• Home
  • Bollywood
  • ଫିଲ୍ମ ଫ୍ରାଇଡେରେ ଶ୍ରୀଦେବୀ ଙ୍କ ମମ୍‌ ଏବୋଂ କାର୍ତିକ ଆରୟା ଙ୍କ ଗେଷ୍ଟ ଈନ ଲଣ୍ଡନ ପ୍ରେକ୍ଷାଳୟ କୁ ଆସୁଛି
Bollywood

ଫିଲ୍ମ ଫ୍ରାଇଡେରେ ଶ୍ରୀଦେବୀ ଙ୍କ ମମ୍‌ ଏବୋଂ କାର୍ତିକ ଆରୟା ଙ୍କ ଗେଷ୍ଟ ଈନ ଲଣ୍ଡନ ପ୍ରେକ୍ଷାଳୟ କୁ ଆସୁଛି

ମୁମ୍ବାଇ :ଆଜି ପରଦାକୁ ଆସୁଛି ଦୁଇଟି ପ୍ରତୀକ୍ଷିତ ସିନେମା। ଏଥିମଧ୍ୟରୁ ପ୍ରଥମଟି ହେଲା ଶ୍ରୀଦେବୀଙ୍କ ଅଭିନୀତ “ମମ୍‌” ଓ ଅନ୍ୟଟି କାର୍ତିକ ଆରୟାଙ୍କ ଅଭିନୀତ “ଗେଷ୍ଟ ଇନ୍‌ ଲଣ୍ଡନ”। ଏଥିମଧ୍ୟରୁ ପ୍ରଥମଟି ଏକ ଥ୍ରିଲର ହୋଇଥିବା ବେଳେ ଦ୍ୱିତୀୟଟି ଏକ ପାରିବାରିକ ମଜାଦାର ଛବି।  

ହିନ୍ଦୀ ସିନେମା ଇଂଗ୍ଲିଶ ବିଂଲିଶ(୨୦୧୨) ପରଠୁ ୫ ବର୍ଷ ଧରି ଶ୍ରୀଦେବୀ କିଛି ବି ହିନ୍ଦୀ ସିନେମା ରେ ନଜର ଆସିନଥିଲେ। ସେଥିପାଇଁ ମମ୍‌ ନିଶ୍ଚିନ୍ତ ଭାବରେ ଏକ ବହୁ ପ୍ରତୀକ୍ଷିତ ସିନେମା। ଏହା ମଧ୍ୟ ଶ୍ରୀଦେବୀ ଙ୍କ ୩୦୦ ନମ୍ବର ଛବି। 

ବୋନି କପୁର, ସୁନୀଲ ମନ୍‌ଚନ୍ଦା, ନରେଶ ଅଗ୍ରଓ୍ଵାଲ, ମୁକେଶ ତଲରେଜା ଓ ଗୌତମ୍‌ ଜୈନଙ୍କ ପ୍ରଯୋଜିତ “ମମ୍‌” ର ନିର୍ଦ୍ଦେଶକ ହେଲେ ଉଦୟଓ୍ଵର୍‌। ଏଥିରେ ଶ୍ରୀଦେବୀ, ଅଦନାନ୍‌ ସିଦ୍ଦିକୀ, ସଜଲ ଅଲ୍ଲୀ, ନଓ୍ଵାଜୁଦ୍ଦିନ ସିଦ୍ଦିକୀ ଓ ଅକ୍ଷୟ ଖାନ୍ନା ମୁଖ୍ୟ ଭୂମିକାରେ ଅଛନ୍ତି। ଏ.ଆର. ରହେମାନ୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।  

ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ “ଗେଷ୍ଟ ଈନ ଲଣ୍ଡନ”  ଏକ ପାରିବାରିକ କାହାଣୀ ଆଉ ଭରପୁର କମେଡୀ ସିନେମା। ଏଥିରେ ମଧ୍ୟ ପରେଶ ରାଉଳ  ବହୁଦିନ ପରେ ବଡ ସ୍କ୍ରୀନ ରେ ଦେଖାଦେବେ ଆଉ ପୁଣି କମେଡୀ ରୋଲ ରେ। ସେଥିପାଇଁ ଦର୍ଶକେ ଅପେକ୍ଷା କରି ରହିଛନ୍ତି ତାଙ୍କ ଅଭିନୟ ର ସ୍ଵାଦ ଚାଖିବା ପାଇଁ। ଏଥିରେ ପରେଶ ଆଉ କାର୍ତିକ ଙ୍କ ଯୋଡି କେମିତି ରହିବ ତାହା ଦେଖିବାକୁ ବାକି ରହିଲା।

ଭାୟାକମ୍‌ ୧୮ ମୋସନ୍‌ ପିକଚର୍ସ ବ୍ୟାନରରେ ନିର୍ମିତ “ଗେଷ୍ଟ ଇନ୍‌ ଲଣ୍ଡନ”ର ନିର୍ଦ୍ଦେଶନା ଦେଇଛନ୍ତି ‘ଅତିଥି ତୁମ୍‌ କବ୍‌ ଜାଓଗେ’ ଫେମ୍‌ ଅଶ୍ୱିନୀ ଧୀର୍‌। ଏହାର କାହାଣୀ ଲେଖିଛନ୍ତି ଅଶ୍ୱିନୀ ଧୀର୍‌ ଓ ରବିନ୍‌ ଭଟ୍ଟ। ଏଥିରେ ପରେଶ ରାଓ୍ଵଲ୍‌, କାର୍ତ୍ତିକ ଆର୍ଯ୍ୟନ୍‌, ତନଭି ଆଜମୀ ଓ କ୍ରିତି ଖରବନ୍ଦା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ରାଘବ ସାଚର ଓ ଅମିତ୍‌ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ।

ଶ୍ରୀଦେବୀ ଙ୍କ ମମ୍‌ ଏବୋଂ କାର୍ତିକ ଆରୟା ଙ୍କ ଗେଷ୍ଟ ଈନ ଲଣ୍ଡନ ଆଜି ପ୍ରେକ୍ଷାଳୟ କୁ ଆସୁଛି  ଫିଲ୍ମ ଫ୍ରାଇଡେରେ ଶ୍ରୀଦେବୀ ଙ୍କ ମମ୍‌ ଏବୋଂ କାର୍ତିକ ଆରୟା ଙ୍କ ଗେଷ୍ଟ ଈନ ଲଣ୍ଡନ ପ୍ରେକ୍ଷାଳୟ କୁ ଆସୁଛି

ଅଧିକ ଜାଣିବା ପାଇଁ ପଢନ୍ତୁ ତପସ୍ୟ ପାନନୁ ଙ୍କ ଜୁଡବା ୨.

Related posts

Director Shankar Shared A Brand New Poster Of His Upcoming Robot Sequel 2.0

Krishna Kumar Manoj

Movie Rang De Basanti Will Be Screened At The Mauritius Film Festival

Krishna Kumar Manoj

Star Plus Will Be The Platform For Paresh Rawal’s Next Show

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More