EnewsOdia.Com

ମାତ୍ର ୧ଟଙ୍କାରେ ୧ଜିବି ଡାଟା, ଜିଓକୁ ଟକ୍କର ଦେବାପାଇଁ ଟେଲିକମ୍ ଦୁନିଆରେ ଓହ୍ଲାଇଲା ଆଉ ଏକ କମ୍ପାନୀ

ମାତ୍ର ୧ ଟଙ୍କାରେ ୧ଜିବି ଡାଟା । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାହିଁକି ନା ଶସ୍ତା ଡାଟା କଥା ଉଠିଲେ ସଭିଙ୍କ ମନରେ କେବଳ ରିଲାଏନ୍ସ ଜିଓ କଥା ହିଁ ଆସିଥାଏ । ହେଲେ ଜିଓକୁ ଟକ୍କର ଦେବା ପାଇଁ ଏବେ ବଜାରକୁ ଓହ୍ଲାଇଛି ଆଉ ଏକ କଂପାନୀ । ଯାହାର ନାଁ ରହିଛି ୱାଇ-ଫାଇ ଡବା । ଆଉ ଏହି କଂପାନୀ ବର୍ତ୍ତମାନ ମାତ୍ର ୧ ଟଙ୍କାରେ ଯୋଗାଇଦେଉଛି ୧ଜିବିର ଡାଟା । ପୂର୍ବରୁ ମଧ୍ୟ ଏହି କଂପାନୀ ୨୦ ଟଙ୍କାରେ ୧ଜିବି ଇଂଟରନେଟ ଡାଟା ଯୋଗାଇ ଚର୍ଚ୍ଚାକୁ ଆସିସାରିଛି । ତେବେ ଏହି ପ୍ଲାନରେ କଂପାନୀ ବର୍ତ୍ତମାନ କିଛି ପରିବର୍ତ୍ତନ ଆଣିଛି ।

ଜିଓ ଦେଉଥିବା ଡାଟା ଅଫରକୁ ଆହୁରି କମ ମୂଲ୍ୟରେ ଯୋଗାଇଦେବାକୁ ପ୍ରୟାସ ଜାରି ରଖିଥିବା ଏହି ଷ୍ଟାଟଅପ କଂପାନୀ ଦେଉଥିବା ଅଫରର ସର୍ବନିମ୍ନ ମୂଲ୍ୟ ରହିଛି ମାତ୍ର ୧ ଟଙ୍କା । ଅର୍ଥାତ୍ ମାତ୍ର ୧ଟଙ୍କା ଦେଇ ଆପଣ ଇଂଟରନେଟ ବ୍ୟବହାର କରିପାରିବେ । ସେହିଭଳି କଂପାନୀର ୧୦ ଟଙ୍କିଆ ପ୍ଲାନରେ ୫ଜିବି ଡାଟା ମିଳୁଥିବା ବେଳେ ୨୦ ଟଙ୍କାରେ କଂପାନୀ ଦେଉଛି ୧୦ଜିବିର ଇଂଟରନେଟ ଡାଟା । ତେବେ ଏହି ଅଫରଗୁଡିକର ବୈଧତା ରହିଛି ମାତ୍ର ୨୪ ଘଂଟା ।

ବଡ କଥା ହେଉଛି, ୱାଇଫାଇ ଡବାର ଏହି ଅଫର ଗ୍ରାହକମାନେ ସ୍ଥାନୀୟ ଚା ଦୋକାନ ଏବଂ ଛୋଟ ଛୋଟ ଦୋକାନମାନଙ୍କରେ ପାଇପାରିବେ । କିନ୍ତୁ ବର୍ତ୍ତମାନ ଏହି ଅଫର କଂପାନୀ କେବଳ ବେଙ୍ଗାଲୁରୁରେ ହିଁ ଉପଲବ୍ଧ କରାଇଛି । ତେବେ ଏହି ଅଫରର ଲାଭ ଉଠାଇବା ପାଇଁ ହେଲେ ଗ୍ରାହକଙ୍କୁ ପ୍ରଥମେ ଭାଉଚର କିଣିବାକୁ ହେବ ଆଉ ଏହି କାର୍ଡକୁ ସ୍କ୍ରାର୍ଚ କରି ଏଥିରେ ଦିଆଯାଇଥିବା କୋର୍ଡକୁ ଡାଏଲ କରିବାକୁ ପଡିବ । ଏହାଦ୍ୱାରା କଂପାନୀର ପେଜ ଖୋଲିଯିବ ଏବଂ ଏଠାରେ ଆପଣଙ୍କୁ ଲଗ ଇନ ଆଇଡି ଓ ପାସୱାର୍ଡ ଦେଇ ଇଂଟରନେଟର ସୁବିଧା ଉଠାଇପାରିବେ । ଡାଟା ସରିବା ପରେ ଆପଣାଛାଏଁ ଏହା ଲଗଆଉଟ ହୋଇଯିବ ।

ତେବେ ୱାଇଫାଇ ଡବା ଏକ ଇଂଟରନେଟ ପ୍ରଦାନକାରୀ ସଂସ୍ଥା । ଏହି କଂପାନୀ ଫାଇବର ଅପଟିକ୍ସ ଜରିଆରେ ଇଂଟରନେଟ ଉପଲବ୍ଧ କରାଇଥାଏ । କଂପାନୀ ତରଫରୁ ବିଭିନ୍ନ ସ୍ଥାନରେ ୱାଇଫାଇ ରାଉଟର ଲଗାଯାଇଥାଏ । ଯାହା ମାଧ୍ୟମରେ ଗ୍ରାହକଙ୍କୁ ଇଂଟରନେଟ ସେବା ଯୋଗାଇ ଦେଇଥାଏ କଂପାନୀ ।

ପଢନ୍ତୁ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ

ସମ୍ବନ୍ଧିତ ଖବର

ବରଫରେ ସ୍ପୋର୍ଟସ୍‌ କାର୍‌ ତିଆରି କରି ଚର୍ଚ୍ଚାରେ କାଶ୍ମୀର ଯୁବକ

Ratnamani Maharana

କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟ ହେବ ‘ପୁଲିସ ସେବା ଭବନ’

Ratnamani Maharana

ମାର୍ଚ୍ଚ ୫ରୁ ୭ ଦିନ ବ୍ୟାପୀ ବିଜୁ ବାବୁଙ୍କ ଜନ୍ମଦିନ ପାଳନ କରିବ ବିଜେଡି

Ratnamani Maharana

‘ସୂର୍ଯ୍ୟ ମନ୍ଦିର’ ରୁ ଖୋଲିଲା ଲୁହା ଭାରା

Ratnamani Maharana

ଆଜିଠୁ ବିନା ହଲ୍‌ମାର୍କ ସୁନାଗହଣା ବିକ୍ରି ଉପରେ କଟକଣା

Ratnamani Maharana