News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଗୋଟେ ପରିବାରର ୧୦ ମୃତ

accident

ଗୁଜୁରାଟର କଚ୍ଛ ଜିଲ୍ଲାର ଭଚାଉରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପରିବାର ଏକ ଏସୟୁବିରେ ଯାତ୍ରୀ ଥିଲେ ଏବଂ ତାଙ୍କ ଗାଡ଼ି ୨ଟି ଟ୍ରକ ମଝିରେ ଫସି ଯାଇଥିଲା। ଫଳରେ ଦୁର୍ଘଟଣା ଘଟିଲା। ୟୁଏସଭି କାରରେ ମୋଟ ୧୧ ଜଣ ଯାତ୍ରୀ ଥିଲେ।

accident

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଦୁର୍ଘଟଣା ସମୟରେ ପଛପାଶ୍ୱର୍ରୁ ଅନ୍ୟ ଏକ ଟ୍ରକ ପହଂଚି ଯାଇଥିଲା, ଯିଏକି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ଜୀବନ ଚାଲି ଯାଇଥିଲା । ସମସ୍ତ ଯାତ୍ରୀ ନିଜର ଗୃହ ସହର ଭୁଜ ଯାଉଥିଲେ । ରାସ୍ତାରେ ଭଚାଉରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏକ ସରକାରୀ ବିଜ୍ଞପ୍ତି ଜାରି କରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହି ଘଟଣାକୁ ନେଇ ଗଭୀର ଶୋକ ଜଣାଇଛନ୍ତି । ପୀଡ଼ିତଙ୍କୁ ସହାୟତା ଯୋଗାଇବା ପାଇଁ ସେ ଆଦେଶ ଦେଇଛନ୍ତି ।

ପଢନ୍ତୁ; ବଲିଉଡ ସିନେମା ‘ସିମ୍ବା’ ରେ ଓଡିଆ ଝିଅ ସୁପ୍ରିୟାଙ୍କ ଜଲୱା

Related posts

ପାଇକ ବିଦ୍ରୋହକୁ ଅପମାନିତ କରିବାକୁ ଆନ୍ଧ୍ର ଫିଲ୍ମର ଅପଚେଷ୍ଟା

Ratnamani Moharana

୩୧ରୁ ବଜେଟ ଅଧିବେଶନ,ଫେବୃୟାରୀ ୧ରେ ଅନ୍ତିରୀଣ ବଜେଟ

ENO Beuro

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ହଇଚଇ: ଦର୍ଶକଙ୍କ କାନ କାମୁଡିଦେଲେ ଆଇଟମ ଗାର୍ଲ

ENO Beuro

Leave a Comment