24.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍

ରଥଯାତ୍ରା ବନ୍ଦ ହେଲେ ଏହା ହାନିକାରକ ନୁହେଁ: ମୁକ୍ତିମଣ୍ଡପ

Ratha Yatra

ଭୁବନେଶ୍ଵର : କରୋନା ସଂକ୍ରମଣ ପାଇଁ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ଲକ୍ ଡାଉନ୍ନ ପରେ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ସଙ୍କରାଚାର୍ଯ୍ୟାଙ୍କ ସହିତ ଆଲୋଚନା କରିବା ପରେ କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏବେ ମୁକ୍ତି ମଣ୍ଡପ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି। ମୁକ୍ତି ମଣ୍ଡପ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ରେ ଦର୍ଶାଯାଇଛି କରୋନାର ସ୍ଥିତିକୁ ଦେଖି ସୀମିତ ସେବକ ଓ ସ୍ପଳ୍ପ ପୋଲିସଙ୍କୁ ନେଇ ରଥଯାତ୍ରା କରାଯାଇ ପାରିବ। ଯଦି ରଥଯାତ୍ରା ବନ୍ଦ ହୁଏ ଏହା ହାନିକାରକ ନୁହେଁ। ପୁରୀର ସବୁ ପ୍ରବେଶ ପଥକୁ ସିଲ୍‌ କରାଗଲେ ମହାମାରୀ କରୋନାକୁ ପ୍ରତିହତ କରାଯାଇ ପାରିବ। କୌଣସି କାରଣ ବସତଃ ଯଦି ରଥଯାତ୍ରା ବନ୍ଦ ହେଲା ଏଥିରେ କୌଣସି ଅସୁବିଧା ନାହିଁ। ଭକ୍ତ ଓ ସେବକ ସୁସ୍ଥ ରହିଲେ ମନ୍ଦିର ଓ ଦେବତା ହସିଉଠିବେ। ସର୍ବପରୀ ଜଗତ୍‌ଗୁରୁ ଶଙ୍କାରାଚାର୍ଯ୍ୟଙ୍କ ପରାମର୍ଶ ସର୍ବଜନଗ୍ରାହ୍ୟ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଛି।

Related posts

ମିଠା ପ୍ୟାକେଟରେ ଏକ୍ସପାୟରୀ ଡେଟ୍‌ ଲେଖିବା ହେଲା ବାଧ୍ୟତାମୂଳକ

Ratnamani Maharana

ମଣ୍ଡପରେ ଆଜି ମାଆଙ୍କ ମହାଷ୍ଟମୀ, ଖାଁ ଖାଁ ମଣ୍ଡପ

Ratnamani Maharana

ବ୍ୟାଙ୍କ ଖରାପ ପ୍ରଦର୍ଶନ କଲେ ସିଇଓଙ୍କ ଦରମା କମିବ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More