• Home
  • News
  • ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା : ଜଗନ୍ନାଥଙ୍କ ଖାତାକୁ ଫେରିଲା ୧୦.୧୭ ଏକର
News

ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା : ଜଗନ୍ନାଥଙ୍କ ଖାତାକୁ ଫେରିଲା ୧୦.୧୭ ଏକର

ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲାରେ ଚୂଡାନ୍ତ ରାୟ

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ୧୦.୧୭ ଏକର ଜମି ରେକର୍ଡଭୁକ୍ତ କରିବା ପାଇଁ ପୁରୀ ଓଇଏ କଲେକ୍ଟର ତଥା ତହସିଲଦାର ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି। ଜମିର ଖଜଣା ଶ୍ରୀମନ୍ଦିରଠାରୁ ଆଦାୟ ହେବାକୁ ରାୟରେ ଉଲ୍ଲେଖ ରହିଛି।ପୁରୀ ସ୍ୱର୍ଗଦ୍ୱାର ଠାରେ ଶ୍ରୀମନ୍ଦିରର ୩୦ ଏକର ୪୦୦ ଡିସିମିଲ ଜମି ଜବରଦଖଲ ହୋଇଥିବା ନେଇ ଓଇଏ କଲେକ୍ଟର ପୁରୀଙ୍କ ନିକଟରେ ଶ୍ରୀମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଆବେଦନ କରିଥିଲେ।

ପୂର୍ବରୁ ଏ ନେଇ ୧୪ ଏକର ଜମି ଶ୍ରିୀମନ୍ଦିର ଖାତାକୁ ଓଇଏ କଲେକ୍ଟର ଫେରାଇଥିଲେ। ଆଜି ୧୦ ଏକର ୧୭ ଡିସିମିଲ ଶ୍ରୀମନ୍ଦିର ଖାତାକୁ ଫେରାଇଛନ୍ତି। ଅବଶିଷ୍ଟ ୬ ଏକର ୩୮୩ ଡିସିମିଲ ଜମିର ଶୁଣାଣି ପରବର୍ତ୍ତୀ ସମୟରେ କରାଯିବ ବୋଲି ଓଇଏ କଲେକ୍ଟର ଘୋଷଣା କରିଛନ୍ତି।

୨୦୧୭ ମସିହାରେ ସ୍ବର୍ଗଦ୍ୱାର ଜମି ଦୁର୍ନୀତିକୁ ନେଇ ଖୋଳତାଡ଼ ହେବା ପରେ ଏହି ମକଦ୍ଦମାର ଫାଇଲ ଖୋଲିଥିଲା। ପରେ ପୁରୀ ତହସିଲଦାରଙ୍କ ନିକଟରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମକଦ୍ଦମାର ପ୍ରଥମ ପର୍ଯ୍ୟାୟ ରାୟ ମେ ୮ ତାରିଖରେ ପ୍ରକାଶ ପାଇଥିଲା।

ଉକ୍ତ ଜମି ମଧ୍ୟରୁ ୧୦ ଏକର ୧୭ ଡିସିମିଲ ଜମି ଉପରେ ତହସିଲଦାର ଶୁଣାଣିକରି ଶ୍ରୀମନ୍ଦିର ପ୍ରଶାସନ ନାମରେ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାକୁ ଠିକ୍‌ ଭାବେ ପରିଚାଳନା କରଯାଇ ନ ଥିବା ପ୍ରତିପକ୍ଷମାନେ ଅଭିଯୋଗ କରିଛନ୍ତି। ଏହି ରାୟ ବିରୋଧରେ ଉପର ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ଆଇନଜୀବୀ ପ୍ରେମାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା : ଜଗନ୍ନାଥଙ୍କ ଖାତାକୁ ଫେରିଲା ୧୦.୧୭ ଏକର puri 1

ପଢନ୍ତୁ;

ଭାରତରେ ସୃଷ୍ଟି ହେବ ୧୦ କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ! ଦେଶରୁ ଦୂରେଇ ଯିବ ବେକାରୀ ସମସ୍ୟା

Related posts

ଆରମ୍ଭ ହୋଇଛି ବୈଦିକ ଗଣିତଶାସ୍ତ୍ର କର୍ମଶାଳା

ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ – ମୁଖ୍ୟମନ୍ତ୍ରୀ କହିଲେ ମନର କଥା

Krishna Kumar Manoj

ଶୀତରେ ଥରୁଛି ସାରା ଓଡ଼ିଶା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More