News

ଏସ୍‌ବିଆଇ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଅଧିକ ରୋଗୀ ଚିକିତ୍ସା ହେବାର ସୁବିଧା

ଏସ୍‌ବିଆଇ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଅଧିକ ରୋଗୀ ଚିକିତ୍ସା ହେବାର ସୁବିଧା

କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଭୁବନେଶ୍ୱର ସମେତ ଖୋର୍ଧା, ପୁରୀ, ନୟାଗଡ଼ ଓ ଅନ୍ୟାନ୍ୟ ଅଞ୍ଚଳରୁ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବାରୁ ଇନଡୋରରେ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ସମସ୍ୟା ସବୁକୁ ନଜରରେ ରଖି ଏସ୍‌ବିଆଇ ପକ୍ଷରୁ ୧୦୦ଟି ଶଯ୍ୟା ଯୋଗାଇ ଦିଆଯାଇଛି । ଆସନ୍ତା ୧୮ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଓ ଏସ୍‌ବିଆଇ କର୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଶଯ୍ୟାର ଉଦ୍‌ଘାଟନ କରାଯିବ।

କ୍ୟାପିଟାଲ ହସ୍ପିଟାଲ ୫୬୦ଶଯ୍ୟା ବିଶିଷ୍ଟ ହୋଇଥିଲେ ହେଁ ଏହାର ଅନେକ ଶଯ୍ୟା ଭାଙ୍ଗିରୁଜି ଯାଇଛି। ତେଣୁ ଶଯ୍ୟା ଅଭାବରୁ ଅଧିକାଂଶ ସମୟରେ ରୋଗୀମାନଙ୍କୁ ଚଟାଣରେ ଶୋଇବାକୁ ପଡ଼ୁଛି। ତେଣୁ କ୍ୟାପିଟାଲ ହସ୍ପିଟାଲକୁ ଅଧିକ ସଂଖ୍ୟକ ଶଯ୍ୟା ଯୋଗାଇ ଦେବାକୁ ହସ୍ପିଟାଲ କର୍ତୃପକ୍ଷ ଦାବି କରି ଆସୁଥିଲେ। ଏଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ମିସନଙ୍କ ନିକଟରେ ହସ୍ପିଟାଲ କର୍ତୃପକ୍ଷ ଦାବି କରିଥିଲେ। ଏହି ଭିତ୍ତିରେ ଏସ୍‌ବିଆଇ ପକ୍ଷରୁ ୧୦୦ଟି ଶଯ୍ୟା ହସ୍ପିଟାଲକୁ ଯୋଗାଇ ଦିଆଯାଇଛି।

ଅପରପକ୍ଷରେ ହସ୍ପିଟାଲ କର୍ତୃପକ୍ଷ ଆହୁରି ୧୦୦ ଶଯ୍ୟା ଯୋଗାଇ ଦେବାକୁ ରାଜ୍ୟ ଔଷଧ ଯୋଗାଣ ନିଗମକୁ ଚିଠି ଲେଖିଥିବା ଜଣାପଡ଼ିଛି ।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ଏସ୍‌ବିଆଇ ପକ୍ଷରୁ ହସ୍ପିଟାଲକୁ ୧୦୦ଶଯ୍ୟା ଯୋଗାଇ ଦିଆଯାଇଛି। ଏହାସହ ଆହୁରି ୧୦୦ଟି ଶଯ୍ୟା ପାଇଁ ଓଏସ୍‌ଏମ୍‌ସିଏଲ କର୍ତୃପକ୍ଷଙ୍କୁ କୁହାଯାଇଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆବଶ୍ୟକ ଶଯ୍ୟା ଯୋଗାଣ ପରେ ରୋଗୀଙ୍କୁ ଆଉ ଚଟଣାରେ ଶୋଇବାକୁ ପଡ଼ିବ ନାହିଁ। ତେବେ ଏହି ଶଯ୍ୟା କେଉଁ କେଉଁ ବିଭାଗରେ ପଡ଼ିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ଡା.ଦାସ କହିଛନ୍ତି।

ଏସ୍‌ବିଆଇ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଅଧିକ ରୋଗୀ ଚିକିତ୍ସା ହେବାର ସୁବିଧା

ପଢନ୍ତୁ, ସାଧାରଣ ୱାର୍ଡରେ ସୁସ୍ଥ ଅଛି ଜଗା, ହେଲେ ବଳିଆ ଅବସ୍ଥା ଏବେ ବି ସ୍ଥିର ରହିଛି

Related posts

ପାଟଣାଗଡ ବିସ୍ଫୋରଣ ମାମଲା : ପାର୍ସଲ ବୋମା ପଠାଇଥିଲେ ଜଣେ ଓଡ଼ିଆ

ENO Beuro

ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା : ୨ଲକ୍ଷ ଟଙ୍କା ପାଇଁ ଝିଅ ଓ ତିନି ନାତିନାତୁଣୀକୁ ମାରି ନଦୀରେ ଭସାଇ ଦେଲେ ବାପା

ENO Beuro

ଫେବୃୟାରୀ ୭ରୁ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ENO Beuro

1 comment

Leave a Comment