POLITICALS

ଜୟ ଶ୍ରୀରାମ ନାରା ଶୁଣି ଦେହରୁ ଚମଡା ଉତ୍ତାରି ଦେବାର ଧମକ ଦେଲେ ମମତା

Mm

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ଅନେକ ଆସନ ହାତରୁ ଚାଲିଯିବା ପରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବଢ଼ିଯାଇଛି। ଏଭଳି ସ୍ଥିତିରେ ରାଜ୍ୟରେ ଦିଦିଙ୍କ ରାଜ୍‌ ଦେଖିବାକୁ ମିଳିଛି। ‘ଜୟ ଶ୍ରୀରାମ’  ନାରା ଦେବାରୁ ୧୦ ଜଣଙ୍କୁ ପୁଲିସ ଗିରଫ କରିଛି। ଏପରି କି ସର୍ବସାଧାରଣରେ ମମତା ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ବିରୋଧ କରିବା ସହ ଛାଲ ଉତାରିଦେବି ବୋଲି କଡ଼ା ଚେତାବନୀ ଦେଇଛନ୍ତି।

ମମତା ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଦେଇ ଧାରଣାସ୍ଥଳକୁ ଯାଉଥିବା ସମୟରେ ରାସ୍ତାର ଆଖପାଖରେ କିଛି ଲୋକ ଜୟ ଶ୍ରୀ ରାମ କହି ନାରାବାଜି କରିଥିଲେ ।ମମତା ଏଥିରେ ରାଗିଯାଇ ତୁରନ୍ତ ଗାଡ଼ିରୁ ବାହାରି ନାରାବାଜି କରୁଥିବା ଲୋକଙ୍କୁ ବଡ଼ ପାଟି କରି ବିରୋଧ କରିଥିଲେ। ମମତା ପାଟି କରି କହିଥିଲେ ଯେ, ‘ଏଠାକୁ ଆସ….ସାହସ ଅଛି ତ ସାମ୍ନାକୁ ଆସ…ମୋତେ ସାମ୍ନା କର। ବିଜେପିର ଗୁଣ୍ଡା, ଏଠାରେ ତୁମେମାନେ ଆମ ପାଇଁ ରହିଛ। ମୁଁ ତୁମମାନଙ୍କ ଛାଲ ଉତାରିଦେବି। ତେବେ ପୁଲିସ ‘ଜୟ ଶ୍ରୀରାମ’ ନାରା ଦେଉଥିବା ୧୦ ଜଣଙ୍କୁ ଗିରଫ କରିନେଇଛି। ବିଜେପି ରାଜ୍ୟରେ ବଙ୍ଗଳା ଏବଂ ଅଣବଙ୍ଗଳା  ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଏଭଳି କାମ କରୁଛି ବୋଲି ମମତା କହିଛନ୍ତି।

ପଢନ୍ତୁ: ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

Related posts

ସଂପର୍କ ଯୋଡ଼ୁଛି ‘ଫନି’: ବଦଳୁଛି ରାଜନୀତି ପାଣିପାଗ

Ratnamani Moharana

ବିଜେପିର ମିଶନ ୧୨୦: ୧୫ରେ ସମ୍ବଲପୁର ଆସିବେ ଅମିତ ସାହ 

ENO Beuro

ସମ୍ବିତଙ୍କୁ ମହଙ୍ଗା ପଡିଲା ଜଗନ୍ନାଥ ମୂର୍ତ୍ତି ଧରି ରୋଡ୍ ଶୋ ; କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

Ratnamani Moharana

Leave a Comment