Featured

ଭାରତରେ ସୃଷ୍ଟି ହେବ ୧୦ କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ! ଦେଶରୁ ଦୂରେଇ ଯିବ ବେକାରୀ ସମସ୍ୟା

ମୋଦି ସରକାର ଯୋଗାଇବେ ୧୦ କୋଟି ଚାକିରି

ଭାରତରେ ବେକାରି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ନିଜ ମନ ପସନ୍ଦ ଚାକିରି ଖଣ୍ଡେ ମିଳୁନି। ଏଥିପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆମ ଦେଶର ଉଚ୍ଚଶିକ୍ଷିତ ତଥା ବୁଦ୍ଧିମାନ ବ୍ୟକ୍ତିମାନେ ବିଦେଶରେ କାମ କରୁଛନ୍ତି । ଅଧିକାଂଶ ନୂତନ ଉଦ୍ଭାବନ ପଛରେ ଭାରତୀୟଙ୍କ ହାତ ରହୁଛି ।

ତାସତ୍ତ୍ୱେ ବି ଆମ ଦେଶକୁ ମିଳୁନି ସମ୍ମାନ । ବାହାର ଦେଶ ଗୁଡ଼ିକ ନେଇ ଯାଉଛନ୍ତି ସମସ୍ତ ଶ୍ରେୟ । ତେବେ ଦେଶର ଏପରି ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ସେପରି କିଛି ଆଖିଦୃଶିଆ ସଫଳତା ମିଳୁନି । ତେବେ ଆଗକୁ ଏପରି ଅସୁବିଧା ନହେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କଲେଣି ।

ଭାରତରେ ୧୦ କୋଟିରୁ ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ମିଳିଛି ।୨୦୨୦ ପର୍ଯ୍ୟନ୍ତ ଦେଶରୁ ବେକାରୀ ସମସ୍ୟା ଦୂରେଇ ଯିବ।ମୋଦି ସରକାରଙ୍କ ଦ୍ୱାରା ହୋଇଥିବା ଯୋଜନା, ମେକ୍ ଇନ୍ ଇଣ୍ଡିିଆ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମଧ୍ୟ ଲୋକେ ଆଶାବାନ୍ଧି ବସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ଯାଜନା ବିଷୟରେ କହିଛନ୍ତି ।ନୀତି ଆୟୋଗର ମହାନିର୍ଦ୍ଦେଶକ ଏହା ଦାବି କରିଛନ୍ତି।

ମେକ୍ ଇନ୍ ଇଣ୍ଡିଆ ଜରିଆରେ କେନ୍ଦ୍ର ସରକାର ଭାରତକୁ ମ୍ୟାନୁଫ୍ୟାକ୍ଚରିଂଙ୍ଗ ହବ୍ ରୂପରେ ପରିଣତ କରିବା ପାଇଁ ଚାହୁଁଛନ୍ତି । ଏହି ପ୍ରୟାସ ଗୁଡ଼ିକର ପ୍ରମାଣ ହେଲା ବିଗତ କିଛି ବର୍ଷ ମଧ୍ୟରେ ୧୦୭ ନୂଆ ମ୍ୟାନୁଫ୍ୟାକଚିଙ୍ଗ୍ , ଇଞ୍ଜିନିୟରିଂ ଓ ଏହାସହ ଜଡ଼ିତ ସେକ୍ଟର ଅଧିକ ବୃଦ୍ଧି ପାଇଛି । ଆଗାମୀ ଏକ ବର୍ଷ ମଧ୍ୟରେ ପାଖାପାଖି ୭.୨ ଲକ୍ଷ ଅସ୍ଥାୟୀ ଚାକରି ମିଳିବ । ଏହାସହ ଇ-କମର୍ସ ଓ ଇଂଟରନେଟ୍ ସହ ଜଡ଼ିତ ନିଯୁକ୍ତ ବଢ଼ିବ।

ଭାରତରେ ସୃଷ୍ଟି ହେବ ୧୦ କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ! ଦେଶରୁ ଦୂରେଇ ଯିବ ବେକାରୀ ସମସ୍ୟା modi 1

ପଢନ୍ତୁ;

ଆଇଟିଏଫ୍‌ ଚାଲେଞ୍ଜର୍ସ ଓ ଡେଭିସ୍‌ କପ୍‌ ଆୟୋଜନ କରିବା ଆଶାରେ “ଓଡିଶା” !

Related posts

Bollywood Veteran Actor Vinod Khanna Passed Away Due To Advanced Bladder Carcinoma

ENO Beuro

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

ENO Beuro

ଆସନ୍ତୁ ଜାଣିବା, ତମ୍ୱା ପାତ୍ରରେ ପାଣି କିମ୍ବା ତାମ୍ରଜଳ ପିଇବା ଦ୍ୱାରା ଆପଣଙ୍କୁ କି ସୁଫଳ ମିଳିବ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More