍ଗର ପୋଷାକ ପରିଧାନ କରି ଯବାନମାନେ ୫୦୦ସିସିର ରାୟାଲ ଏନଫିଲ୍ଡ ବାଇକରେ ୧,୨୦୦କିଲୋମିଟର ପର୍ଯ୍ୟନ୍ତ ଷ୍ଟଣ୍ଟ ଦେଖାଇଥିଲେ, ଏହାକୁ ‘ଷ୍ଟଣ୍ଟ ଅଫ ଦ ଇୟର’ କୁହାଯାଉଛି।

ଏହି ଷ୍ଟଣ୍ଟର ନେତୃତ୍ଵ ମେଜର ବନ୍ନି ଶର୍ମା ନେଇଥିଲେ। ଏହି ବାଇକକୁ ରାମପାଲ ଯାଦବ ଚଳାଉଥିଲେ। ଏହି ଚତ୍ମକାରୀ ଷ୍ଟଣ୍ଟରେ ରାମପାଲ ସନ୍ତୁଳନର ଅଦ୍ଭୁତ ପ୍ରଦର୍ଶନ କରିଥିଲେ।

ସୂଚନାଯୋଗ୍ୟ, ଏହି ଷ୍ଟଣ୍ଟକୁ ପ୍ରସ୍ତୁତ କରିବା ପାଇଁ ୫୮ଜଣ ଯବାନ ଅନେକ ଦିନ ହେବ ଅଭ୍ୟାସ ଜାରି ରଖିଥିଲେ। ବାଇକ୍‌ରେ ଷ୍ଟଣ୍ଟ ପ୍ରଦର୍ଶନ ସମୟରେ ସନ୍ତୁଳନ ସଠିକ୍‌ ଭାବେ ରକ୍ଷା କରିବା ପାଇଁ ଯବାନ କେବଳ ବିସ୍କୁଟ ଖାଉଥିଲେ ଓ ଦିନକୁ ୧୦୦ମିଲି ପାଣି ପିଉଥିଲେ।

ଟୋର୍ଣ୍ଣାଡୋଜ ମୋଟରସାଇକେଲ ଡିସପ୍ଲେ ଦଳର ସଦସ୍ୟ ଏହା ପୂର୍ବରୁ ଦୁଇ ଥର ଏହି ଷ୍ଟଣ୍ଟ କରିବାକୁ ପ୍ରୟାସ କରିଥିଲେ। ମାତ୍ର ଏଥିରେ ଅସଫଳ ରହିଥିଲେ। ମାତ୍ର ତୃତୀୟ ଥର ଏହି ଟିମ ଚତ୍ମକାର ପ୍ରଦର୍ଶନ କରି ସଫଳତା ହାସଲ କରିବା ସହିତ ବିଶ୍ଵ ରେକର୍ଡ କରିଛନ୍ତି।

ତିନିଦଶକ ମଧ୍ୟରେ ଏହି ଟିମ୍‌ ୧,୦୦୦ଟି ସୋ’ କରି ୨୦ଟି ଓ୍ଵାଲର୍ଡ ଓ ନ୍ୟାସନାଲ ରେକର୍ଡ କରିଛନ୍ତି। ଏହାପୂର୍ବରୁ ଏହି ଟିମ୍‌ର ୫୬ଜଣ ଯବାନ ଗୋଟିଏ ବାଇକ୍‌ରେ ଷ୍ଟଣ୍ଟ ଦେଖାଇଥିଲେ। ଏହି ଟିମ୍‌ ନୂଆଦିଲ୍ଲୀରେ ଆୟୋଜିତ ୧୯୮୨ରେ ଏସିୟାନ୍‌ ଗେମ୍‌ରେ ଖୁବ୍‌ ସୁନ୍ଦର ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ।

ଗୋଟିଏ ବାଇକ୍‌ରେ ୫୮ଜଣ ଭାରତୀୟ ଯବାନଙ୍କ ଅଦ୍ଭୁତ ଷ୍ଟଣ୍ଟ, କଲେ ଗିନିସ୍‌ ରେକର୍ଡ

ପଢନ୍ତୁ, ନୋଟବନ୍ଦୀ ପରେ ଏବେ ସରକାରଙ୍କ ନଜର ଚେକବୁକ ବନ୍ଦ କରିବା ଉପରେ ରହିଛି

Related posts

ଘାଟିରୁ ୫୦୦ଫୁଟ ତଳକୁ ଖସିପଡିଲା ବସ୍ ,୨୩ଯାତ୍ରୀଙ୍କ ମୃତ୍ୟ ଆଶଙ୍କା

ENO Beuro

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ୨ ଓଡ଼ିଆ

ENO Beuro

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶାଶୁ-ଶ୍ୱଶୁର ଫେରାର

ENO Beuro

2 comments

Leave a Comment