Spread the loveରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଯାପିତ ହୋଇଛି ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ । ଦୀର୍ଘ ୫ ଦିନ ଧରି ଚାଲିଥିବା ଏହି ଏସୀୟ ଦୌଡ଼କୁଦ କ୍ରୀଡ଼ା ପ୍ରତିଯୋଗୀତାର ଅନ୍ତିମ ସନ୍ଧ୍ୟାରେ ବି... ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହୋଇଛି ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍
Spread the love

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଯାପିତ ହୋଇଛି ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ । ଦୀର୍ଘ ୫ ଦିନ ଧରି ଚାଲିଥିବା ଏହି ଏସୀୟ ଦୌଡ଼କୁଦ କ୍ରୀଡ଼ା ପ୍ରତିଯୋଗୀତାର ଅନ୍ତିମ ସନ୍ଧ୍ୟାରେ ବି ଦେଖିବାକୁ ମିଳିଥିଲା ଓଡ଼ିଶା ସଂସ୍କୃତିର ଝଲକ । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରିଡା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏବୋଂ ବହୁ ଗଣ୍ୟ ମ।ନ ବ୍ୟକ୍ତି ବିଶେଷ ।

ପ୍ରଥମ ଥର ପାଇଁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ପଦକ ତାଲିକାର ଶୀର୍ଷରେ ରହିଛି ଭାରତ । ଏହି କ୍ରିଡା ପ୍ରତିଯୋଗିତାର ଉଦଯାପିତ ଦିବସରେ ଭାରତ ସମୁଦାୟ ୪ ଟି ସ୍ୱର୍ଣ୍ଣ ସହ ମୋଟ୍ ୧୫ଟି ପଦକ ପାଇଥିଲା । ତେବେ ସର୍ବୋମୋଟ ଭାରତ ୧୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୧୨ଟି ବ୍ରୋଞ୍ଜ ପଦକ ସହ ମୋଟ୍ ୨୯ ପଦକ ପାଇଁ ତାଲିକାର ଶୀର୍ଷରେ ରହିଛି ।

ଭାରତ ପଛକୁ ରହିଛି ଏସିଆର ଅନ୍ୟତମ ଶକ୍ତି କୁହାଯାଉଥିବା ଚୀନ୍ ।ଚୀନ୍ ୮ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ, ୫ଟି ବ୍ରୋଞ୍ଜ ସହ ମୋଟ୍ ୨୦ଟି ପଦକ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । 

ଅନ୍ୟପଟେ ସଫଳତାର ସହ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ ଆୟୋଜନ କରି ଦେଖାଇ ଦେଇଛି ଭୁବନେଶ୍ୱର । ମାତ୍ର ଦେଢ଼ମାସର ସମୟ ଭିତରେ ଏକ ବର୍ଣ୍ଣାଢ଼୍ୟ କ୍ରୀଡ଼ା ମହୋତ୍ସବ ଆୟୋଜନ କରି ଭବିଷ୍ୟତ ପାଇଁ ଅନେକ ସଂଭାବନା ଖୋଲି ଦେଇଛି ଓଡିଶା । 

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହୋଇଛି ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍

Your email address will not be published. Required fields are marked *