Spread the loveଇଲାରି  ନାନୋଫୋନ୍ ସି ଭାରତ ରେ ଲଂଚ ହେଇଛି ।   ଏହି ନାନୋଫୋନ୍ ବିଶ୍ୱର କ୍ଷୁଦ୍ରତମ ଜିଏସଏମ୍ ଫୋନ ଅଟେ । ଇ-କମର୍ସ ସାଇଟ୍ ‘ୟେରହା ଡଟ୍ କମ୍’ ରେ ଗୁରୁବାର ଦିନ... ଇଲାରି ନାନୋଫୋନ୍ ସି, ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ଜିଏସଏମ୍ ଫୋନ
Spread the love

ଇଲାରି  ନାନୋଫୋନ୍ ସି ଭାରତ ରେ ଲଂଚ ହେଇଛି ।   ଏହି ନାନୋଫୋନ୍ ବିଶ୍ୱର କ୍ଷୁଦ୍ରତମ ଜିଏସଏମ୍ ଫୋନ ଅଟେ । ଇ-କମର୍ସ ସାଇଟ୍ ‘ୟେରହା ଡଟ୍ କମ୍’ ରେ ଗୁରୁବାର ଦିନ କଥିତ ରୂପରେ ଏହା ଲଂଚ କରିଛି ।

ୟେରହା ଡଟ୍ କମ୍ ର ସୂଚନା ଅନୁଯାୟୀ, ଏହା ଏକ ସ୍ମାର୍ଟ ଫୋନ ନୁହେଁ କିନ୍ତୁ ଏହା ଗୋଟେ ମାଇକ୍ରୋ ଏସଡ଼ି କାର୍ଡ ସହ ଆସୁଛି ଏବୋଂ ଏହା କ୍ରେଡିଟ୍ କାର୍ଡ ଆକାରର ରହିଛି ।

ଭାରତରେ ଏହାର ଦାମ ରହିଛି ମାତ୍ର ୩,୯୪୦ ଟଙ୍କା ଏବଂ ଏହା କଳା, ସୁନେଲି  ଏବଂ ରୁପେଲି ରଙ୍ଗରେ ବଜାରରେ ଉପଲବ୍ଧ ହେବ ।

ଏହି ଫୋନର ଓଜନ ରହିଛି ମାତ୍ର ୩୦ ଗ୍ରାମ ଏବଂ ଏହାର ଦୈର୍ଘ୍ୟ, ପ୍ରସ୍ଥ ଓ ମୋଟେଇ: ୯୪. ୪ ଙ୍ଘ ୩୫. ୮ ଙ୍ଘ ୭. ୬ ମିଲିମିଟର୍ ରହିଥିବାବେଳେ ଏହାର ଡିସ୍ ପ୍ଲେ ୧ଇଞ୍ଚ ୧୨୮ ଙ୍ଘ ୯୬ ପିକସେଲସ୍ ରହିଛି ।

ଏହାର ଅପରେଟିଂ ସିଷ୍ଟମ ଆରଟିଓଏସ୍ ମିଡିଆଟେକ୍ ଓ ଏମଟି୬୨୬୧ଡି ଚିପସେଟର ବ୍ୟବହାର କରାଯାଇଛି । ୩୨ ଏମବି ଯୁକ୍ତ ରାମ ମିଳିବା ସହ ଏହାର ଷ୍ଟୋରେଜ ରହିଛି ୩୨ ଏମବି । ଆବଶ୍ୟକ ପଡିଲେ ୩୨ ଜିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ ବ୍ୟବହାର ମଧ୍ୟ କରିପାରିବେ ।

ଏହାଛଡ଼ା ଏଥିରେ ରହିଛି ଏକ ଏମପିଥ୍ରି ପ୍ଲେୟାର୍, ଏଫଏମ୍ ରେଡିଓ, ଭଏସ୍ ରେକର୍ଡିଂ ଏବଂ ସ୍ମାର୍ଟଫୋନ୍ ରେକର୍ଡିଂ ଫଙ୍କସନ୍ । ଖାଲି ସେତିକି ନୁହେଁ ଏଥିରେ ୩. ୫ ଏମଏମ୍ ହେଡ୍ ଫୋନ୍ ଜ୍ୟାକ୍ ଏବଂ ଏକ ମାଇକ୍ରୋ-ୟୁଏସବି ପୋର୍ଟ ମଧ୍ୟ ଉପଲବ୍ଧ । ଏଥିରେ ଥିବା ବ୍ଲୁଟୁଥ୍ ଏହାକୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡଭାଇସ୍ ସହ ସଂଯୁକ୍ତ କରି ସ୍ମାର୍ଟଫୋନରୁ କଲ୍ ଗ୍ରହଣ କରିବା ସହ ପ୍ରେରଣ କରିପାରେ ।

ଇଲାରି ନାନୋଫୋନ୍ ସି

ଅଧିକ ଜାଣନ୍ତୁ ଓଡିଆ ଚଳଚିତ୍ର ଜଗତର ଲୋକପ୍ରିୟ ନାୟିକା ତନ୍ଦ୍ରା ରୟ । 

No comments so far.

Be first to leave comment below.

Your email address will not be published. Required fields are marked *